ପ୍ରମେୟ ୱେବ ପୋର୍ଟାଲ ଲୋକାର୍ପିତ

Published By : Prameya-News7 Bureau | January 18, 2019 IST

ଭୁବନେଶ୍ୱର ୧୮/୧ : ଶୁକ୍ରବାର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଲୋକାର୍ପିତ ହୋଇଛି ପ୍ରମେୟର ୱେବ ପୋର୍ଟାଲ | ସୁମା ରିୟଲ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ର ପରିଚାଳନା ନିର୍ଦେଶକ ପ୍ରଫେସର ମନୋଜ ରଞ୍ଜନ ନାୟକ ଏଥିରେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥିଲେ |

{"id":75434}

ଏହି ଅବସରରେ ପ୍ରମେୟ ଏବଂ ନ୍ୟୁଜ ୭ର ଗ୍ରୁପ ଏଡିଟର ଗୋପାଳ କୃଷ୍ଣ ମହାପାତ୍ର ଯୋଗଦେଇ କହିଥିଲେ ପ୍ରମେୟ ଏବଂ ନ୍ୟୁଜ ୭ ଡିଜିଟାଲ ମିଡ଼ିଆ ଦୁନିଆରେ ଖୁବ ଶୀଘ୍ର ସମସ୍ତଙ୍କୁ ଟକ୍କର ଦେବ | ନ୍ୟୁଜ ୭ ର ନିଜସ୍ୱ ୱେବ ପୋର୍ଟାଲ ଉଦଘାଟିତ ହୋଇଛି | ଯାହାକି ମାତ୍ର ୬ମାସର ଅବଧି ମଧ୍ୟରେ ଦର୍ଶକଙ୍କ ଆଦୃତ ଲାଭ କରିପାରିଛି |

{"id":75435}

ଆଜିର ଲୋକାର୍ପଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ନ୍ୟୁଜ ୭ ଏଡିଟର ଅର୍ଧେନ୍ଦୁ ଦାସ, ଭୁବନେଶ୍ୱର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର, ସୁମା ରିୟଲ ମିଡ଼ିଆ ଡିଜିଟାଲ ମୁଖ୍ୟ ଶିଶିର ଭଟ୍ଟ ମିଶ୍ର, ବୈଷୟିକ ପରାମର୍ଶଦାତା ଜୁବନେଶ୍ୱ ମିଶ୍ର, ମାର୍କେଟିଙ୍ଗ ଭିପି ଲିଙ୍ଗରାଜ ଲେଙ୍କା, ଡିଜିଏମ ସରକ୍ୟୁଲେସନ ଗଜେନ୍ଦ୍ର ଦାସ, ସୋଆ ବିଶ୍ୱବିଦ୍ୟାଳୟର ସୁରକ୍ଷା ଓ ଭିତ୍ତିଭୂମି ତଦାରଖ ମୁଖ୍ୟ ସୁବ୍ରତ ମିଶ୍ର ପ୍ରମୁଖ ଯୋଗଦେଇଥିଲେ |

{"id":75436}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.