ପ୍ଲାଷ୍ଟିକ ମୁକ୍ତ ଓ ସବୁଜ ସୁନ୍ଦର କଟକ ପାଇଁ ପ୍ରମେୟର ପ୍ରୟାସ
22/09/2019 at 9:45 PM

କଟକ – ଦୈନିକ ଖବର କାଗଜ ପ୍ରମେୟ ପକ୍ଷରୁ କଟକକୁ ପଲିଥିନ୍ମୁକ୍ତ ଓ ସବୁଜ ସୁନ୍ଦର କରିବା ଅଭିଯାନ ଦ୍ୱିତୀୟ ସୋପାନରେ ପହଞ୍ଚିଛି।.ଆଜି ଏହି ଅବସରରେ ପ୍ରମେୟ ପକ୍ଷରୁ ଏକ ବନ୍ଧୁ ମିଳନ ଆୟୋଜିତ କରାଯାଇଥିଲା।କଟକ ଜବହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ୍ ରେ ଆୟୋଜିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ କଟକ ମହାନଗର ଶାନ୍ତି କମିଟି,ପୂଜା କମିଟିର ସଦସ୍ୟ,ସହରର ବୁଦ୍ଧିଜୀବୀ,ସ୍ଥାନୀୟ ବିଧାୟକ , ପୋଲିସ୍ କମିଶନର ଓ କଟକ ଡିସିପି ଯୋଗ ଦେଇଥିଲେ..ଏହା ସହ ସହରରବହୁ ବୁଦ୍ଧିଜୀବି ଓ ଆଇନଜୀବି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରମେୟର ପ୍ରୟାସ କୁ ପ୍ରଶଂସା କରିଥିଲେ.
.ବିଶେଷ କରି ପଲିଥିନ୍ ଏବେ ଏକ ଅଭିଶାପରେ ପରିଣତ ହୋଇଛି।ଏହା ସହ ଫନି ବାତ୍ୟା ପରେ କଟକ ସହରର ସବୁଜିମା ଫେରାଇ ଆଣିବା ପାଇଁ ସବୁ ବର୍ଗର ଲୋକ ଆଗେଇ ଆସିବା ଆବଶ୍ୟକ ବୋଲି ବନ୍ଧୁ ମିଲନରେ ଯୋଗ ଦେଇଥିବା ବ୍ୟକ୍ତି ମାନେ କହିଛନ୍ତି।.ପ୍ରମେୟ ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର ଏହି ବନ୍ଧୁ ମିଳନରେ ଯୋଗ ଦେଇ ପ୍ରମେୟର ପ୍ରୟାସକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଏହି ଅବସରରେ ଏକ ଚିତ୍ର କଳା ଶିବିରର ଆୟୋଜନ କରାଯାଇଥିଲା।