Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ବ୍ରେକିଂ ଖବରର ସତ୍ୟତା ଆହୁରି ଗୁରୁତ୍ବପୂର୍ଣ୍ଣ : ପାଠକୀୟ ଚାହିଦା ପୂରଣ ସହ ଆଉ ପାଦେ ଆଗକୁ ବଢିଛି prameyanews7.com

15/04/2021 at 6:04 PM

ଭୁବନେଶ୍ବର ୧୫/୦୪ : ଖବର ବ୍ରେକ୍‌ କରିବା ଯେତିକି ଜରୁରୀ ତା ଠାରୁ ଆହୁରି ଜରୁରୀ ତାହାର ସତ୍ୟତା ଓ ବିଶ୍ବସନୀୟତା ।  ଭୁଲ ଓ ମିଛ ଖବର ପାଠକ-ଦର୍ଶକଙ୍କ ଆସ୍ଥା ହାନି କରିଥାଏ ।  prameyanews7.com‌ର ତୃତୀୟ ସ୍ୱନକ୍ଷେତ୍ର ଉତ୍ସବରେ ଏହି ମତ ରଖିଛନ୍ତି ପ୍ରମେୟ ଓ ନିଉଜ୍ ସେଭେନ୍ ଗ୍ରୁପ୍‌ ଏଡିଟର ଗୋପାଳ କୃଷ୍ଣ ମହାପାତ୍ର । ସଠିକ୍‌ ଢଙ୍ଗରେ ସମ୍ପୂର୍ଣ୍ଣ ଖବର ବିଳମ୍ଭରେ ହେଲେବି ଆଦୃତି ପାଇଥାଏ । ଡିଜିଟାଲ ମିଡିଆର ଲୋକପ୍ରିୟତା ବଢି ବଢି ଚାଲିଥିବାରୁ ପାଠକୀୟ ଚାହିଦା ତଥା ପସନ୍ଦ ଆମର ମୁଖ୍ୟ ଲକ୍ଷ୍ୟ ହେବା ଉଚିତ ବୋଲି ସ୍ବନକ୍ଷତ୍ର ଉତ୍ସବରେ ଯୋଗଦେଇ ମତ ରଖିଛନ୍ତି ସୁମା ରିଅଲ ମିଡିଆ ସିଇଓ ସୁନୀଲ ଦାସ ଏବଂ ପ୍ରମେୟ ଓ ନ୍ୟୁଜ୍‌୭ର ବରିଷ୍ଠ କର୍ମକର୍ତ୍ତା ମାନେ।

ଗୁରୁବାର ନିଉଜ ସେଭେନ୍‌ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରମେୟନ୍ୟୁଜ7 .କମ୍‌ର ସ୍ବନକ୍ଷତ୍ର ଉତ୍ସବରେ ଅତିଥିମାନେ ସୁମା ରିଅଲ ମିଡିଆର ଏହି ପ୍ରଥମ ଡିଜିଟାଲ ପ୍ଲାଟଫର୍ମର ସଫଳ ଯାତ୍ରା ଉପରେ ମତ ରଖିଥିଲେ । ପ୍ରମେୟନ୍ୟୁଜ7 .କମ୍ର ସନ୍ତୁଳିତ ଓ ନିରପେକ୍ଷ ଖବର ପରିବେଷଣ ସହ ପାଠକୀୟ ଆଦୃତି ଲାଭ କରିଥିବା ପୋର୍ଟାଲ କନସଲଣ୍ଟିଙ୍ଗ ଏଡିଟର ସୁବ୍ରତ ଦାସ ମତ ରଖିଛନ୍ତି । ପ୍ରମେୟନ୍ୟୁଜ7 .କମ୍ ଲୋକଙ୍କ ରୁଚିକୁ ପ୍ରାଧାନ୍ୟ ଦେଉଥିବା ବେଳେ ନୂଆ ଆହ୍ବାନକୁ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଛନ୍ତି  ନ୍ୟୁଜ 7ର କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠୀ । ଡିଜିଟାଲ ପ୍ଲାଟଫର୍ମରେ ନ୍ୟୁଜ୍‌ର କର୍ମବର୍ଦ୍ଧିଷ୍ଣ ଲୋକପ୍ରିୟତାକୁ ଆଖିଆଗରେ ସମସ୍ତ ଚ୍ୟାଲେଞ୍ଜର ମୁକାବିଲା କରି ପାଠକୀୟ ଆଦୃତି ଆମର ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରମେୟ ଓ ନ୍ୟୁଜ 7 ପୋର୍ଟାଲ ମୁଖ୍ୟ ଅମରେଶ ଦାସ କହିଛନ୍ତି । ଏହି ଅବସରରେ ସୁମା ରିଅଲ୍ ମିଡିଆର ଡାଇରେକ୍ଟର (ସେଲ୍ସ ଆଣ୍ଡ ମାର୍କେଟିଂ) ହିମାଂଶୁ ହୋତା , ନ୍ୟୁଜ 7ର ମାନବସମ୍ବଳ ଅଧିକାରୀ ପିନାକୀ ନାୟକ , ଟେକନିକାଲ କନସଲଣ୍ଟାଟ ଯୁବନାଶ୍ୱ ମିଶ୍ର ,ପ୍ରମେୟ.କମ୍ର ଖବର ସଂଯୋଜକ ଜିତ୍ ପଟ୍ଟନାୟକ, ପ୍ରମେୟନ୍ୟୁଜ7.କମ୍ , ପ୍ରମେୟ.କମ୍ ଓ ପ୍ରମେୟନ୍ୟୁଜ.କମ୍ର ସମସ୍ତ ସଦସ୍ୟ ଏବଂ କର୍ମକର୍ତ୍ତା ଉପସ୍ଥିତ ଥିଲେ । 

ସେହିଭଳି ସୋଆ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଉତ୍ସବରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ  ତଥା ସୁମା ରିଅଲ ମିଡିଆର ପ୍ରତିଷ୍ଠାତା ପ୍ରଫେସର ଡକ୍ଟର ମନୋଜ ରଞ୍ଜନ ନାୟକ ଡିଜିଟାଲ ପ୍ଲାଟଫର୍ମର ଲୋକପ୍ରିୟତାକୁ ଆଖିରେ ରଖି ସତ୍ୟ, ସଠିକ୍‌ ଓ ଲୋକାଭିମୂଖୀ ଖବର ପ୍ରକାଶନ ଉପରେ  ଅଧିକରୁ ଅଧିକ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ । ପାଠକଙ୍କ ଚାହିଦା ଏବଂ ରୁଚି ସହ ଖବରର ସମସ୍ତ ଦିଗ ପ୍ରତି ଯଥାର୍ଥ ଧ୍ୟାନ ସହ ସମସ୍ତ ଖବରର ଏକ ସମ୍ପୂର୍ଣ୍ଣ ପ୍ଲାଟଫର୍ମ ଭାବେ ପ୍ରମେୟ ନ୍ୟୁଜ୍‌୭ ଡଟ୍‌ କମ୍‌ ଲାଭ କରିଥିବା ଲୋକପ୍ରିୟତାକୁ ଜାରି ରଖିବାକୁ ମଧ୍ୟ ସେ ପରାମର୍ଶ ଦେବା ସହ ପୁରା ଟିମ୍‌କୁ ଅଭିନନ୍ଦନ ଜଣାଇଥିଲେ । ଏହି ଉତ୍ସବ​‌ରେ ପ୍ରମେୟ ଏବଂ ନ୍ୟୁଜ୍‌୭ର ବରିଷ୍ଠ କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।

   Related Posts