Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଆଜି କ୍ଷେପଣାସ୍ତ୍ର ‘ପ୍ରଳୟ’ର ପରୀକ୍ଷଣ

17/12/2018 at 8:39 AM

ବାଲେଶ୍ବର ୧୭|୧୨:  ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ଉନ୍ନୟନ ସଂସ୍ଥା ଡିଆରଡିଓ ପକ୍ଷରୁ ଆଜି ‘ପ୍ରଳୟ’ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ କରାଯିବ । ଏଥିପାଇଁ ଡିଆରଡିଓ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏଥିପାଇଁ ପ୍ରତିରକ୍ଷା ବିଭାଗର ବହୁ ବରିଷ୍ଠ ଅଧିକାରୀ ଓ ଡିଆରଡିଓର ବହୁ ବୌଜ୍ଞାନିକ ଆସି ପହଞ୍ଚିଛନ୍ତି । ପାଗ ଅନୁକୂଳ ରହିଲେ ବଙ୍ଗୋପସାଗର ପୂର୍ବ ଉପକୂଳ ଧାମରା ସ୍ଥିତ ଅବଦୁଲ କାଲାମ ଦ୍ବୀପର ୪ନମ୍ବର ଲଞ୍ଚ୍ ପ୍ୟାଡ୍‌ରୁ ସକାଳ ୭ଟାରୁ ପୂର୍ବାହ୍ନ ୧୦ଟା ମଧ୍ୟରେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯିବ। ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ସ୍ବଳ୍ପ ଦୂରଗାମୀ ଆଣ୍ଟି ବାଲାଷ୍ଟିକ୍ ମିସାଇଲର ଓଜନ ୧ ଟନ୍ ହୋଇଥିବାବେଳେ ପାରମ୍ପରିକ ଅସ୍ତ୍ରବହନ କରିପାରୁଥିବା ଏହି ମିଶାଇଲର ଓଜନ ୫ ଟନ୍ ରହିଛି । ଏହାର ୩୫୦ରୁ ୪୦୦ କିମି ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରହିଛି ।

   Related Posts