ଏଣିକି OTT ପ୍ଲାଟଫର୍ମ ଉପରେ ନଜର ରଖିବେ ସରକାର, ଖୁବଶୀଘ୍ର ଆସିବ ଗାଇଡ୍‌ଲାଇନ୍‌

Published By : Prameya-News7 Bureau | January 31, 2021 IST

ନୂଆଦିଲ୍ଲୀ ୩୧/୦୧: ଓ୍ବେବ ସିରିଜ୍‌ର କଣ୍ଟେଣ୍ଟକୁ ନେଇ ବିବାଦ ଉପୁଜିବା ପରେ ଏହାର ସ୍ଥାୟୀ ସମାଧାନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି କରିଛନ୍ତି। ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମ ଏବଂ ଅନଲାଇନ୍‌ ଷ୍ଟ୍ରିମିଂ କଣ୍ଟେଣ୍ଟ ପାଇଁ ଗାଇଡଲାଇନ୍‌ ଆଣିବାକୁ ଯାଉଛନ୍ତି ସରକାର। ଓଟିଟି ପ୍ଲାଟଫର୍ମ ଏବେ ସରକାରଙ୍କ ନଜରରେ ରହିବ।

କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ରବିବାର ଦିନ କହିଛନ୍ତି, ଖୁବଶୀଘ୍ର ଓଭର ଦି ଟପ୍‌ (ଓଟିଟି) ଫ୍ଲାଟଫର୍ମ ପାଇଁ ନିର୍ଦେଶ ଜାରି କରାଯିବ। କାରଣ ଏଥିରେ ଉପଲବ୍ଧ ଅନକେ ସିରିଜ୍‌ ବିରୋଧରେ ଅନେକ ଅଭିଯୋଗ ଆସୁଛି। ନିକଟରେ ‘ତାଣ୍ଡବ’ ଓ୍ବେବ୍‌ ସିରିଜ୍‌, ମିର୍ଜାପୁର ଓ୍ବେବ ସିରିଜ୍‌ ଏବଂ ଓଟିଟିରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଏ ସୁଇଟେବଲ୍‌ ବୟ’କୁ ନେଇ ବିବାଦ ଉଗ୍ର ହୋଇଥିବା ବେଳେ ଅନେକ ମାମଲା ମଧ୍ୟ ରୁଜୁ କରାଯାଇଛି।

ଜାଭଡେକର କହିଛନ୍ତି, ‘ଓଟିଟି ପ୍ଲାଟଫର୍ମସ୍‌ରେ ଉପଲବ୍ଧ କିଛି ଓ୍ବେବ୍‌ ସିରିଜ୍‌ ବିରୋଧରେ ଅନେକ ଅଭିଯୋଗ ମିଳିଛି। ଓଟିଟିରେ ରିଲିଜ୍‌ ହେଉଥିବା ଫିଲ୍ମ, ସିରିଏଲ୍‌, ଡିଜିଟାଲ୍‌ ସମାଚାର ପତ୍ର, କେବୁଲ ଟେଲିଭିଜନ୍‌ ନେଟ୍‌ଓ୍ବର୍କ (ରେଗୁଲେସନ୍‌) ଆକ୍ଟ ବା ସେନ୍ସର ବୋର୍ଡ ଅଧିନରେ ଆସୁ ନାହିଁ। ଖୁବଶୀଘ୍ର ଏଥି ପାଇଁ ନିର୍ଦେଶ ଜାରି କରାଯିବ।’

wp:embed {"url":"https://twitter.com/AHindinews/status/1355742839980793862","type":"rich","providerNameSlug":"twitter","responsive":true,"className":""}
https://twitter.com/AHindinews/status/1355742839980793862
/wp:embed

ଏହା ସହ କେନ୍ଦ୍ରମନ୍ତ୍ରୀ ଜାଭଡେକର ଅନ୍ୟ ଏକ ବଡ଼ ଘୋଷଣା କରିଛନ୍ତି। ଫେବୃଆରୀ ପହିଲାରୁ ପୂର୍ଣ୍ଣ କ୍ଷମତା ସହ ସିନେମା ହଲ୍‌ ଖୋଲିବାକୁ ଅନୁମତି ଦିଆଯାଇଛି। କିନ୍ତୁ ଏହା ସହ କୋଭିଡ୍‌-୧୯ ସମ୍ବନ୍ଧିତ ସମସ୍ତ ପ୍ରୋଟୋକଲ୍‌ ପାଳନ କରିବାକୁ ହେବ ବୋଲି ସେ କହିଛନ୍ତି। ତେବେ କରୋନା କାଳରେ ଓଟିଟି ପ୍ଲାଟଫର୍ମର ଚାହିଦା ବଢ଼ିଥିବା ବେଳେ ଏଥିରେ ଦେଖାଯାଉଥିବା ସିରିଜ୍‌ର କଣ୍ଟେଣ୍ଟକୁ ନେଇ ବିବାଦ ଉପୁଜୁଛି। ଏଥିରୁ ନିର୍ମାତା ଲାଭ ପାଉଥିବା ବେଳେ ସମାଜରେ ଏହାର ଏକ ଖରାପ ପ୍ରଭାବ ପଡ଼ୁଛି ବୋଲି ଅଭିଯୋଗ ହେଉଛି। ତେଣୁ ଏହା ଉପରେ ସରକାର ଖୁବଶୀଘ୍ର ଗାଇଡଲାଇନ୍‌ ଆଣିବେ ବୋଲି ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.