ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରକାଶ ରାଜ : ବାଙ୍ଗାଲୁରୁ ସେଣ୍ଟ୍ରାଲରୁ ନିର୍ଦଳୀୟ ଭାବେ ଲଢ଼ିବେ ପ୍ରକାଶ

Published By : Prameya-News7 Bureau | March 23, 2019 IST

ଦିଲ୍ଲୀ ୨୩/୩ : ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଜାରି ରହିଛି | ପ୍ରଥମ ପର୍ଯ୍ୟାୟ ନାମାଙ୍କନ ମାର୍ଚ୍ଚ ୨୫ ତାରିଖ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ହେବ | ଫିଲ୍ମ ଅଭିନେତା ପ୍ରକାଶ ରାଜ ଗତକାଲି ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ପ୍ରକାଶ ରାଜ ନିର୍ଦଳୀୟ ଭାବେ ବାଙ୍ଗାଲୁରୁ ସେଣ୍ଟ୍ରାଲରୁ ନିର୍ବାଚନ ଲଢ଼ିବେ |

{"id":96038}


ବିଜେପି ନେତା ମହେଶ ଶର୍ମା ଗୌତମବୁଦ୍ଧ ନଗର ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ.କବିତା ନିଜାମବାଦ ଲୋକସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | କବିତା ବର୍ତ୍ତମାନ ଟିଆରଏସର ନିଜାମବାଦ ସାଂସଦ ଅଛନ୍ତି |

{"id":96040}


ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ପୁଅ ନାରା ଲୋକେଶ ଅମରାବତୀରେ ମଙ୍ଗଲଗିରି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ନାରା ଲୋକେଶ ମଙ୍ଗଳଗିରିରୁ ଟିଡ଼ିପି ପ୍ରାର୍ଥୀ ଭାବେ ଲଢ଼ିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.