ପ୍ରେମିକା ବାପାର ସର୍ତ୍ତରେ ରାଜି ହେଲାନି ପ୍ରେମିକ, ରାଗିଯାଇ ଆକ୍ରମଣ କଲା, ତା'ପରେ...

Published By : Prameya-News7 Bureau | June 11, 2021 IST

ପୁରୀ, ୧୧/୦୬: ପ୍ରେମ କରୁଥିଲେ ଯୁବକ-ଯୁବତୀ । ହେଲେ ବାହାରେ ବୁଲିବାକୁ ମନା କରୁଥିଲେ ପ୍ରେମିକାର ବାପା । ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରେମିକ ଘଟାଇଲା ଉନ୍ମତ୍ତ କାଣ୍ଡ । ପ୍ରେମିକାର ବାପାଙ୍କୁ ଆକ୍ରମଣ କରି ଆହତ କଲା ପ୍ରେମିକ । ପରେ ମାମଲା ରୁଜୁ କରି ଅମାନିଆ ପ୍ରେମିକକୁ ଗିରଫ କରିଛି ପୁଲିସ । ଏଭଳି ଏକ ଘଟଣା ବଳିଆପଣ୍ଡା ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଆହତ ଜଣକ ହେଲେ ମହାରଣା ସାହିର ସୁନୀଲ ମାହାତେ । ଆକ୍ରମଣ କରି ଗିରଫ ହୋଇଥିବା ପ୍ରେମିକ ହେଲା ସେହି ସାହିର ମୋହନ ସ୍ୱାଇଁ (୨୦) ।

ପୁଲିସ କହିଛି ଯେ, ମୋହନ କିଛି ଦିନ ଧରି ସୁନୀଲଙ୍କ ଝିଅ ରଚନା ମାହାତେଙ୍କୁ ପ୍ରେମ କରୁଥିଲା । ଉଭୟ ପ୍ରେମ ବନ୍ଧନରେ ବାନ୍ଧି ହୋଇ ବିବାହ କରିବାକୁ ନିଷ୍ପତ୍ତି ହୋଇଛି । ହେଲେ ରଚନାଙ୍କୁ ସାଙ୍ଗରେ ନେଇ ବାହାରେ ବୁଲିବାକୁ ମୋହନ ବାଧ୍ୟ କରୁଥିବାବେଳେ ସୁନୀଲ୍‌ ଏହାକୁ ପସନ୍ଦ କରୁନଥିଲେ । ତେଣୁ ଝିଅକୁ ସେ ବାରଣ କରି ମୋହନକୁ ବୁଝାଇଥିଲେ । ଏଥିରେ ମୋହନର ମୁଣ୍ଡକୁ ପିତ୍ତ ଚଢିଯାଇଥିଲା । ବଡଭାଇ ଚନ୍ଦନ ସ୍ୱାଇଁ ସହ ମିଶି ଗତ ୭ ତାରିଖ ରାତିରେ ମୋହନଙ୍କୁ ଅତର୍କିତ ଆକ୍ରମଣ କରିଥିଲା ମୋହନ । ଏନେଇ ସୁନୀଲଙ୍କ ଏତଲା କ୍ରମେ ପୁଲିସ ମାମଲା ରୁଜୁ କରିଥିଲା । ମୋହନକୁ ଗିରଫ ପରେ ନୋଟିସ୍‌ ଦେଇ ପୁଲିସ ଛାଡିଥିବାବେଳେ ଚନ୍ଦନ ଏବେ ଫେରାର୍‌ ଥିବା ଆଇଆଇସି କୁଳମଣି ସେଠୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.