‘ପ୍ରମେୟ’ ବିଗ୍‌ ଜ୍ୟାକ୍‌ପଟରେ ପୁରସ୍କୃତ ହେଲେ ୧୪୯୬ଜଣ ପାଠକ

Published By : Prameya-News7 Bureau | January 12, 2020 IST

ଭୁବନେଶ୍ୱର ୧୦।୦୧ : ଖବରକାଗଜ ଜଗତରେ ନୂଆ ଇତିହାସ ଯୋଡ଼ିଛି ‘ପ୍ରମେୟ’ । ପ୍ରଥମଥର ପାଇଁ ଖବରପଢ଼ିବା ସହ ପାଠକଙ୍କୁ ସ୍ୱପ୍ନର କାର୍‌ ଉପହାର ଦେଇଛି । ୟୁନିଟ୍‌-୮ର ସରସ୍ୱତୀ ସାହୁ ଭାଗ୍ୟଶାଳୀ ବିଜେତା ହୋଇ କାର୍‌ ଜିତିଛନ୍ତି । କେବଳ କାର୍‌ ନୁହେଁ, ବାଇକ୍‌, ବ୍ୟାଟେରି ଚାଳିତ ସାଇକେଲ୍‌, ଟିଭି, ୱାସିଂ ମେସିନ୍‌, ଏୟାର କୁଲର, ସୋଫା ସେଟ୍‌, ବେଡ୍‌, ୱାଡ୍ରବ୍‌, ଡାଇନିଂ ଟେବୁଲ୍‌, ମ୍ୟାଟ୍ରେସ୍‌, ସ୍ୱାସ୍ଥ୍ୟକର ଖାଇବା ସାମଗ୍ରୀ ଆଦି ୧୪୯୬ଟି ପୁରସ୍କାର ପାଠକଙ୍କୁ ମିଳିଛି।

‘ପ୍ରମେୟ’ ପକ୍ଷରୁ ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ଧରି ଚାଲିଥିବା ବିଗ୍‌ ଜ୍ୟାକପଟ୍‌ କାର୍ଯ୍ୟକ୍ରମର ପୁରସ୍କାର ବିତରଣ ଉତ୍ସବ ଶନିବାର ଦିନ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭାଗ୍ୟଶାଳୀ ବିଜେତା ହୋଇଥିବା ଶ୍ରୀମତି ସାହୁଙ୍କୁ ହ୍ୟୁଣ୍ଡାଇ ସାଣ୍ଟ୍ରୋ (ନ୍ୟୁ ମଡେଲ୍‌) କାର୍‌ର ଚାବି ପ୍ରଦାନ କରାଯାଇଥିଲା । ବାଇକ୍‌ର ଭାଗ୍ୟଶାଳୀ ବିଜେତା ଓମ୍‌ ପ୍ରଭା ପରମାଣିକ, ସୁକାନ୍ତ କୁମାର ସାହୁଙ୍କୁ ହୋଣ୍ଡାର ନାଭି ଓ କ୍ଲିକ୍‌ ବାଇକ୍‌ର ଚାବି ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ ଅନ୍ୟାନ୍ୟ ବିଜେତା ହୋଇଥିବା ସମସ୍ତ ପାଠକମାନଙ୍କୁ ଅତିଥିମାନେ ପୁରସ୍କାର ଦେଇଥିଲେ । ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ନୃତ୍ୟ, ସଙ୍ଗୀତ, କମେଡିର ଭରପୂର ମଜା ନେଇଥିଲେ ଦର୍ଶକ ।

ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରମେୟ ଓ ନ୍ୟୁଜ୍‌-୭ର ନିର୍ଦ୍ଦେଶିକା ଶାଶ୍ୱତି ଦାସ ପୁରସ୍କାର ଜିତିଥିବା ସମସ୍ତ ପାଠକଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ସେ କହିଲେ, ପାଠକଙ୍କ ଭଲ ପାଇବାରେ ‘ପ୍ରମେୟ’ ଆଗକୁ ଯାଇପାରିଛି । ସେମାନଙ୍କ ଆଶୀର୍ବାଦରେ ‘ପ୍ରମେୟ’ ମହନୀୟତା ପାଇଛି ଓ ଘରେ ଘରେ ପରିଚିତ ହୋଇଛି । ଉତ୍ସବରେ ସମ୍ମାନିତ ଅତିଥି ଭାବେ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କ ରାଷ୍ଟ୍ରୀୟ ସମ୍ପର୍କ ସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ଯୋଗ ଦେଇ କହିଲେ, ଓଡ଼ିଶାରେ ‘ପ୍ରମେୟ’ ଖବରକାଗଜ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛି । ଖାଲି ପରିଚୟ ସୃଷ୍ଟି କରିଛି କହିଲେ ଭୁଲ୍‌ ହେବ ବହୁ ଆଗକୁ ବି ଯାଇଛି । ତା’ସହିତ ପାଠକମାନଙ୍କ ମନ ଜିଣିବା ପାଇଁ ବହୁ ଯୋଜନା ମଧ୍ୟ କରୁଛି । ୮ବର୍ଷର ଏହି ଯାତ୍ରାରେ ଜଣେ ଯେ ଏତେ ସଫଳତା ପାଇ ପାରିବ ତାହା ‘ପ୍ରମେୟ’କୁ ଦେଖିଲେ ସ୍ପଷ୍ଟ ବାରି ହୋଇ ପଡୁଛି ।

‘ପ୍ରମେୟ’ର ଗ୍ରୁପ୍‌ ଏଡିଟର୍‌ ଗୋପାଳକୃଷ୍ଣ ମହାପାତ୍ର କହିଲେ, ‘ପ୍ରମେୟ’ ସର୍ବଦା ପାଠକଙ୍କ ସାଥୀରେ ଅଛି ଓ ପାଠକମାନେ ଆମ ସହ ଅଛନ୍ତି । ସେମାନଙ୍କ ଆସ୍ଥା ଓ ବିଶ୍ୱାସରେ ଆମେ ଆଜି ଏହି ସ୍ଥାନରେ ପହଞ୍ଚିପାରିଛୁ । ପାଠକମାନେ ଯାହା ବି ପରାମର୍ଶ ଦେଉଛନ୍ତି ତାହାକୁ ଆମେ ନମ୍ରତାର ସହ ଗ୍ରହଣ କରୁଛୁ । ‘ପ୍ରମେୟ’ର ମୁଖ୍ୟ ଲକ୍ଷ୍ୟ ହେଉଛି ସବୁ ବର୍ଗର ପାଠକଙ୍କୁ ଗୁରୁତ୍ୱ ଦେବା । ସେହି ହିସାବରେ ବିଭିନ୍ନ ବର୍ଗ ପାଇଁ ସ୍ୱତନ୍ତ୍ର ପୃଷ୍ଠା ବାହାରୁଛି । ତେବେ ଆମର ପ୍ରତ୍ୟେକ କାର୍ଯ୍ୟ ଓ ପୃଷ୍ଠାକୁ ପାଠକମାନେ ଏମିତି ଆଗକୁ ସମର୍ଥନ ଦିଅନ୍ତୁ ବୋଲି ଶ୍ରୀ ମହାପାତ୍ର କହିଲେ ।
ଭାଇସ୍‌ ପ୍ରେସିଡେଣ୍ଟ (ସେଲସ୍‌ ଆଣ୍ଡ ମାର୍କେଟିଂ) ଲିଙ୍ଗରାଜ ଲେଙ୍କା ଲୋକମାନଙ୍କ ସାହାଯ୍ୟ, ସହାନୁଭୂତି ଏମିତି ଭାବେ ରହିଥାଉ ବୋଲି କହିଥିଲେ । ଭୁବନେଶ୍ୱର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର ସ୍ୱାଗତ ଭାଷଣ ଦେଇଥିଲେ ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ‘ପ୍ରମେୟ’ ଓ ନ୍ୟୁଜ୍‌-୭ର ସିଇଓ ସୁନୀଲ କୁମାର ଦାସ, ନ୍ୟୁଜ୍‌-୭ର କାର୍ଯ୍ୟକାରୀ ସମ୍ପାଦକ ଦେବ ନାରାୟଣ ସେଠୀ, ‘ପ୍ରମେୟ’ର ବିଜ୍ଞାପନ ବିଭାଗ ଡିଜିଏମ୍‌ (ୟୁନିଟ୍‌ ସେଲ୍‌ସ) ସୁଶାନ୍ତ ମହାପାତ୍ର, ଡିଜିଏମ୍‌ ଏସ୍‌.ଏଫ୍‌ ଅଲ୍ଲୀ, ପ୍ରସାରଣ ବିଭାଗ ଡିଜିଏମ୍‌ ଗଜେନ୍ଦ୍ର ଦାସ, ଏଜିଏମ୍‌ ରମାକାନ୍ତ ମଲ୍ଲିକ୍‌, ଉତ୍କଳ ହ୍ୟୁଣ୍ଡାଇର ଏରିଆ ସେଲସ୍‌ ମ୍ୟାନେଜର ୱାସିମ୍‌ ଅହମ୍ମଦ ଖାନ୍‌, ପିଜିଏଲ୍‌ ହୁଣ୍ଡାର ସେଲସ୍‌ ମ୍ୟାନେଜର ଦେବାଶିଷ ଦାସ, ହୋଣ୍ଡା ମୋଟର ସାଇକେଲ୍‌ ଆଣ୍ଡ ସ୍କୁଟର୍‌ ଇଣ୍ଡିଆର ଏରିଆ ମ୍ୟାନେଜର ରଜନୀଶ ଜୈଶୱାଲ୍‌, ଚନ୍ଦ୍ରିକା ନେଚର୍‌ ଗୋଲ୍ଡ୍‌ର ମ୍ୟାନେଜିଂ ଡାଇରେକ୍ଟର ଅମିତ୍‌ କୁମାର ପୃଷ୍ଟି, ଡାଇରେକ୍ଟର ଗିରିଧାରୀ ପୃଷ୍ଟି, ରୋହିତ କୁମାର ପୃଷ୍ଟି, ବିଜୟାରାଣୀ ପୃଷ୍ଟି, ଜେନେରାଲ୍‌ ମ୍ୟାନେଜର ଅବିନାଶ ସାହାଣୀ, ସ୍ଲିପ୍‌ ଷ୍ଟୁଡିଓର ପ୍ରୋପାଇଟର ସଞ୍ଜୁକ୍ତା ମିଶ୍ର, ମ୍ୟାନେଜିଂ ପାର୍ଟନର ରାମଶଙ୍କର ମିଶ୍ର, ଫ୍ରିଡମ୍‌ ରିଫାଇନଡ୍‌ ସନ୍‌ଫ୍ଲାୱାର ଅଏଲ୍‌ର ଏରିଆ ସେଲସ୍‌ ମ୍ୟାନେଜର ଅମିୟ କୁମାର ଧଳ, ପାଲାଜିଓ ଫର୍ଣ୍ଣିଚର ମ୍ୟାନେଜର ଶୁଭସ୍ମିତା ପଣ୍ଡା, ଫର୍ଣ୍ଣିଚର ଗୋଡାଉନ୍‌ର ମ୍ୟାନେଜର ବାସୁଦେବ ନାୟକ, ସ୍ପାଇନୋକେୟାର ମ୍ୟାଟ୍ରେସେସ୍‌ର ଓଡ଼ିଶା ଡିଷ୍ଟ୍ରିବ୍ୟୁଟର ସଞ୍ଜୟ ଚୌଧୁରୀ, ଭିଜିନ୍‌ କେୟାରର ପ୍ରୋପାଇଟର ଶ୍ରୀମନ୍ତ ମିଶ୍ର, କ୍ରିସ୍‌ ଏଲ୍‌ଇଡିର ପ୍ରୋପାଇଟର ପ୍ରଶାନ୍ତ କୁମାର ମହାନ୍ତି, ସେଲୋ ଏୟାରକୁଲରର ଏରିଆ ସେଲସ୍‌ ମ୍ୟାନେଜର ଆଶିଷ ଭଗତ୍‌ ପ୍ରମୁଖ ଉପସ୍ଥିତ ରହି ସମସ୍ତ ବିଜେତାଙ୍କୁ ପୁରସ୍କାର ବିତରଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.