ରାଉରକେଲାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପ୍ରମେୟ ଏବଂ ନ୍ୟୁଜ୍ ସେଭେନ୍ ପକ୍ଷରୁ ମିନି ମାରାଥନ

Published By : Prameya-News7 Bureau | November 10, 2019 IST

ରାଉରକେଲା ୧୦।୧୧: ଇସ୍ପାତ ସହର ରାଉରକେଲାକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ପ୍ରୟାସ । ଏହାସହ ଟ୍ରାଫିକ ନିୟମକୁ ସମ୍ମାନର ସହ ପାଳନ କରିବାକୁ ଆହ୍ବାନ । ଏନେଇ ପ୍ରମେୟ ଓ ନ୍ୟୁଜ୍ ସେଭେନ ପକ୍ଷରୁ ଆୟୋଜିତ ହୋଇଥିଲା ସଂକଳ୍ପ କାର୍ଯ୍ୟକ୍ରମ ।

{"id":182040}

ଏହି ମିନି ମାରାଥନ ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଇଛି ପ୍ରମେୟ ଓ ନିୟୁଜ୍ ସଭେନ୍ । ମାରାଥନ୍ ସେକ୍ଟର-୩ ଜଗନ୍ନାଥ ମନ୍ଦିର ପରିସରରୁ ବାହାରି ରିଙ୍ଗରୋଡ଼ ଦେଇ ଶେଷ ହୋଇଥିଲା ଭଂଜଭବନରେ । ପରେ ସେଠାରେ ଅନୁଷ୍ଠିତ ହୋଇଥିଲା ପଥପ୍ରାନ୍ତ ନାଟକ ।

{"id":182041}

ଏହି କାର୍ଯ୍ୟକ୍ରମରେ  ପ୍ରମେୟର ସଂପାଦକ ଗୋପାଳ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଆରଏସପିର ଚିପ୍ କମ୍ୟୁନିକେସନ ଅଫିସର ରମେନ୍ଦ୍ର କୁମାର ସମ୍ମାନିତ ଅତିଥି ଭାବରେ ଯୋଗଦେବା ସହ ବୁଦ୍ଧିଜୀବା, ଆଇନଜୀବୀ, ଶ୍ରମିକ ସଂଗଠନ ସହ  ସାମାଜିକ ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତାମାନେ ଯୋଗଦେଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.