Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

TRP ମାମଲା: କେନ୍ଦ୍ର ସୂଚନ ଓ ପ୍ରସାରଣ ମନ୍ତ୍ରୀ କହିଲେ ୫୦ ହଜାର ଘରୁ ନେଇ ପାରିବାନି ୨୨ କୋଟିଙ୍କ ରାୟ

23/11/2020 at 10:30 PM

ନୂଆଦିଲ୍ଲୀ ୨୩।୧୧: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ସାମ୍ବାଦିକତା ଛାତ୍ରଛାତ୍ରୀଙ୍କୁ ଟିଆରପି କେନ୍ଦ୍ରିତ ପତ୍ରକାରିତା ଝିନଝଟ୍‌ରେ ନ ଫଶିବାକୁ ପରାମର୍ଶ ଦେଇ ଛନ୍ତି। ଟେଲିଭିଜନ କାର୍ଯ୍ୟକ୍ରମରେ ଟିଆରପି ମିଟର ୫୦ ହଜାର ଘରେ ଲାଗିଛି। ସେଥିରୁ ଆମେ ୨୨ କୋଟି ଦେଶବାସୀଙ୍କ ରାୟ ଜାଣିପାରିବା ନାହିଁ କହିଛନ୍ତି। ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମସି)ର ୨୦୨୦-୨୧ ବର୍ଷ ଶୁଭାରମ୍ଭ କରି ସୋମବାର ଏହା କହିଛନ୍ତି।

ସେ କହିଛନ୍ତି ଯେ ସାମ୍ବାଦିକତା ଏକ ଦାୟିତ୍ୱ ସମ୍ପନ୍ନ କାର୍ଯ୍ୟ। ଏହା ଲୋକଙ୍କୁ ଭ୍ରମିତ କରିବାର ଉପକରଣ ନୁହେଁ। ଯଦି ସଂଗୃହୀତ ତଥ୍ୟ ଆଧାରରେ ସମ୍ବାଦ ପରିବେଷଣ କରାଯାଏ ଏଥିଲାଗି ଚାଞ୍ଚଲ୍ୟ ସୃଷ୍ଟି କରିବା ଭଳି କିଛି ଉପାଦାନର ଆବଶ୍ୟକତା ମଧ୍ୟ ନାହିଁ। ଯଦି ବଳିଷ୍ଠ ପ୍ରମାଣ ବିନା କିଛି ବି କରାଗଲା ତାହା କେବଳ ନାଟକ ବୋଲି ଲୋକେ ବୁଝିବାକୁ ବେଶି ସମୟ ଲାଗିବନି।

ସେ କହିଛନ୍ତି ଯେ ସମାଜରେ କେବଳ ଖରାପ ଘଟଣା ଘଟୁନି ଅନେକ ଭଲ କାମ ମଧ୍ୟ ହେଉଛି। ଯଦି ଭଲ କାମ ଉପରେ ଗୁରୁତ୍ୱ ଦିଆଯାଏ କ୍ରମଶଃ କୁକାର୍ଯ୍ୟ ମଧ୍ୟ ହ୍ରାସ ହେବା ଆରମ୍ଭ କରେ ବୋଲି କହିଛନ୍ତି। ସମାଜରେ ଅନେକ ରଚନାତ୍ମକ ଘଟଣା ଘଟୁଛି। ତେବେ ଦୁର୍ଭାଗ୍ୟର କଥା ହେଲା ସେ ସବୁ ଲାଗି ଗଣମାଧ୍ୟମ ପ୍ରତିନିଧିଙ୍କ ସମୟ ନାହିଁ।  

   Related Posts