Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ସ୍ୱାଭିମାନ ଅଞ୍ଚଳରେ ପୁଣି ପ୍ରଜାମେଳି, ୯ ଦଫା ଦାବି ନେଇ ୬ଟି ପଞ୍ଚାୟତ ଲୋକ ହେଲେ ଏକାଠି

5/09/2020 at 9:21 AM

ମାଲକାନଗିରି  ୦୫।୦୯: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ପୁଣି ପ୍ରଜାମେଳି ଦେଖିବାକୁ ମିଳିଛି । ନଅ ଦଫା ଦାବି ନେଇ ଛଅଟି ପଞ୍ଚାୟତର ଶହ ଶହ ଲୋକେ ଏକାଠି ହୋଇଥିଲେ । ପଣଷପୁଟ ପଞ୍ଚାୟତରେ ଆୟୋଜିତ ଏହି ଜନ ସମାବେଶରେ ସ୍ବାଭିମାନ ଅଞ୍ଚଳର ଦଶ ହଜାରରୁ ଉର୍ଦ୍ଧ ଆଦିବାସୀ ଲୋକେ ଯୋଗ ଦେଇଥିବାର ଦେଖିବାକୁ ମିଳିଛି ।

 ହାତରେ ଫ୍ଳାଗ୍ କାର୍ଡ୍ ଧରି ବିରାଟ ଶୋଭାଯାତ୍ରା କରିବା ସହ ସମାବେଶ କରି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ତୁରନ୍ତ ସେମାନଙ୍କ ଦାବି ପୂରଣ ନହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଆଦିବାସୀ ମଞ୍ଚ ତରଫରୁ ଧମକ ଦିଆଯାଇଛି । ସ୍ବାଭିମାନ ଅଞ୍ଚଳର ଆଦିବାସୀ ଲୋକଙ୍କ ଦାବି ମଧ୍ୟରେ ରହିଛି ।

ପ୍ରତ୍ୟେକ ପଞ୍ଚାୟତରେ ମେଡିକାଲ୍ ବ୍ୟବସ୍ଥା କରାଯାଉ । ମନରେଗା ଯୋଜନାରେ ଶ୍ରମିକଙ୍କୁ ୨୦୦ ଦିନ କାମ ଯୋଗେଇ ଦିଆଯାଉ । ବ୍ୟାଙ୍କ୍ ସୁବିଧା ନଥିବାରୁ ଶ୍ରମିକଙ୍କୁ କ୍ୟାସ୍‌ ପେମେଣ୍ଟ କରାଯାଉ । ବିଚ୍ଛିନ୍ନାଞ୍ଚଳର ଚାଷୀଙ୍କ ଋଣ ଛାଡ କରାଯାଉ। ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା ଓ ବାର୍ଦ୍ଧକ୍ୟ ଭତ୍ତା ଆଦିବାସୀ ଲୋକଙ୍କ ଠିକ୍ ଭାବେ ଯୋଗାଇ ଦିଆଯାଉ ।

କରୋନା ପାଇଁ କେହି ବାହାର ରାଜ୍ୟକୁ ଯାଇପାରୁ ନଥିବାରୁ ଶ୍ରମିକଙ୍କୁ ମଜୁରୀ ବାବାଦ ୫୦୦ ଟଙ୍କା ଦିଆଯାଉ । ବେସରକାରୀ ଓ ସରକାରୀ ଚାକିରିଆଙ୍କୁ ପ୍ରତି ମାସରେ ଦରମା ଦିଆଯାଉ । ବିଚ୍ଛିନ୍ନାଞ୍ଚଳର ଶିକ୍ଷିତ ବେକାର ଯୁବତୀ, ଯୁବତୀଙ୍କୁ କାମ ଯୋଗାଇ ଦିଆଯାଉ । ଜଣଙ୍କ ପିଛା ୧୦ କିଲୋ ଚାଉଳ, ଏକ କେଜି ପିଆଜ, ୧କେଜି ଆଳୁ, ରସୁଣ, ତେଲ, ସାବୁନ୍ ୨ ଟା ଲେଖାଁଏ ଯୋଗାଇ ଦିଆଯାଉ ବୋଲି ଦାବି କରିଛନ୍ତି ।

   Related Posts