Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ପ୍ରମେୟ ନୁଆଁଖାଇ ଭେଟ ଓ ଓଜସ୍ବିନୀ ସମ୍ମାନ ସମାରୋହ(୨୦୧୯) ଅନୁଷ୍ଠିତ

25/11/2019 at 12:10 PM

ସମ୍ବଲପୁର ୨୫/୧୧: ନାରୀ ସଶକ୍ତିକରଣ କ୍ଷେତ୍ରରେ ‘ପ୍ରମେୟ’ର ଓଜସ୍ବିନୀ ସମ୍ମାନ ପଦକ୍ଷେପ ପ୍ରଶଂସନୀୟ। ଏହି ପ୍ରୟାସ ପ୍ରମେୟକୁ ଅନ୍ୟ ଖବରକାଗଜଠାରୁ ଭିନ୍ନ ପରିଚୟ ଦେବା ସହ ତା’ର ସ୍ବତନ୍ତ୍ରତା ପ୍ରତିପାଦିତ କରୁଛି। କେବଳ ନାରୀଶକ୍ତିଙ୍କୁ ନୁହେଁ,ସମାଜର ଅନ୍ୟ ଅବହେଳିତ ବର୍ଗ ପ୍ରତି ଦୃଷ୍ଟି ଦିଆଯାଇ ସେମାନଙ୍କୁ ସମ୍ମୁଖକୁ ଆଣିବା ଦାୟିତ୍ବ ‘ପ୍ରମେୟ’ ବହନ କରୁ। ପ୍ରମେୟ ନୁଆଁଖାଇ ଭେଟ ଓ ଓଜସ୍ବିନୀ ସମ୍ମାନ ସମାରୋହ-୨୦୧୯ କାର୍ଯ୍ୟକ୍ରମରେ ଅତିଥିମାନେ ଏଭଳି ଆହ୍ବାନ ଦେଇଛନ୍ତି। ଚଳିତ ବର୍ଷ ପ୍ରମେୟ ଓଜସ୍ବିନୀ ସମ୍ମାନ ମୁକୁଟ ନ୍ୟାୟ ବିଜୟିନୀ ମିଶ୍ରଙ୍କୁ ମିଳିଥିବାବେଳେ ରନର୍ସଅପ୍ ଦିବ୍ୟାଙ୍ଗ କଣ୍ଠଶିଳ୍ବୀ ରୋହିଣୀ ଛୁରା ଏବଂ ପ୍ରଥମ ରନର୍ସଅପ୍ ବାନ୍ଧକଳାର ଯୁବ ଆମ୍ବାସାଡର ବିଦ୍ୟାମତି ମେହେରଙ୍କୁ ମଧ୍ୟ ସ୍ବତନ୍ତ୍ରଭାବେ ସମ୍ବର୍ଦ୍ଧିତ କରାଯାଇଛି। ସେହିଭଳି ଚଳିତ ବର୍ଷ ବିଶିଷ୍ଟ ଗୀତିକାର ଓ ଲେଖକ ବିନୋଦ ପଶାୟତ ଓ ଉଦୟୀମାନ କଣ୍ଠଶିଳ୍ପୀ ମାମୁନି ବାଗଙ୍କୁ ପ୍ରମେୟ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ସ୍ଥାନୀୟ ଭିଏସଏସ୍ ମାର୍ଗ ସ୍ଥିତ ଅଶୋକା ଟକିଜଠାରେ ପ୍ରମେୟ ଓ ନ୍ୟୁଜ-୭ ଗ୍ରୃପ୍ ଏଡିଟର ଗୋପାଳକୃଷ୍ଣ ମହାପାତ୍ର ଏବଂ ପ୍ରମେୟ ସମ୍ବଲପୁର ସଂସ୍କରଣ ମୁଖ୍ୟ ଶ୍ବେତକୁମାର ପ୍ରଧାନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ବଂଶୀବାଦକ ପଦ୍ମବିଭୂଷଣ ପଣ୍ଡିତ ହରିପ୍ରସାଦ ଚୌରାସିଆ,ବିଶିଷ୍ଟ ଅତିଥି ଭାବେ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା,ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ,ବେଦାନ୍ତ ଝାରସୁଗୁଡ଼ା ସିଇଓ ଛବିନାଥ ସିଂ,ଅଭିନେତ୍ରୀ ବର୍ଷା ଓ ସୋନି ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ମା’ ସମଲେଶ୍ବରୀଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ଜ୍ବଳନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ‘ପ୍ରମେୟ’ ସମ୍ବଲପୁର ସଂସ୍କରଣ ମୁଖ୍ୟ ଶ୍ରୀ ପ୍ରଧାନ କାର୍ଯ୍ୟକ୍ରମ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି ଓଜସ୍ବିନୀ ସମ୍ମାନ ପରମ୍ପରାର ଇତିହାସ ଉପରେ ସୂଚନା ଦେଇଥିଲେ। ଗ୍ରୃପ୍ ଏଡିଟର ଶ୍ରୀ ମହାପାତ୍ର ପାଠକମାନଙ୍କ ସହ ଯୋଡ଼ି ହେବା ପାଇଁ ପ୍ରମେୟ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ସୂଚନା ଦେଇ ଖୁବ୍ କମ୍ ଦିନ ମଧ୍ୟରେ ‘ପ୍ରମେୟ’କୁ ରାଜ୍ୟର ଏକ ଅଗ୍ରଣୀ ଖବରକାଗଜର ମାନ୍ୟତା ଦେଇପାରିଛି ବୋଲି କହି ପାଠକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ମୁଖ୍ୟ ଅତିଥି ପଦ୍ମବିଭୂଷଣ ପଣ୍ଡିତ ଚୌରାସିଆ ତାଙ୍କ ବକ୍ତବ୍ୟରେ ସମ୍ବଲପୁର ଉପରେ ତାଙ୍କ ସ୍ମୃତିଚାରଣ କରିଥିଲେ। ୧୯୫୮ରେ ସେ ଯେତେବେଳେ ପ୍ରଥମ ଥର ପାଇଁ ସମ୍ବଲପୁର ଆସିଥିଲେ ସେତେବେଳେ ହୁମା ପରିଦର୍ଶନ ବେଳେ ହୋଇଥିବା ଦୁର୍ଘଟଣା ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରିଥିଲେ। ସମ୍ବଲପୁରୀ ଶାଢ଼ୀ,ଲୋକଗୀତ ଓ ସଙ୍ଗୀତ,ଖାଦ୍ୟକୁ ସେ ପ୍ରଶଂସା କରି ପ୍ରମେୟର ନାରୀଶକ୍ତିଙ୍କୁ ସମ୍ମାନ ପଦକ୍ଷେପ ଆଗକୁ ଜାରି ରଖିବାକୁ ଆହ୍ବାନ ଦେଇଥିଲେ।

ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ବେହେରା,ଡିଆଇଜି ଶ୍ରୀ ଲାଲ,ବେଦାନ୍ତ ସିଇଓ ଶ୍ରୀ ସିଂ,ଅଭିନେତ୍ରୀ ବର୍ଷା ଓ ସୋନି ସମସ୍ତେ ପ୍ରମେୟର ଓଜସ୍ବିନୀ ସମ୍ମାନ ଅଭିଯାନକୁ ପ୍ରଶଂସା କରିଥିଲେ। ଓଜସ୍ବିନୀ ସମ୍ମାନ ବିଜେତା ବିଜୟିନୀ ମିଶ୍ରଙ୍କୁ ଟ୍ରଫି,ମାନପତ୍ର,ଉପଢୌକନ ସହ ନଗଦ ୨୫ହଜାର ପୁରସ୍କାର ରାଶି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ରନର୍ସ ଅପ ଭାବେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡର ଦିବ୍ୟାଙ୍ଗ କଣ୍ଠଶିଳ୍ପୀ ରୋହିଣୀ ଛୁରାଙ୍କୁ ଟ୍ରଫି ଓ ୧୫ହଜାର ଟଙ୍କା, ପ୍ରଥମ ରନର୍ସ ଅପ ବାନ୍ଧକଳାର ଯୁବ ଆମ୍ବାସାଡର ବରଗଡ଼ ଜିଲ୍ଲା ବରପାଲିର ବିଦ୍ୟାବତୀ ମେହେରଙ୍କୁ ଟ୍ରଫି ଓ ନଗଦ ୧୦ହଜାର ଟଙ୍କା ପୁରସ୍କାର ରାଶି ସହ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରମେୟ ପକ୍ଷରୁ ସମସ୍ତ ଅତିଥିଙ୍କୁ ମଧ୍ୟ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗୀ ସଂସ୍ଥା ଏମସିଏଲ୍,ଶ୍ୟମ ଡିଆରଆଇ,ଆନନ୍ଦ ଓ୍ବାଲର୍ଡ,ଭୂଷଣ ଷ୍ଟିଲ୍ ଲିଃ,ଭକ୍ତବନ୍ଧୁ ଚାରିଟେବୁଲ୍ ଟ୍ରଷ୍ଟ ପ୍ରତିନିଧିଙ୍କ ସମେତ ରୁଦ୍ରାକ୍ଷ ଇଭେଣ୍ଟ ମ୍ୟାନେଜମେଣ୍ଟ ମୁଖ୍ୟ ମୃତ୍ୟୁଞ୍ଜୟ ସ୍ବାଇଁ ଏବଂ ସଙ୍ଗୀତଜ୍ଞ ରତନ ପୂଜାରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ସମ୍ବଲପୁରର ପ୍ରତିଷ୍ଠିତ ସଙ୍ଗୀତଜ୍ଞ ରତନ ପୂଜାରୀ ଓ ସାଥୀ ଲୋକସଙ୍ଗୀତ ପରିବେଷଣ କରିଥିଲେ। ଝାରସୁଗୁଡ଼ା ଜିଲ୍ଲା ପଞ୍ଚଗାଁର ମହିମା ସାଂସ୍କୃତିକ ପରିଷଦ କଳାକାରଙ୍କ ଦ୍ବାରା ଝୁମେର,ବଲାଙ୍ଗୀରର ଢ଼ୋଲ ମହୁରୀ କଳା ପରିଷଦ କଳାକାରଙ୍କ ଦ୍ବାରା ବଜନିଆଁ ଲୋକନୃତ୍ୟ ଏବଂ ବରଗଡ଼ର କଳାଜୀବୀ ନୃତ୍ୟ ଅନୁଷ୍ଠାନର କଳାକାରଙ୍କ ଦ୍ବାରା କୁଠି ଡାଲଖାଇ ନୃତ୍ୟ ପରିବେଷଣ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଞ୍ଜନ ପ୍ରଧାନ ଏବଂ ମୁଗ୍ଧା ଦାଶ ପରିଚାଳନା କରିଥିଲେ। ସମ୍ବଲପୁର ଜିଲ୍ଲା ପ୍ରତିନିଧି ଜ୍ଞାନବ୍ରତ ଭୋଇ,ଝାରସୁଗୁଡ଼ା ଜିଲ୍ଲା ପ୍ରତିନିଧି ମେହେବୁବ ମାହତାବ ,ସହ-ସମ୍ପାଦିକା ବିସ୍ମିତା ପ୍ରଧାନ,ବଲାଙ୍ଗୀର ବ୍ୟୁରୋ ମୁଖ୍ୟ ଅଖିଳ ଚନ୍ଦ୍ର ହୋତା,ରାଉରକେଲା ସଂସ୍କରଣ ମୁଖ୍ୟ ଉମାକାନ୍ତ ଭିତିରିଆଙ୍କ ସମେତ ପ୍ରମେୟ ପରିବାରର ସଦସ୍ୟମାନେ ସହଯୋଗ କରିଥିଲେ।

   Related Posts