ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ପ୍ରଜାମେଳି

Published By : Prameya-News7 Bureau | March 09, 2019 IST

ଚିତ୍ରକୋଣ୍ଡା ୯|୩ :  ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ପୁଣି ପ୍ରଜାମେଳି । ବିଚ୍ଛିନ୍ନାଞ୍ଚଳର ପଣସପୁଟ, ଅଣ୍ଡ୍ରାପାଲ୍ଲୀ ଓ ଜୋଡାଆମ୍ବ ପଞ୍ଚାୟତର ହଜାର ହଜାର ଜନତା ଏକତ୍ରିତ ହୋଇ ସରକାର ବିରୋଧୀ ସ୍ଲୋଗାନ ଦେଇଛନ୍ତି । ଗୁରୁପ୍ରିୟା ସେତୁ ଉଦଘାଟନ ଦିନ ନବୀନ ସରକାର ଶହେ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ ବିଚ୍ଛିନ୍ନାଞ୍ଚଳର ବିକାଶ ପାଇଁ । କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହାର ଏକ ପ୍ରତିଶତ କାମ ମଧ୍ୟ ବିଚ୍ଛିନ୍ନାଞ୍ଚଳରେ ହୋଇ ନଥିବା ଅଭିଯୋଗ କରିଛନ୍ତି ପଣସପୁଟ, ଅଣ୍ଡ୍ରାପାଲ୍ଲୀ ଏବଂ ଜୋଡାଆମ୍ବ ଅଞ୍ଚଳବାସୀ ।

{"id":91939}

ଏହାସହ ଓଡିଶାର ନବୀନ ସରକାର ଗୁରୁପ୍ରିୟା ସେତୁ ନିର୍ମାଣ କରି ବିଚ୍ଛିନ୍ନାଞ୍ଚଳର ବିକାଶ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି ଆଦିବାସୀ । ଅପର ପକ୍ଷରେ ସୂଚନା ରହିଛି ଯେ କିଛି ଦିନ ପୂର୍ବରୁ ବିଚ୍ଛିନ୍ନାଞ୍ଚଳର ଟପ ମାଓ ନେତା ସୁଧୀର ଆତ୍ମସମର୍ପଣ କରିବା ପରେ ଭାଙ୍ଗି ଯାଇଥିବା ଲାଲ ସଙ୍ଗଠନକୁ ପୁଣି ଥରେ ସକ୍ରିୟ କରିବା ପାଇଁ ଟପ ମାଓ ନେତା ଆର.କେ ପୁଣି ଥରେ ବିଚ୍ଛିନ୍ନାଞ୍ଚଳରେ ପ୍ରବେଶ କରିଛି ।

{"id":91940}

ପୂର୍ବରୁ ବିଚ୍ଛିନ୍ନାଞ୍ଚଳରେ ନିର୍ବାଚନ କରାଇ ଦେଇନଥିବା ମାଓ ସଙ୍ଗଠନ ପୁଣିଥରେ ନିଜ ଗଡ ସଜାଡିବା ସହ ଚଳିତ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ନିରିହ ଆଦିବାସୀଙ୍କୁ ସରକାରଙ୍କ ବିରୋଧରେ ପ୍ରବର୍ତ୍ତାଉଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.