ପ୍ରକାଶ ମିଶ୍ର କଟକରୁ ଓ ଖାରବେଳ କନ୍ଧମାଳରୁ ବିଜେପିର ପ୍ରାର୍ଥୀ: ପ୍ରତ୍ୟୁଷା ନୟାଗଡରେ ଅରୁଣଙ୍କ ବିରୋଧରେ କରିବେ ପ୍ରଚାର

Published By : Prameya-News7 Bureau | March 25, 2019 IST

ଭୁବନେଶ୍ୱର ୨୫/୩ : ବିଜେପି ୯ଟି ବିଧାନସଭା ଏବଂ ୨ଟି ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି | କନ୍ଧମାଳ ଲୋକସଭା ପାଇଁ ଖାରବେଳ ସ୍ୱାଇଁଙ୍କୁ ଦଳ ପ୍ରର୍ଥୀ କରିଛି । ଉତ୍କଳଭାରତର ଆବାହାକ ଖାରବେଳ ସ୍ବାଇଁ ଆଜି ବିଜେପିରେ ଯୋଗ ଦେଇଛନ୍ତି । ସେହିଭଳି କଟକ ଆସନରୁ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ରଙ୍କୁ ଦଳ ପ୍ରର୍ଥୀ କରିଛି । ପ୍ରକାଶ ମିଶ୍ର ଗତକାଲି ବିଜେପିରେ ଯୋଗ ଦେଇଥିଲେ ।

ରାଜ୍ୟ ସରକାର ପ୍ରକାଶ ମିଶ୍ରଙ୍କୁ ଡିଜିପି ପଦରୁ ହଟାଇଦେବା ପରେ ତୁରନ୍ତ କେନ୍ଦ୍ର ସରକାର ତାଙ୍କୁ ସିଆରପିଏଫ ଡିଜି ପଦରେ ଅବସ୍ଥାପିତ କରିଥିଲେ । ଅବସର ପରେ ତାଙ୍କୁ ଉତ୍ତରାଖଣ୍ଡ ରାଜ୍ୟପାଳଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଥିଲା । ଅବସର ପରେ ତାଙ୍କୁ ଗୃହ ମନ୍ତ୍ରାଳୟରେ ଅବସ୍ଥାପିତ କରାଯାଇଥିଲା । ସେହିଦିନ ଠାରୁ ପ୍ରକାଶ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ଲାଗି ରହିଥିଲା ।

ଅପରପକ୍ଷରେ ଖାରବେଳ ସ୍ବାଇଁ ବିଜେପି ଛଡିବା ପରେ ନିଜେ ଉତ୍କଳ ଭାରତ ଦଳ ଗଠନ କରିଥିଲେ । ୨୦୧୪ ନିର୍ବାଚନରେ ଖାରବେଳ ସ୍ବାଇଁ ଆମ ଓଡିଶା ପାର୍ଟି ସହ ମେଣ୍ଟ କରି କଟକ ଲୋକସଭା ଆସନରୁ ପ୍ରର୍ଥୀ ହୋଇଥିଲେ । ଚଳିତ ନିର୍ବାଚନ ପାଇଁ ବିଜ୍ଞପ୍ତି ପୂର୍ବରୁ ସମତା କ୍ରାନ୍ତି ଦଳ ସହ ଖାରବେଳ ମେଣ୍ଟ କରିବା ସହ ରାଜ୍ୟରେ ବିକଳ୍ପ ମେଣ୍ଟ ହେବ ବୋଲି କହିଆସୁଥିଲେ । ତେବେ ବୈଜୟନ୍ତ ପଣ୍ଡା , ଡାକ୍ତର ଦାମୋଦର ରାଉତ ବିଜେପିରେ ଯୋଗ ଦେବା ପରେ ଉଭୟ ଖାରବେଳ ସ୍ବାଇଁ ଏବଂ ସମତା କ୍ରାନ୍ତି ଦଳର ବ୍ରଜ ତ୍ରିପାଠୀ ମଧ୍ୟ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା ।

ଖାରବେଳଙ୍କୁ କନ୍ଧମାଳ ପ୍ରର୍ଥୀଭାବେ ଦଳ ଘୋଷଣା କରିବା ପରେ କନ୍ଧମାଳରେ ଅସୋନ୍ତୋଷ ସୃଷ୍ଟି ହୋଇଛି । ସ୍ଥାନୀୟ ଆଶାୟୀ ନେତା କ୍ଷୋଭ ପ୍ରତାଶ କରିଛନ୍ତି । କିଛିଦିନ ତଳେ ସ୍ଥାନୀୟ ସମସ୍ତ ଆଶାୟୀ ଏକଜୁଟ ହୋଇ ସ୍ଥାନୀୟ ନେତାଙ୍କୁ ପ୍ରର୍ଥୀ କରିବା ପାଇଁ ଦଳୀୟ ନେତୃତ୍ବ ନିକଟରେ ଦାବୀ କରିଥିଲେ । ବାହାରର ଲୋକଙ୍କୁ ପ୍ରର୍ଥୀ କଲେ ଅସହଯୋଗ କରିବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ ।

ଖାରବେଳଙ୍କୁ ଦଳ ପ୍ରର୍ଥୀ କରିବାପରେ ଦଳ ପ୍ରତ୍ୟୁଷା ରାଜେଶ୍ବରୀଙ୍କୁ କନ୍ଧମାଳରୁ ପ୍ରର୍ଥୀ କରିବା କଳ୍ପନା ଜଳ୍ପନାର ଅବସାନ ଘଟିଛି । ଏବେ ପ୍ରତ୍ୟୁଷା ନୟାଗଡ ନିର୍ବାଚନମଣ୍ଡଳିରେ ବିଜେପିର ବିଧାନସଭା ପ୍ରର୍ଥୀ ଇରାନୀ ରାୟଙ୍କ ସପକ୍ଷରେ ପ୍ରଚାର କରିବା ସହ ଅରୁଣ ସାହୁଙ୍କୁ ହରାଇବା ପାଇଁ ଉଦ୍ୟମ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.