ଇଲେକ୍ଟ୍ରିକ୍ କାରରେ ସଂସଦରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡ଼କର, ଥରେ ଚାର୍ଜ କଲେ ଯିବ ୪୫୨ କିଲୋମିଟର

Published By : Prameya-News7 Bureau | November 19, 2019 IST

ନୂଆଦିଲ୍ଲୀ୧୯/୧୧: ନଭେମ୍ବର ୧୮ ତାରିଖଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଯାଇଛି। ଶୀଳକାଳୀନ ଅଧିବେଶନର ପ୍ରଥମ ଦିନରୁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡ଼କରଙ୍କ ଇଲେକ୍ଟ୍ରିକ କାରକୁ ନେଇ ଚର୍ଚ୍ଚା ଚାଲିଛି। ଗତକାଲି ପ୍ରକାଶ ଇଲେକ୍ଟ୍ରିକ କାରରେ ସଂସଦରେ ପହଞ୍ଚିଥିଲେ। ସଂସଦ ବାହାରେ ଥିବା ସବୁ ଲୋକଙ୍କ ଧ୍ୟାନ କେନ୍ଦ୍ରମନ୍ତ୍ରୀ ପ୍ରକାଶଙ୍କ  ଇଲେକ୍ଟ୍ରିକ୍ କାର ଉପରେ ରହିଥିଲା।

ସୂଚନା ଅନୁସାରେ ସାଉଥ୍‌ କୋରିଆର କମ୍ପାନୀ ହ୍ୟୁଣ୍ଡାଇ କମ୍ପାନୀ ଦ୍ବାରା ନିର୍ମିତ ଏହି କାର୍‌ର ନାଁ ହେଉଛି କୋନା ଏସୟୁଭି। ଇଲେକ୍ଟ୍ରିକ କାର ଓ ପବ୍ଲିକ ଟ୍ରାନ୍ସପୋର୍ଟରେ ଯାତ୍ରା କରିବାକୁ ପ୍ରକାଶ ଜାଭେଡ଼କର ସବୁ ଲୋକଙ୍କ ଆହ୍ବାନ ଦେଇଥିଲେ। ଏହି ଇଲେକ୍ଟ୍ରିକ କାର୍ ବ୍ୟତୀତ ପ୍ରକାଶଙ୍କ ପାଖରେ ଅନ୍ୟ ଦାମୀ କାର ମଧ୍ୟ  ରହିଛି।

୨୦୧୮ ମସିହା ଫ୍ରେବୃଆରି ମାସରେ ହୋଇଥିବା ନିର୍ବାଚନରେ ନିର୍ବାଚନ କମିଶନଙ୍କ  ନିକଟରେ ଦାଖଲ କରିଥିବା ସତ୍ୟପାଠରେ ସେ ଅନେକ ଦାମୀ କାର ଥିବାକଥା ଉଲ୍ଲେଖ କରିଥିଲେ । ତାଙ୍କ ପାଖରେ ତିନୋଟି କାର ରହିଛି । ୪୦ ଲକ୍ଷ ଟଙ୍କା ଦାମର ହୋଣ୍ଡାର  ଗୋଟିଏ କାର୍‌ ତାଙ୍କ ନାଁରେ ଅଛି। ଜାଭେଡ଼କରଙ୍କ ସମ୍ପତ୍ତି ତାଲିକା ଅନୁସାରେ ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ଦୁଇଟି କାର ଅଛି।

ହ୍ୟୁଣ୍ଡାଇର କୋନା ଏସୟୁଭିର କାର୍‌ରେ କ’ଣ ରହିଛି ବିଶେଷତ୍ୱ?

ଏହି କାର ଦାମ ୨୩ ଲକ୍ଷ ଟଙ୍କା,

ଏହି ଇଲେକ୍ଟ୍ରିକ କାର୍‌ରେ ୧୩୬ ପିଏଚ୍ ପାଓ୍ଵାର ବ୍ୟାଟେରି ବ୍ୟବହୃତ କରାଯାଇଛି।

ଏଥିସହ ଇକୋମୋଡ, କଂଫର୍ଟ ମୋଡ୍‌ ଓ ସ୍ପୋର୍ସ ଡ୍ରାଇଭ୍ ମୋଡ  ରହିଛି ।

 ୬.୫ ଘଣ୍ଟା ଚାର୍ଜର ବସିଲେ ବ୍ୟାଟେରି ଫୁଲ୍ ଚାର୍ଜ ହୋଇଥାଏ

 ଥରେ ଚାର୍ଜ କଲେ ଏହି କାର୍ ୪୫୨ କିଲୋମିଟର ଅତିକ୍ରମ କରିବାର କ୍ଷମତା ରହିଛି।

 ଡିସି ଚାର୍ଜରରେ ୫୭ ମିନିଟ୍‌ରେ ୮୦ ପ୍ରତିଶତ ଚାର୍ଜ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.