Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କରୋନା ପଜିଟିଭ୍‌ ଚିହ୍ନଟ, ଟ୍ବିଟ୍‌ କରି ଦେଲେ ସୂଚନା

16/04/2021 at 6:18 PM

ନୂଆଦିଲ୍ଲୀ ୧୬/୪: ଦେଶରେ କରୋନା ମହାମାରୀ ସ୍ଥିତି ଚିନ୍ତାଜନକ ରହିଛି। ଦୈନିକ ସଂକ୍ରମଣ ୨ ଲକ୍ଷ ପାର କରିଥିବା ବେଳେ ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୨ ଲକ୍ଷ ୧୭ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ୧୧୮୫ ଜଣ କରୋନାରେ ପ୍ରାଣ ହରାଇଛନ୍ତି। କରୋନାର ଦ୍ବିତୀୟ ଲହର ଘାତକ ସାଜିଥିବା ବେଳେ ବହୁ ନେତା ମନ୍ତ୍ରୀ କରୋନା ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର କରୋନା ପଜିଟିଭ୍‌ ଚିହ୍ନଟ ହେବାର କିଛି ସମୟ ପରେ ପୁଣି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ଏନେଇ ନିଜେ କେନ୍ଦ୍ରମନ୍ତ୍ରୀ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ସେ ଟ୍ବିଟ୍‌ କରି ଲେଖିଛନ୍ତି, ‘ମୁଁ ବଜି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ୨-୩ ଦିନ ମଧ୍ୟରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ଦୟା କରି କରୋନା ପରୀକ୍ଷା କରାଇନିଅନ୍ତୁ।’ 

ତେବେ ପ୍ରକାଶ ଜାଭଡେକରଙ୍କ ପୂର୍ବରୁ ଅନେକ ନେତା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ସଂକ୍ରିମତ ଥିବା ଜଣାପଡ଼ିଥିଲା। ସେ ଏବେ ପୃଥକବାସରେ ରହି ସମସ୍ତ ସରକାରୀ କାର୍ଯ୍ୟ ଭର୍ଚୁଆଲ ମାଧ୍ୟମରେ କରୁଛନ୍ତି। କରୋନା ମହାମାରୀର ପ୍ରକୋପକୁ ଦେଖି ବିଭିନ୍ନ ସ୍ଥାନରେ ସାପ୍ତାହିକ ଲକ୍‌ଡାଉନ୍‌ ଏବଂ ନାଇଟ୍‌ କର୍ଫ୍ୟୁ ଭଳି କଟକଣା ଲଗାଯାଇଛି।

   Related Posts