ପ୍ରମେୟ ଡଟ୍ କମ୍‌ର ତୃତୀୟ ସ୍ଵନକ୍ଷେତ୍ର: ପାଠକୀୟ ଚାହିଦାକୁ ଗୁରୁତ୍ଵ ସହ ସଠିକ୍ ଖବର ଦେଇ ଲୋକପ୍ରିୟତା ଅତୁଟ ରଖିବାକୁ ଜାରି ରହିବ ପ୍ରୟାସ

Published By : Prameya-News7 Bureau | January 18, 2021 IST

ଭୁବନେଶ୍ଵର ୧୮।୦୧: ଗଣମାଧ୍ୟମର ବିଭିନ୍ନ ମାଧ୍ୟମରେ ସାମାଜିକ ଗଣମାଧ୍ୟମ ବା ଓ୍ଵେବ୍‌ ପୋର୍ଟାଲ ଏବେ ଏକ ଗୁରୁତ୍ଵପୂର୍ଣ୍ଣ ମାଧ୍ୟମ ହୋଇଛି। ପ୍ରଯୁକ୍ତିର ଯୁଗରେ ଏହା କେବଳ ଆଦୃତ ନୁହେଁ ଅଧିକ ମାତ୍ରାରେ ଲୋକ ପ୍ରିୟ ହୋଇ ଚାଲିଛି। ହାତ ପାଆନ୍ତାରେ ଜଲ୍‌ଦି ଏବଂ ସବୁ କିଛି ଖବର ଦେବାରେ ସଫଳତା ପାଇଁ ଏହା ଅଧିକ ଆଦୃତ ହୋଇ ଚାଲିଛି। ରାଜ୍ୟର ପ୍ରମୁଖ ଓ୍ଵେବ୍‌ପୋର୍ଟାଲ ମଧ୍ୟରେ ଅନ୍ୟତମ ଅଗ୍ରଣୀ ପ୍ରମେୟ ଡଟ୍ କମ୍‌ ପାଠକୀୟ ଆଦୃତ ଲାଭ କରିଥିବା ବେଳେ ଏହା ଆଗକୁ ଅଧିକରୁ ଅଧିକ ପରିବ୍ୟାପ୍ତିର ପ୍ରୟାସ ଜାରି ରଖିଛି ଓ  ଜାରି ରଖିବ। ସଫଳତା ହାସଲ କରି ଚାଲିଥିବା ପ୍ରମେୟ ଡଟ୍ କମ୍‌ ଆଗକୁ ମଧ୍ୟ ଏହା ଜାରି ରଖିବ ବୋଲି ତୃତୀୟ ଜନ୍ମବାର୍ଷିକ ଉତ୍ସବରେ ଆଶା ବ୍ୟକ୍ତ କରିବା ସହ ଉତ୍ତମ ସମନ୍ଵୟ, ସହଯୋଗ ଓ ପାଠକୀୟ ଚାହିଦା ପ୍ରତି ଗୁରୁତ୍ଵ ଦେବାକୁ ମନ୍ତ୍ର ଦେଇଛନ୍ତି ସୁମା ରିୟଲ ମିଡିଆର ପରିଚାଳନା ନିର୍ଦ୍ଦେଶକ ତଥା ସୋଆ ପ୍ରତିଷ୍ଠାତ ଡ. ମନୋଜରଞ୍ଜନ ନାୟକ।  

{"id":394289,"sizeSlug":"large","linkDestination":"none"}

ସୋଆ ଅଡିଟରିୟମରେ ଅନୁଷ୍ଠିତ ଉତ୍ସବରେ  ଡ. ମନୋଜରଞ୍ଜନ ନାୟକଙ୍କ ପ୍ରମେୟ ଏବଂ ନ୍ୟୁଜ୍‌୭ର ତିନି ପୋର୍ଟାଲ ପ୍ରମେୟ ଡଟ୍ କମ୍ , ପ୍ରମେୟ ନ୍ୟୁଜ୍ ୭ ଡଟ୍ କମ୍‌ ଏବଂ ପ୍ରମେୟ ନ୍ୟୁଜ୍ ଡଟ୍ କମ୍  ବର୍ତ୍ତମାନ ଆଲେକ୍ସା ରାଙ୍କିଙ୍ଗ୍‌ରେ ଆଗରେ ଥିବାରୁ ସମସ୍ତଙ୍କୁ ସାଧୁବାଦ ସହ ଅଭିନନ୍ଦନ ଜଣାଇଥିଲେ। ସମସ୍ତଙ୍କୁ ଉତ୍ସାହିତ କରିବା ସହ ସୁମା ରିୟଲ ମିଡିଆର ତିନି ସଂସ୍ଥା ପ୍ରମେୟ, ନ୍ୟୁଜ୍୭ ଏବଂ ପୋର୍ଟାଲ ଗୁଡିକ ମଧ୍ୟରେ ଉତ୍ତମ ସହଯୋଗ ସହ ଆଗକୁ ବଢିବାକୁ ପରାମର୍ଶ ଦେଇଥିଲେ।

{"id":394290,"sizeSlug":"large","linkDestination":"none"}

କେକ୍‌ କାଟି ପାଳିତ ହୋଇଥିବା ଏହି ପ୍ରମେୟ ଡଟ୍‌ କମ୍‌ର ଜନ୍ମ ଦିନ ଉତ୍ସବରେ ପ୍ରମେୟ ଓ ନ୍ୟୁଜ୍‌୭ର ଗ୍ରୁପ ଏଡିଟର ଗୋପାଳ କୃଷ୍ଣ ମହାପାତ୍ର, ନ୍ୟୁଜ୍୭ର କାର୍ଯ୍ୟନିର୍ବାହୀ ସଂପାଦକ ଦେବ ନାରାୟଣ ସେଠୀ, ଓ୍ଵେବ୍ ପୋର୍ଟାଲର କନସଲ୍‌ଟିଂ ଏଡିଟର ସୁବ୍ରତ ଦାସ, ଗ୍ରୁପ ସେଲ୍ସ ହେଡ୍‌ ହିମାଂଶୁ ହୋତା, ପ୍ରମେୟ ଏବଂ ନ୍ୟୁଜ୍ ୭ର ପୋର୍ଟାଲ ହେଡ୍‌ ଅମରେଶ ଦାସ, ପ୍ରମେୟ ଡଟ୍ କମ୍‌ର ଜିତ୍ ପଟ୍ଟନାୟକ, ଟେକ୍ନିକାଲ କନସଲଟାଣ୍ଟ ଜୁବନଶ୍ଵ ମିଶ୍ର ଯୋଗ ଦେଇଥିଲେ। ବକ୍ତାମାନେ ସେମାନଙ୍କ ବକ୍ତବ୍ୟରେ ଗଣମାଧ୍ୟମରେ ବର୍ତ୍ତମାନ ଓ୍ଵେବ୍‌ପୋର୍ଟାଲର ଗୁରୁତ୍ଵ ବର୍ଣ୍ଣନା କରିବା ସହ ପ୍ରମେୟ ଡଟ୍ କମ୍‌ର ବିଶେଷତ୍ଵ, କାର୍ଯ୍ୟଧାରା ଏବଂ ଆଗକୁ ଯିବାର ଯୋଜନା ସଂପର୍କରେ ଉଲ୍ଲେଖ କରିଥିଲେ। ଏହି କାର୍ଯ୍ୟକ୍ରମରେ  ନ୍ୟୁଜ୍୭ ଏଚ୍‌ଆର୍ ମ୍ୟାନେଜର ପିନାକୀ ନାୟକଙ୍କ ସହ ସୁମା ରିୟଲ ମିଡିଆର ତିନି ଓ୍ଵେବ୍‌ ପୋର୍ଟାଲର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.