Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ପ୍ରମେୟ ଇଂରାଜୀ ପୋର୍ଟାଲ prameyanews.com ଲୋକାର୍ପିତ

30/01/2020 at 4:32 PM

ଭୁବନେଶ୍ୱର – ଅଗ୍ରଣୀ ଖବର କାଗଜ ତଥା ଟେଲିଭିଜନ ଗ୍ରୁପ ପ୍ରମେୟ  ଏବଂ  ନ୍ୟୁଜ୍ 7ର ଓଡ଼ିଆ ପୋର୍ଟାଲ ବେଶ୍‌ ଲୋକପ୍ରିୟ । ଖବର ପ୍ରକାଶନ ଓ ପ୍ରସାରଣରେ ଏହା ଓଡ଼ିଶାରେ ଲୋକପ୍ରିୟତାର ଶୀର୍ଷରେ ରହିଛି । ଶ୍ରୀ ପଞ୍ଚମୀ ଅବସରରେ ପ୍ରମେୟ ଇଂରାଜୀ ପୋର୍ଟାଲ prameyanews.comର ଲୋକର୍ପଣ  ହୋଇଛି ।   ସୋଆ ଗ୍ରୁପ୍‌ର ଅଧ୍ୟକ୍ଷ ତଥା ପ୍ରମେୟ ଓ ନ୍ୟୁଜ 7 ର ପରିଚାଳନା ନିର୍ଦେଶକ ପ୍ରଫେସର ଡକ୍ଟର ମନୋଜ ରଞ୍ଜନ ନାୟକଙ୍କ ଉପସ୍ଥିତିରେ  ପ୍ରମେୟ ଇଂରାଜୀ ପୋର୍ଟାଲର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି । ପ୍ରମେୟ ପୋର୍ଟାଲର ମୁଖ୍ୟ ସମ୍ପାଦକ ସୁବ୍ରତ ଦାସ ଓ ପ୍ରମେୟ ଗ୍ରୁପ ଏଡିଟର ଗୋପାଳକୃଷ୍ଣ ମହାପାତ୍ର ମିଳିତ ଭାବେ ଏହାର ଲୋକାର୍ପଣ  କରିଛନ୍ତି ।

ଏବେ ଡିଜିଟାଲ୍‌ ପ୍ଲାଟଫର୍ମର ଲୋକପ୍ରିୟତା ବୃଦ୍ଧି  ପାଉଛି ।  ପ୍ରମେୟର prameya.com ଓ ପ୍ରମେୟନ୍ୟୁଜ7ର prameyanews7.com  ଏବେ ପାଠକଙ୍କ  ଦ୍ୱାରା  ବେଶ୍ ଆଦୃତ ହୋଇଛି । ଖୁବ ଶୀଘ୍ର ଓ ସତ୍ୟ ଖବର ପ୍ରକାଶନ ସହ ସିନେମା, ଜୀବନଚର୍ଯ୍ୟା, ରାଜନୀତି ଓ ଶିକ୍ଷା ବିଷୟରେ ବେଶ୍‌ ଯୁଗପଯୋଗୀ ଲେଖା ପ୍ରକାଶନ ଏବଂ  ପ୍ରସାରଣ କରୁଛନ୍ତି ଏହି ଦୁଇ ପୋର୍ଟାଲ ।  ଡିଜିଟାଲ ମିଡିଆର ଦ୍ରୁତ ଅଭିବୃଦ୍ଧି  ବେଳେ ପାଠକଙ୍କ ରୁଚି ପ୍ରତି ବିଶେଷ ଧ୍ୟାନ ଦେଉଥିବା ପ୍ରମେୟ ଏବଂ ନ୍ୟୁଜସେଭେନର ଡିଜିଟାଲ ପ୍ଲାଟଫର୍ମ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ରହୁଥିବା ଓଡ଼ିଆଙ୍କୁ  ନିଜ ଅଞ୍ଚଳ ବିଷୟରେ ତଥା ପସନ୍ଦର ଖବର ଦେଇ ଆଦୃତି ଲାଭ କରିଛି ।

ସୋଆ ଗ୍ରୁପ୍‌ର ଅଧ୍ୟକ୍ଷ ତଥା ପ୍ରମେୟ ଓ ନ୍ୟୁଜ 7 ର ପରିଚାଳନା ନିର୍ଦେଶକ ପ୍ରଫେସର ଡକ୍ଟର ମନୋଜ ରଞ୍ଜନ ନାୟକ, ଡିଜିଟାଲ୍‌ ପ୍ଲାଟଫର୍ମର ଲୋକପ୍ରିୟତା ବୃଦ୍ଧି ପାଉଥିବାରୁ  ପ୍ରମେୟ ଓ ନ୍ୟୁଜ 7ର ଓ୍ୱେବପୋର୍ଟାଲ  ଲୋକଙ୍କ ଦ୍ୱାରା ଆଦୃତ ହେଉଥିବା କହିଛନ୍ତି ।  ପ୍ରମେୟ ଓ ନ୍ୟୁଜ 7 ପୋର୍ଟାଲ ସମୟ ଉପଯୋଗୀ ଖବର ପ୍ରସାରଣ କରୁଛନ୍ତି  ଏହି ଆଗକୁ  ଲୋକଙ୍କ ଚାହିଦା ଅନୁସାରେ ସତ୍ୟ ଓ ସନ୍ତୁଳିତ ଖବର ପ୍ରକାଶନ କରିବ ବୋଲି  ସେ କହିଛନ୍ତି । ଏହି ଅବସରରେ ବକ୍ତବ୍ୟ ରଖି ପ୍ରମେୟ ଏବଂ ନ୍ୟୁଜ୍‌ ସେଭେନ୍‌ର  ଗ୍ରୁପ୍‌ ଏଡିଟର ଗୋପାଳକୃଷ୍ଣ ମହାପାତ୍ର କହିଥିଲେ,ଏବେ ଲୋକମାନେ ସକରାତ୍ମକ ଖବର ପଢିବା ପାଇଁ ଭଲ ପାଉଛନ୍ତି । ସମାଜରେ ଘଟୁଥିବା ବିଭିନ୍ନ ସକାରାତ୍ମକ ବିଷୟ ବସ୍ତୁକୁ ସାମ୍ନାକୁ ଆଣିବା ପାଇଁ ପ୍ରମେୟ ଓ ନ୍ୟୁଜ7 ପୋର୍ଟାଲ ସହାୟକ ହେବବୋଲି  ସେ  ପ୍ରକାଶ କରିଛନ୍ତି ।ପ୍ରମେୟ ପୋର୍ଟାଲର ମୁଖ୍ୟ ସମ୍ପାଦକ ସୁବ୍ରତ ଦାସ, ପ୍ରମେୟ ଓ ନ୍ୟୁଜ 7ର ପୋର୍ଟାଲ ଏବେ ଲୋକ ପ୍ରିୟତା ହାସଲ କରିଥିବା ବେଳେ  prameyanews.com ଲୋକଙ୍କୁ ଓଡ଼ିଶା ଓ ଦେଶ ବିଦେଶର  ଖବର ପ୍ରଦାନ କରିବ ବୋଲି କହିଛନ୍ତି । ପ୍ରମେୟ ଓ ନ୍ୟୁଜ 7 ଗ୍ରୁପ ସିଇଓ ସୁନୀଲ ଦାସ  ସମୟର ପରିବର୍ତ୍ତନ ଅନୁସାରେ ଲୋକଙ୍କ ପଢିବାର ରୁଚି ବଦଳୁଥିବା  ଓ ଡିଜିଟାଲ ପ୍ଲାଟଫର୍ମର ଲୋକ ପ୍ରିୟତା  ବୃଦ୍ଧି ପାଉଥିବାରୁ ଓଡିଆ ପାଠକଙ୍କ ପାଇଁ ଉଭୟ ଓଡ଼ିଆ ଓ ଇଂରାଜୀ ଓ୍ୱେବାପୋର୍ଟାଲ  ଲଞ୍ଚ୍‌ କରାଯାଇଛି ବୋଲି ସୂଚନା ଦେଇଛନ୍ତି ।ସେହପରି ପାଠକ ଓ ଯୁବଗୋଷ୍ଠୀଙ୍କ ଚାହିଦା ଅନୁସାରେ ଇଂରାଜୀରେ  prameyanews.com ଖବର ପ୍ରକାଶନ କରୁଛି ବୋଲି ଅନ୍ୟ ବକ୍ତାମାନେ ପ୍ରକାଶ କରିଛନ୍ତି ।

ଏହି ଅବସରରେ  ସୁମା ରିଅଲ୍‌ ମିଡିଆର ଭାଇସ୍‌ ପ୍ରେସିଡେଣ୍ଟ ଲିଙ୍ଗରାଜ ଲେଙ୍କା,  ସୋଆର ଛାତ୍ର ମଙ୍ଗଳ ଡିନ୍‌ ଡକ୍ଟର ଜ୍ୟୋତିରଞ୍ଜନ ଦାସ,  ନ୍ୟୁଜ 7ର କାର୍ଯ୍ୟକାରୀ ସମ୍ପାଦକ ଦେବ ନାରାୟଣ ସେଠୀ, ପ୍ରମେୟ ଓ ନ୍ୟୁଜ 7 ପୋର୍ଟାଲ ମୁଖ୍ୟ ଅମରେଶ ଦାସ , ସୋଆର ଲୋକ ସମ୍ପର୍କ ନିର୍ଦେଶକ   ପରେଶ ଦାସ, ଲୋକସମ୍ପର୍କ  ଅଧିକାରୀ ଶୁଭଦର୍ଶିନୀ ମିଶ୍ର , ଯୁବନାଶ୍ୱ ମିଶ୍ର , ଜିତ୍‌ ପଟ୍ଟନାୟକ , କୌଶିକ ନାଥ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ନ୍ୟୁଜ ସେଭେନର ମାନବ ସମ୍ବଳ ପ୍ରବନ୍ଧକ ସୌଭାଗ୍ୟ ଲକ୍ଷ୍ମୀ ଧନ୍ୟବାଦ ଅର୍ପଣ କରିଥିଲେ ।

   Related Posts