ବିଚ୍ଛିନ୍ନାଞ୍ଚଳରେ ପ୍ରଜାମେଳି : ଆଦିବାସୀଙ୍କ ପ୍ରତି ଅତ୍ୟାଚାର ବନ୍ଦ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ୬ ପଞ୍ଚାୟତବାସୀ

Published By : Prameya-News7 Bureau | March 17, 2020 IST

ମାଲକାନଗିରିର ।୩: ପୁଣି ବିଚ୍ଛିନ୍ନାଞ୍ଚଳରେ ପ୍ରଜାମେଳି । ନିରୀହ ଆଦିବାସୀଙ୍କ ପ୍ରତି ଅତ୍ୟାଚାର ବନ୍ଦ ଦାବିରେ ୬ଟି ପଞ୍ଚାୟତବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପାଣସପୁଟ, ଆଣ୍ଡ୍ରାପାଲି, ଜନ୍ତ୍ରୀ, ଗଜଲମାମୁଡି, ମୁଦୁଲିଗୁଡା, ଦାରଳାବେଡା ପଞ୍ଚାୟତର ପାଖାପାଖି ହଜାରେରୁ ଅଧିକ ଲୋକେ ଗୋରାସେତୁ ଠାରେ ଏକତ୍ରିତ ହୋଇଛନ୍ତି । ପାରମ୍ପରିକ ଅସ୍ତ୍ରଶସ୍ତ୍ର ହାତରେ ଧରି ଆନ୍ଦୋଳନ ଆନ୍ଦୋଳନ କରୁଛନ୍ତି ସ୍ଥାନୀୟ ବାସିନ୍ଦା । ସ୍ଥାନୀୟ ଅଞ୍ଚଳରେ ମେଡିକାଲ ସହ ୧୦୮ଆମ୍ବୁଲାନ୍ସ ଯୋଗାଇ ଦେବାକୁ ଦାବି କରିଛି ବିଚ୍ଛିନ୍ନାଞ୍ଚଳ ବିକାଶ ମଞ୍ଚ ।

{"id":239592,"sizeSlug":"large"}

ଗତ ଜାନୁଆରୀ ମାସ ୨୫ ତାରିଖ ଯୋଡାମ୍ବୋଠାରେ ଘଟିଥିବା ଘଟଣା ପରେ ବିଚ୍ଛିନ୍ନାଞ୍ଚଳ ୨ ଭାଗରେ ବିଭକ୍ତ ହୋଇଯାଇଛି । ଯେଉଁଥିପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବିଚ୍ଛିନ୍ନାଞ୍ଚଳର ହଜାର ହଜାର ଲୋକେ । ଯୋଡାମ୍ବୋଠାରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇପାରୁନଥିବା ବେଳେ ରୋଗବ୍ୟାଧି ତଥା ଗର୍ଭବତୀ ମହିଳାଙ୍କ ଚିକିତ୍ସା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୬ଟି ପଞ୍ଚାୟତ ବାସିନ୍ଦା । ସେଥିପାଇଁ ପଣସପୁଟଠାରେ ଏକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବା ସହ ମା’ ଗୃହ ଯୋଗାଇ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସିଧା ସଳଖ ଚିଠି ଲେଖିଛନ୍ତି ବିଚ୍ଛିନ୍ନାଞ୍ଚଳ ବିକାଶ ମଞ୍ଚ ।

{"id":239593,"sizeSlug":"large"}

ଅନ୍ୟପଟେ ପୋଲିସ ପ୍ରଶାସନ ଗାଁକୁ ସୁରକ୍ଷା ଦେବା ନାଁରେ ନିରୀହ ଆଦିବାସୀଙ୍କୁ ନକ୍ସଲଙ୍କ ଆଖ୍ୟା ଦେଇ ଗିରଫ କରୁଛନ୍ତି । ମାର୍ଚ୍ଚ ୧୪ ତାରିଖରେ ଶିମିଳିପଦର ଗାଁର ବାସୁ ଖିଲ ନିଜ ଭଉଣୀଙ୍କ ଘରକୁ ଯାଉଥିବା ସମୟରେ ଅଧା ରାସ୍ତାରୁ ପୋଲିସ କହିକି ଜୋରଜବର ଦୋସ୍ତ ଉଠାଇ ନେଇଛନ୍ତି ତାହା ଆଜି ବି ରହିଛି ଅସ୍ପଷ୍ଟ । ଏଭଳି କାର୍ଯ୍ୟକୁ ଘୋର ନିନ୍ଦା କରିଛନ୍ତି ବିକାଶ ମଞ୍ଚ । ବିକାଶ ନାମରେ ଚଳାଉଥିବା ଅତ୍ୟାଚାରକୁ ତୁରନ୍ତ ବନ୍ଦ କରାଯାଉ, ନଚେତ୍ ଆଗାମୀ ଦିନରେ ଆମେ ବିଚ୍ଛିନ୍ନାଞ୍ଚଳ ବିକାଶ ମଞ୍ଚ ତରଫରୁ ଏହି ସ୍ଥାନରୁ ପୋଲିସ କ୍ୟାମ୍ପକୁ ଉଠେଇବାକୁ ବାଧ୍ୟ ହେବୁ ବୋଲି କଡା ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.