ବ୍ରହ୍ମପୁରରେ ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ; ଯୋଗ ଦେଲେ ପ୍ରକାଶ ଜାଭଦେକର
13/08/2018 at 7:23 AM

ବ୍ରହ୍ମପୁର୧୩/୮:ବ୍ରହ୍ମପୁରରେ ସ୍ଥାନୀୟ ଏକ ହୋଟେଲ ସମ୍ମିଳନୀ କକ୍ଷରେ ବିଜେପି ପକ୍ଷରୁ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ଦଳର ସାଙ୍ଗଠନିକ ସ୍ଥିତିକୁ ମଜବୁତ କରିବା ପାଇଁ ଦଳ ପକ୍ଷରୁ ଦୁଇ ଦିନିଆ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଆାରମ୍ଭ ହୋଇଛି। ଏଥିରେ ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଦେକର ଯୋଗ ଦେଇ କର୍ମୀଙ୍କୁ ଗୁରୁ ମନ୍ତ୍ରଣା ଦେଇଥିବା ଜଣାପଡ଼ିଛି। ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ବ୍ରହ୍ମପୁର ଲୋକସଭା ଆସନକୁ ନିଶ୍ଚିତଭାବେ ଅକ୍ତିଆର କରିବା ସହ ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଦେକର କହିଛନ୍ତି।