ଆଶ୍ରମର ଅନ୍ଧାରୀ କଥା , ବାବାଙ୍କ କଳା କାହାଣୀ କହିବ ‘ଆଶ୍ରମ’

Published By : Prameya-News7 Bureau | August 28, 2020 IST

ନୂଆଦିଲ୍ଲୀ ୨୮/୮: ପ୍ରକାଶ ଝା ଏମଏକ୍ସ ପ୍ଲେୟରରେ ନିଜର ନୂଆ ଓ୍ବେବସିରିଜ ଆଶ୍ରମ ଆଣିଛନ୍ତି। ଏହି ଓ୍ବେବସିରିଜରେ ମୁଖ୍ୟ ଭୂମିକାରେ ବବି ଦେଓଲ ଅଭିନୟ କରୁଛନ୍ତି। ବବି ଏଥିରେ ଜଣେ ବାବା ନିରାଲାଙ୍କ ଭୂମିକାରେ ଅଭିନୟ କରୁଥିବା ନଜର ଆସିଛନ୍ତି।

ରିଲିଜ ପୂର୍ବରୁ ଅଭିଯୋଗ ହୋଇଥିଲା ଯେ ସିରିଜକୁ ବାବା ରାମ ରହିମଙ୍କ ଚରିତ୍ର ଆଧାରରେ ନିର୍ମାଣ କରାଯାଇଛି। ଫିଲ୍ମର ଟିମ୍ ଏହାକୁ ଖଣ୍ଡନ କରିଥିଲେ କିନ୍ତୁ ସିରିଜରେ ଯେଉଁଭଳି ବାବାଙ୍କ ଭୂମିକା ଦେଖାଯାଇଛି ସେଥିରୁ ଲାଗୁଛି ଯେ ଏହା ରାମ ରହିମ୍ ଭଳି ବାବାଙ୍କଠୁ ପ୍ରେରଣା ନେଇ ନିର୍ମାଣ କରାଯାଇଛି।

ଆଶ୍ରମର କାହାଣୀରେ ଦେଖାଯାଇଛି ଯେ କେଉଁଭଳି ଧର୍ମର ଠିକା ନେଇ ଜଣେ ବାବା ଅପରାଧ କରୁଛନ୍ତି ଏବଂ ରାଜନୀତିକୁ ମଧ୍ୟ ପ୍ରଭାବିତ କରୁଛନ୍ତି। ସେ କେଉଁଭଳି ନିଜ ଅପରାଧ ଲୁଚାଉଛନ୍ତି ଏବଂ ନିରୀହ ଜନତାଙ୍କ ନଜରରେ ଦେବତା ହେଉଛନ୍ତି। କାହାଣୀର ଆରମ୍ଭ ହେଉଛି ଜଣେ ପମ୍ମି ନାମ୍ନୀ ଦଳିତ ଯୁବତୀଙ୍କୁ କିପରି ବାବା ସାଧାରଣ ଲୋକଙ୍କ ଅତ୍ୟାଚାରରୁ ରକ୍ଷା କରୁଛନ୍ତି ଏବଂ ସେହି ଗାଁର ଲୋକଙ୍କ ପାଇଁ ଦେବତା ପାଲଟୁଛନ୍ତି।

ନିର୍ମାତା ପ୍ରକାଶ ଝା ନିଜ ପ୍ରଥମ ଓ୍ବେବସିରିଜ ଆଶ୍ରମରେ ଧର୍ମ ନାଁରେ ହେଉଥିବା ଧନ୍ଦାର ରହସ୍ୟ ଖୋଲିଛନ୍ତି। ଯାହା ଗତ କିଛି ବର୍ଷ ମଧ୍ୟରେ ଭାରତରେ ବଡ଼ ବଡ଼ ବାବାଙ୍କ ବ୍ୟବହାର ଉପରେ ହୋଇଛି। କେବେ ଏହି ବାବା ଗରିବଙ୍କ ନଜରରେ ଦେବତା ପାଲଟୁଛି ଏବଂ କେବେ ଏହି ବାବା ନିଜ ବୀଭତ୍ସ ଚେହେରା ସମସ୍ତଙ୍କୁ ଦେଖାଉଛି। କେବେ ନିଜ ପର୍ଦ୍ଦାଫାଶ ହୋଇଯିବା ଭୟରେ କାହା ଜୀବନ ​‌ନେଇ ଯାଉଛି। କେତେବେଳେ କେଉଁ ସେବକଙ୍କ ପତ୍ନୀ ପସନ୍ଦ ହୋଇଯିବାରୁ ମୋକ୍ଷ ନାଁରେ ତାଙ୍କୁ ନପୁଂସକ କରି ଦେଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.