ଇଂରାଜୀ ନ୍ୟୁଜ୍ ପୋର୍ଟାଲ ପ୍ରମେୟ ନ୍ୟୁଜ୍ ଡଟ୍ କମ୍‌କୁ ପୂରିଲା ବର୍ଷେ: ଅଳ୍ପ ସମୟରେ ପାଠକଙ୍କ ଆଦୃତ ହାସଲ, ସମୟ ସହିତ ତାଳ ଦେବାକୁ କହିଲେ ପ୍ରତିଷ୍ଠାତା ମନୋଜ ନାୟକ

Published By : Prameya-News7 Bureau | January 30, 2021 IST

ଭୁବନେଶ୍ଵର ୩୦।୦୧: ଓଡିଶାର ଅଗ୍ରଣୀ ଇଂରାଜୀ ନ୍ୟୁଜ୍ ପୋର୍ଟାଲ ପ୍ରମେୟ ନ୍ୟୁଜ୍ ଡଟ୍ କମ୍‌କୁ ପୂରିଛି ପ୍ରଥମ ବର୍ଷ। ଶନିବାର ସୋଆ ମୁଖ୍ୟ କାର୍ଯ୍ୟାଳୟରେ ପୋର୍ଟାଲର ବାର୍ଷିକ ଉତ୍ସବ ପାଳନ ହୋଇଛି। ଅଳ୍ପ ସମୟରେ ସୁମା ରିୟଲ ମିଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ଡିଜିଟାଲ ଓ୍ଵିଙ୍ଗ ସଂପ୍ରତି ପାଠକଙ୍କ ଦ୍ଵାରା ବ୍ୟାପକ ଆଦୃତ ହେବାରେ ଲାଗିଛି।

ଆୟୋଜିତ କାର୍ଯ୍ୟକ୍ରମରେ ସୋଆ ଓ ପ୍ରମେୟର ପ୍ରତିଷ୍ଠାତା  ଡକ୍ଟର ମନୋଜ ରଞ୍ଜନ ନାୟକ କହିଛନ୍ତି ଦିନକୁ ଦିନ ସାମାଜିକ ଗଣ ମାଧ୍ୟମର ଚାହିଦା ବଢିବାରେ ଲାଗିଛି। ସ୍ମାର୍ଟଫୋନ୍‌ର ଆଗମନ ସହ ବିଶ୍ଵ ମିଡିଆର ପରିଦୃଶ୍ୟ ବଦଳିବାକୁ ଯାଉଛି। ସାରା ଦୁନିଆର ଲୋକ ଡିଜିଟାଲ କ୍ରାନ୍ତି ଆଡକୁ ମୁହାଁଉଛନ୍ତି। ଆମକୁ ସମୟ ସହିତ ପାଦ ଦେଇ ଚାଲିବାକୁ ପଡିବ ବୋଲି ସେ କହିଛନ୍ତି।

{"id":401148,"sizeSlug":"large","linkDestination":"none"}

ପୋର୍ଟାଲର ସଦସ୍ୟଙ୍କୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ପ୍ରମେୟ ଇଂରାଜି ୱେବ ପୋର୍ଟାଲକୁ ଅଧିକ ଲୋକଙ୍କ ପାଖରେ କେମିତି ପହଞ୍ଚାଇବା ଓ ଅଧିକରୁ ଅଧିକ  ଲୋକପ୍ରିୟତା କରାଇବା  ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ସମସ୍ତ କର୍ମଚାରୀଙ୍କୁ ଶ୍ରୀ ନାୟକ ପରାମର୍ଶ ଦେଇଛନ୍ତି ।

ଦ ପ୍ରମେୟ ଓ ନ୍ୟୁଜ୍ ୭ର ଗ୍ରୁପ୍ ଏଡିଟର ଗୋପାଲ କୃଷ୍ଣ ମହାପାତ୍ର ସମ୍ବାଦର ଶିକାର ଉପରେ ଗୁରୁତ୍ଵାରୋପ କରିଛନ୍ତି।  ପ୍ରମେୟନ୍ୟୁଜ୍ ଡଟ୍ କମ୍ ଟିମକୁ ତାଜା ଏବଂ ତଥ୍ୟାତ୍ମକ ସମାଚାର ପ୍ରସାରଣ କରିବାକୁ ସେ ପରାମର୍ଶ ଦେଇଛନ୍ତି।

{"id":401149,"sizeSlug":"large","linkDestination":"none"}

ସୁମା ରିୟଲ ମିଡିଆର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ(ସିଇଓ) ସୁନିଲ ଦାସ କହିଛନ୍ତି, ଏପ୍ରିଲ ଏବଂ ମେ ମାସରେ ଇଂରାଜୀ ପୋର୍ଟାଲର ପାଠକ ସଂଖ୍ୟା ତିନିଥର ବୃଦ୍ଧି ଘଟିଛି। କେବଳ ମହାମାରୀ ସଂପର୍କିତ ସମସ୍ତ ଘଟଣା ନୁହେଁ ବରଂ ମହାମାରୀର ବିସ୍ତୃତ ବିକାଶ ମଧ୍ୟ ପ୍ରଦାନ କରିଛି।

ନ୍ୟୁଜ୍ ୭ର କାର୍ଯ୍ୟନିର୍ବାହୀ ସଂପାଦକ ଦେବନାରାୟଣ ସେଠୀ ମିଡିଆ ହାଉସ୍‌ରେ ସମସ୍ତ ବିଭାଗ ମଧ୍ୟରେ ରହିଥିବା ଉତ୍ତମ ସମନ୍ଵୟକୁ ପ୍ରଶଂସା କରିଛନ୍ତି। ଦଳଗତ ଭାବନା ଏବଂ କାର୍ଯ୍ୟ ଏମିତି ଜାରିରହୁ ବୋଲି ସେ ଆଶା ପ୍ରକାଶ କହିଛନ୍ତି।

{"id":401152,"sizeSlug":"large","linkDestination":"none"}

ପ୍ରମେୟନ୍ୟୁଜ୍୭ର ଗ୍ରୁପ୍ର କନସଲଟିଙ୍ଗ ଏଡିଟର ସୁବ୍ରତ ଦାସ କହିଛନ୍ତି, କୋଭିଡ୍ ୧୯ ମହାମାରୀ ଏବଂ ଲକ୍‌ଡାଉନ୍‌ ସମୟରେ ଆମ ଟିମ୍ ବହୁତ ଭଲ କାମ କରିଛନ୍ତି। ଆମେ ସବୁ ହାସଲ କରିଛୁ ବୋଲି କହି ପାରିବନି କିନ୍ତୁ ଏତିକି ନିଶ୍ଚିତ ଯେ ଆମେ ପାଠକ ପାଠିକାଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରିଛୁ। ପୋର୍ଟାଲର ସଫଳତା ପାଇଁ ଦାସ ତୃଣମୂଳସ୍ତରରେ କାମ କରୁଥିବା ସାମ୍ବାଦିକଙ୍କୁ ପ୍ରଶଂସା କରିଛନ୍ତି।

ଏହି ଅବସରରେ ସୋଆ ୟୁନିଭର୍ସିଟିର ଲୋକ ସଂପର୍କ ନିର୍ଦ୍ଦେଶକ ପରେଶ କୁମାର ଦାସ, ପ୍ରମେୟନ୍ୟୁଜ୍୭ ଡଟ୍ କମ୍ ଏବଂ ପ୍ରମେୟ ଡଟ୍ କମ୍‌ର ମୁଖ୍ୟ ଅମରେଶ ଦାସ, ପ୍ରମେୟ ଡଟ୍ କମର କଣ୍ଟେଣ୍ଟ କୋଡିନେଟ  ଜିତ୍ ପଟ୍ଟନାୟକ, ଗ୍ରୁପ୍ ଟେକ୍ନିକାଲ କନସଲଟାଣ୍ଟ ଯୁବନାଶ୍ଵ ମିଶ୍ର, ଏଚଆର ମ୍ୟାନେଜର ପିନାକୀ ନାୟକ, ସେଲ୍ସ ମୁଖ୍ୟ ସିଦ୍ଧାର୍ଥ ରାୟ, ଆସିଷ୍ଟାଣ୍ଟ ପିଆରଓ ଶୁଭଦର୍ଶିନୀ ମିଶ୍ର ଏବଂ ଇଂରାଜୀ ପୋର୍ଟାଲର କର୍ମଚାରୀ ଉପସ୍ଥିତ ଥିଲେ।

{"id":401150,"sizeSlug":"large","linkDestination":"none"}

ସେପଟେ ନ୍ୟୁଜ ସେଭନ ସମ୍ମିଳନୀ କକ୍ଷରେ ପୋର୍ଟାଲର ସବୁ କର୍ମଚାରୀ ଏକାଠି ହୋଇ କେକ୍ କାଟିଛନ୍ତି।  ସିଇଓ ସୁନିଲ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବର୍ଷେ ଭିତରେ ଇଂରାଜୀ ପାଠକଙ୍କ ସଂଖ୍ୟା ବୃଦ୍ଧି ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।  ସେହିପରି ୱାର୍କିଂ ଏଡ଼ିଟର ଦେବ ନାରାୟଣ ସେଠୀ ମଧ୍ୟ ପୋର୍ଟାଲ କର୍ମଚାରୀ ମାନେ କରୁଥିବା ଉଦ୍ୟମକୁ ପ୍ରଶଂସା କରିଥିଲେ ।

ଅନ୍ୟପଟେ ଇଂରାଜୀ ପୋର୍ଟାଲ ମୁଖ୍ୟ ସୁବ୍ରତ ଦାସ ଓଡ଼ିଆ ପୋର୍ଟାଲ ମୁଖ୍ୟ ଅମରେଶ ଦାଶ ସବୁ କର୍ମଚାରୀଙ୍କୁ ଉତ୍ସାହିତ କରିବା ସହ ଧନ୍ୟବାଦ ଦେଇଥିଲେ ।  ଇଂରାଜୀ ପୋର୍ଟାଲକୁ ଦେଶ ବିଦେଶର ପାଠକ ମାନେ ପଢୁଛନ୍ତି । ତେଣୁ ଆଗୁଆ ଓ ସଠିକ୍ ନ୍ୟୂଜ୍ ପରିବେଷଣ କରିବା ଦିଗରେ ଗୁରୁତ୍ବ ଦିଆଯିବ ବୋଲି ଉଭୟ କହିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.