Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ପ୍ରମେୟ ନ୍ୟୁଜ ସେଭେନ ବାର୍ଷିକ ଉତ୍ସବରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ – ମିଡିଆ ହିଁ ନୂଆ ସିଚୁଏସନକୁ ଗ୍ରହଣ ପାଇଁ ବାଟ କଢାଇବ

10/12/2019 at 2:09 PM

ଭୁବନେଶ୍ବର ୧୦।୧୨:   ଆଜି ଓଡ଼ିଆ ଦୈନିକ ‘ପ୍ରମେୟ’ ଓ ଚ୍ୟାନେଲ ‘ନ୍ୟୁଜ୍‌୭’ର ଜନ୍ମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ପିଆଇବିର ପୂର୍ବତନ ପ୍ରମୁଖ ମହାନିର୍ଦ୍ଦେଶକ ସୀତାଂଶୁ ରଞ୍ଜନ କର ସମ୍ମାନିତ ଅତିଥି ଏବଂ ବିଶିଷ୍ଟ ଲେଖକ, ସ୍ତମ୍ଭକାର ତଥା ପ୍ରେରଣାଦାୟୀ ବକ୍ତା ଚେତନ ଭଗତ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଛନ୍ତି ।

ଖୁବ୍ କମ୍ ଦିନରେ ପ୍ରମେୟ ନ୍ୟୁଜ ସେଭେନ ରାଜ୍ୟବାସୀଙ୍କ ବିଶ୍ବାସ ଜିତିଛି । ଆଦର ପାଇଛି । ନିଜର ସ୍ଥିତି ମଜବୁତ୍ କରିପାରିଛି । ନୂଆ ଟ୍ରେଣ୍ଡ ସୃଷ୍ଟି କରିଛି । ଓଡିଆ ଦୈନିକ ପ୍ରମେୟ ଏବଂ ଟିଭି ଚ୍ୟାନେଲ ନ୍ୟୁଜ୭ର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରିବର୍ତ୍ତନଶୀଳ ଯୁଗରେ ସୋସିଆଲ ଟ୍ରେଣ୍ଡ, ଲାଇଫା ଷ୍ଟାଇଲ୍ ସବୁଥିରେ ପରିର୍ବର୍ତ୍ତନ ଆସିଛି । କାର୍ଯ୍ୟକ୍ରମରେ ପିଆଇବିର ପୂର୍ବତନ ମହାନିର୍ଦ୍ଦେଶକ ସୀତାଂଶୁ ରଞ୍ଜନ କର ସମ୍ମାନିତ ଅତିଥି ଏବଂ ବିଶିଷ୍ଟ ଲେଖକ, ସ୍ତମ୍ଭକାର ତଥା ପ୍ରେରଣାଦାୟୀ ବକ୍ତା ଚେତନ ଭଗତ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଉଭୟ ଅତିଥି ପ୍ରମେୟ ନ୍ୟୁଜ ସେଭେନର ପ୍ରତିଷ୍ଠାତା ପ୍ରଫେସର ମନୋଜ ରଂଜନ ନାୟକଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।  ଓଡ଼ିଆ ଖବର କାଗଜ ପ୍ରମେୟ ୮ବର୍ଷ ଏବଂ ନ୍ୟୁଜ୭ ୫ବର୍ଷ ପୂରଣ କରିଛି । ସୋଆ କ୍ୟାମ୍ପସ-୨ ଅଡିଟୋରିୟମରେ ହୋଇଥିବା କାର୍ଯ୍ୟକ୍ରମରେ ପ୍ରମେୟ ଓ ନ୍ୟୁଜ ସେଭେନର ଗ୍ରୁପ୍ ଏଡିଟର ଗୋପାଳକୃଷ୍ଣ ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ । ପ୍ରମେୟ ନ୍ୟୁଜ ସେଭେନ ଲୋକଙ୍କ ଆସ୍ଥା ଓ ବିଶ୍ବାସକୁ ଅତୁଟ ରଖି ଆଗକୁ ଚାଲିଛି, ଆଗକୁ ଏହି ଧାରା ଜାରି ରହିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ନ୍ୟୁଜ ସେଭେନର କାର୍ଯ୍ୟକାରୀ ସଂପାଦକ ଦେବ ନାରାୟଣ ସେଠୀ କହିଥିଲେ ଯେ ଦୁର୍ନୀତିଖୋରଙ୍କ ପାଇଁ ନ୍ୟୁଜ ସେଭେନ ସତର୍କ ଘଣ୍ଟି ହୋଇଛି । ବିଶିଷ୍ଟ ଲେଖକ ଚେତନ ଭଗତ ଜୀବନରେ କିଭଳି ଖୁସି ମିଳିବ ସେନେଇ ପ୍ରେରଣାଦାୟୀ ଅଭିଭାଷଣ ରଖିଥିଲେ ।

   Related Posts