Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨୩୯୦ ପଜିଟିଭ୍
  • ||
  • ନିରାଡମ୍ବର ଭାବେ ପାଳିତ ହେଉଛି ଇଦ୍-ଉଲ-ଫିତର, ଇଦଗାହରେ ହେବନାହିଁ ସାମୂହିକ ନମାଜ ପାଠ
  • ||
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

ପୁଣି ସାମ୍ବାଦିକଙ୍କୁ ଆକ୍ରମଣ ; ଦୁର୍ବୃତ୍ତଙ୍କ ଆକ୍ରମଣରେ ‘ପ୍ରମେୟ’ ସାମ୍ବାଦିକ ବିକ୍ରମ ଆଚାର୍ଯ୍ୟ ଆହତ

1/02/2019 at 5:01 PM

ପୁରୀ ୧|୨: ପୁରୀରେ ‘ପ୍ରମେୟ’ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ସାମ୍ବାଦିକ ବିକ୍ରମ ଆଚାର୍ଯ୍ୟ ଆହତ ହୋଇଛନ୍ତି । ମେରାଇନ ଡ୍ରାଇଭ ଓ୍ବାଟର ପାର୍କ ନିକଟରେ ବିକ୍ରମଙ୍କୁ ଆକ୍ରମଣ କରିଛନ୍ତି ୫ଜଣ ଦୁର୍ବୃତ୍ତ । ଆହତ ଅବସ୍ଥାରେ ବିକ୍ରମଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଆକ୍ରମଣର କାରଣ ସ୍ପଷ୍ଟ ଜଣାପଡିନାହିଁ ।

କିଛି ଦିନ ହେବ ଏଭଳି ବାରମ୍ବାର ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସୁଛି । ଭୁବନେଶ୍ବରରେ କଳ୍ପତରୁ ପ୍ରଧାନଙ୍କୁ ସିନେମା ହଲରେ ଆକ୍ରମଣ କରାଯାଇଥିଲା । ସେହିପରି ବଲାଙ୍ଗିରରେ ମଧ୍ୟ ନ୍ୟୁଜପେପର ସର୍କୁଲେସନ ମ୍ୟାନେଜରଙ୍କୁ ହତ୍ୟା କରାଯାଇଥିଲା । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ସେହିପରି କେନ୍ଦ୍ରାପଡା ମାର୍ଶାଘାଇରେ ମଧ୍ୟ ଏକ ସଭାରେ କିଛି ଯୁବକଙ୍କ ଠେଲାପେଲାରେ ୪ଜଣ ସାମ୍ବାଦିକ ଆହତ ହୋଇଥିଲା ।

   Related Posts