Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ବ୍ୟାଡ ବୟ @ ଗୁଡ ଓ୍ବାର୍କ : କରୋନା ପାଇଁ ସବୁ ଷ୍ଟାଫଙ୍କୁ ଦେଲେ ଦୁଇ ମାସର ଫୁଲ୍ ଦରମା

24/03/2020 at 1:22 PM

ମୁମ୍ବାଇ ୨୪/୩: କରୋନା ଭାଇରସ୍ ଯୋଗୁଁ ସମଗ୍ର ବିଶ୍ବରେ ହାହାକାର ସୃଷ୍ଟି ହୋଇଛି। ଏହି ଭାଇରସ୍ ଯୋଗୁଁ ଭାରତର ୫୪୮ଟି ଜିଲ୍ଲାକୁ ପୂରାପୂରି ଲକଡାଉନ୍ କରି ଦିଆଯାଇଛି। ଭାରତରେ ଏବେ ସୁଦ୍ଧା ୯ଜଣଙ୍କ କରୋନା ଭାଇରସ୍ ଯୋଗୁଁ ମୃତ୍ୟୁ ହୋଇସାରିଲାଣି। ଏପରି ପରିସ୍ଥିତିରେ କେନ୍ଦ୍ର ସରକାର ଏବଂ ସବୁ ରାଜ୍ୟ କରୋନା ଭାଇରସ୍ ବିରୁଦ୍ଧରେ ଯୁଦ୍ଧ କରିବା ଆରମ୍ଭ କରି ଦେଇଛନ୍ତି। ବଲିଉଡରେ ମଧ୍ୟ ଏପରି ଷ୍ଟାର ଅଛନ୍ତି,ଯେଉଁମାନେ ନିଜ କର୍ମଚାରୀଙ୍କ ପୂରାପୂରି ଯତ୍ନ ନେଉଛନ୍ତି ଏବଂ ଏହି ସଙ୍କଟମୟ ପରିସ୍ଥିତିରେ ତାଙ୍କ ପାଇଁ ହିରୋ ହୋଇଛନ୍ତି।

ବଲିଉଡରେ ପ୍ରାୟତଃ ଖଳନାୟକର ଭୂମିକାରେ ଅଭିନୟ କରୁଥିବା ଅଭିନେତା,ନିର୍ଦେଶକ ଏବଂ ନିର୍ମାତା ପ୍ରକାଶ ରାଜ ଏହି ସଙ୍କଟମୟ ପରିସ୍ଥିତିରେ ତାଙ୍କ ସହ କାମ କରୁଥିବା ନିମ୍ନବର୍ଗର କର୍ମଚାରୀଙ୍କ ସହ ଭଗବାନ ହୋଇ ଛିଡ଼ା ରହିଛନ୍ତି। ଅଭିନେତା ପ୍ରକାଶ ରାଜ ନିଜ ପ୍ରଡକ୍ସନ୍ ହାଉସ୍ ଏବଂ ଫିଲ୍ମରେ କାମ କରୁଥିବା ​‌ଲୋକଙ୍କ ପାଇଁ ଯେଉଁ ଖାସ୍ କାମ କରିଛନ୍ତି ତାହାକୁ ଲୋକେ ଅତ୍ୟନ୍ତ ପ୍ରଶଂସା କରୁଛନ୍ତି। ସେ ତାଙ୍କ ଷ୍ଟାଫ ଏବଂ ଫିଲ୍ମର କ୍ରୁ ମେମ୍ବରଙ୍କୁ ମଇ ମାସ ଯାଏଁ ଆଡଭାନ୍ସ ଦରମା ଦେଇ ଦେଇଛନ୍ତି।

ପ୍ରକାଶ ରାଜ ନିଜ ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଏକ ପୋଷ୍ଟ ଜାରି କରିଛନ୍ତି ଏବଂ କହିଛନ୍ତି ଯେ ‘ଜନତା କର୍ଫ୍ୟୁ…ତାଙ୍କ ଜମା ଫଣ୍ଡ ଆଡ଼କୁ ଦେଖନ୍ତୁ,ତାଙ୍କ ଫର୍ମସ୍,ଘର,ଫିଲ୍ମ ପ୍ରଡକ୍ସନ୍,ସଂସ୍ଥା ଏବଂ ଘରୋଇ ଷ୍ଟାଫ ସହ ଜଡ଼ିତ ସମସ୍ତ ଲୋକଙ୍କୁ ମଇ ଯାଏଁ ଆଡଭାନ୍ସ ଦରମା ଦେଇ ଦେଇଛନ୍ତି। ସୋସିଆଲ ଡିସଟାନସିଂ ଯୋଗୁଁ ତାଙ୍କର ୩ଟି ଫିଲ୍ମର ଦୈନିକ ବେତନଭୋଗୀ କର୍ମଚାରୀଙ୍କୁ ଅତିକମରେ ଅଧା ଦରମା ଦେଇ ଦେଇଛନ୍ତି। ସେ ଆଗକୁ ମଧ୍ୟ ତାଙ୍କ ପାଇଁ ତାଙ୍କ ସକ୍ଷମ ଅନୁଯାୟୀ ସବୁ କିଛି କରିବେ।’

ସେ ତାଙ୍କ ଟ୍ବିଟରେ ଫ୍ୟାନଙ୍କୁ ଏପରି ଲୋକଙ୍କ ସାହାଯ୍ୟ କରିବାକୁ ଅପିଲ କରି ଲେଖିଛନ୍ତି ଯେ ,‘ସେ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି ଯେ ଯେଉଁମାନେ ଅଭାବୀ ସେମାନଙ୍କୁ ସାହାଯ୍ୟ କରନ୍ତୁ। ଜୀବନକୁ ଫେରାଇବାର ସମୟ,ପରସ୍ପର ପାଇଁ ଛିଡ଼ା ହେବାର ସମୟ’।

ପ୍ରକାଶ ରାଜଙ୍କ ଏହି କାମକୁ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ ଖୁବ୍ ପ୍ରଶଂସା କରୁଛନ୍ତି। ପ୍ରକାଶ ରାଜଙ୍କ ପୂର୍ବରୁ ଅଭିନେତା ମନୀଷ ପାଲ ମଧ୍ୟ ନିଜ ଷ୍ଟାଫଙ୍କୁ ଆଡଭାନ୍ସ ଦରମା ଦେଇ ଛୁଟିରେ ପଠାଇ ଦେଇଛନ୍ତି।

   Related Posts