ମୋଦିଙ୍କୁ ଏତେ ଡରୁଚି କଂଗ୍ରେସ ଯେ ତାଙ୍କୁ ମୋଦି ଫୋବିଆ ହେଇଗଲାଣି: ପ୍ରକାଶ ଜାଭଡେ଼କର

Published By : Prameya-News7 Bureau | November 24, 2018 IST

କୋଟା ୨୪/୧୧ : କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେ଼କର କହିଛନ୍ତି ଯେ, କଂଗ୍ରେସକୁ ମୋଦି ଫୋବିଆ ହେଇଗଲାଣି | ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଂଗ୍ରେସ ଏତେ ମାତ୍ରାରେ ଦାରିଲନି ଯେ ତାକୁ ମୋଦିଙ୍କ ଛଡା ଆଉ କିଛି ଦିଶୁନାହିଁ | ମୋଦିଙ୍କୁ ହଟେଇବା ପାଇଁ କଂଗ୍ରେସ ପୁରା ଜୋର ଲଗେଇଛି | ଆଜି କୋଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ସଭା ଆୟୋଜନ କରାଯାଇଥିଲା | ଏହି ସଭାରେ ଯୋଗଦେବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେ଼କର ମଧ୍ୟ ଆସିଥିଲେ | ପ୍ରକାଶ ଜାଭଡେ଼କର କହିଥିଲେ ଯେ, "ଆମେ ପବନରେ ବିଜୟ ଲାଭ କରୁନାହିଁ | ଆମ ବିଜୟର ସୂତ୍ର ବୁଥର ପ୍ରଦର୍ଶନ ଉପରେ ନିର୍ଭର କରେ | ଆମ ସରକାର ଘର ଘର ବୁଲି ସରକାରୀ ଯୋଜନା ସମ୍ବନ୍ଧରେ ଲୋକଙ୍କୁ ବୁଝାଏ ଏବଂ ଆଲୋଚନା କରେ |" ପ୍ରକାଶ ଜୋର କରି କହିଛନ୍ତି ଯେ, ଏଥର ମଧ୍ୟ ବିଜେପି ଜିତିବ | କେବଳ ରାଜସ୍ଥାନ ନୁହଁ ବରଂ ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ମଧ୍ୟ ବିଜେପି ଜିତିବ | ସେ କହିଛନ୍ତି ବିଜେପି କାମ କରିଛି ଏବଂ ଏବଂ କର୍ମର ଫଳ ବେକାର ଯାଏନାହିଁ | ପ୍ରକାଶ ଜାଭଡେ଼କର କହିଛନ୍ତି ଯେ, ୨୦୧୩ ମସିହାରେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଦେଶର ରାଜନୀତିରେ ପରିବର୍ତ୍ତନ ଦେଖାଦେଇଛି | ମୋଦି ଶାସନକୁ ଆସିବା ପରେ ୬ଟି ରାଜ୍ୟ ବଦଳରେ ୧୮ ରାଜ୍ୟରେ ବିଜେପି ଶାସନ କରୁଛି | କିନ୍ତୁ କଂଗ୍ରେସ ୧୬ ରାଜ୍ୟ ବଦଳରେ ୪ଟି ରାଜ୍ୟରେ ବାନ୍ଧି ହୋଇ ରହିଯାଇଛି | ତେବେ କଂଗ୍ରେସ ଏହା ଉପରେ ବିଚାର କରିବା କଥା ବୋଲି ପ୍ରକାଶ କହିଛନ୍ତି | ପ୍ରକାଶ କଂଗ୍ରେସକୁ କଟାକ୍ଷ କରି କହିଛନ୍ତି ଯେ, କଂଗ୍ରେସ ଗରିବୀ ହଟେଇ ପାରିଲାନାହିଁ | ଯେଉଁଥିପାଇଁ ଗରିବମାନେ କଂଗ୍ରେସର ହାତ ଛାଡିଦେଲେ | ମୋଦି ଶାସନଙ୍କୁ ଆସିବା ପରେ ଗରିବମାନେ ଦେଖିଥିଲେ ଯେ, ଜଣେ ଚା'ଵାଲା ଦେଶର ପ୍ରଧାନମନତ୍ରୀ ହୋଇଗଲେ | ସେ ଗରିବଙ୍କ ସହ ମିଶି ତାଙ୍କ ଅସୁବିଧା ବୁଝନ୍ତି | ଏହା ପରେ ଧୀରେ ଧୀରେ ଲୋକେ କଂଗ୍ରେସ ଛାଡି ବିଜେପିକୁ ଧରିଲେ | ପ୍ରକାଶ ଜାଭଡେ଼କର କହିଛନ୍ତି ଯେ, କଂଗ୍ରେସ ଭାରତୀୟ ସେନାର ମନୋବଳ କମେଇବା କାମ କରୁଛି | ସେନାଧ୍ୟକ୍ଷ ବିପିନ ରାବତ କହିଥିଲେ ଯେ, ଭାରତୀୟ ସେନା ଆତଙ୍କବାଦୀଙ୍କୁ ଉଠାଇ ଆଣିପାରିବ | ଯେତେବେଳେ ପି,.ଚିଦାମ୍ବରମ କହିଥିଲେ ଯେ, ତାଙ୍କର ସେମିତି କିଛି କରିବାର ପ୍ରୟୋଜନ ନାହିଁ | ଭାରତୀୟ ସେନା ଦ୍ୱାରା କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକର ମଧ୍ୟ ରାହୁଲ ଗାନ୍ଧୀ ପ୍ରମାଣ ମାଗିଥିଲେ | ଶେଷରେ କିଛି ନକରି ପାରିବାରୁ ଉମା ଭାରତୀ, ସନ୍ଧବୀ ରୁତମ୍ଭରା ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଜାତି କଥା ପଚାରୁଛନ୍ତି | କଂଗ୍ରେସ ବିଜେପି ବିରୋଧରେ ଚାର୍ଜସିଟ ଦାଖଲ କରିବାକୁ ଯାଉଛି | ସେପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ବିରୋଧରେ ନେସନାଲ ହେରା଼ଲ୍ଡ ମାମଲା ଚାଲିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.