ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ପୁଣି ପ୍ରଜାମେଳି, ତାତିଲେ ଗ୍ରାମବାସୀ

Published By : Prameya-News7 Bureau | October 23, 2019 IST

ମାଲକାନଗିରି ୨୩।୧୦: ମାଲକାନଗିରି ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ପୁଣି ପ୍ରଜାମେଳି । ମୌଳିକ ସୁବିଧାରୁ ବଞ୍ଚିତ ହେବା ପ୍ରତିବାଦରେ ପ୍ରଜାମେଳି ଚାଲିଛି । ୪ଟି ଗାଁକୁ ନାକାମାମୁଡି ପଞ୍ଚାୟତରୁ ବାଦ ଦେଇ ମୁଦୁଲିଗୁଡାରେ ନୁଆ ପଞ୍ଚାୟତ ଗଠନ ପାଇଁ ଦାବି ହୋଇଛି ।

{"id":173548}

ଏହି ଗାଁ ଗୁଡିକ ହେଲା ଖଜୁରିଗୁଡା, ଅଙ୍ଗୁରିଗୁଡା, ଅମଳାବେଡା ଓ ମୁଦୁଲିଗୁଡା । ଦାବି ପୂରଣ ନହେଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି ।

{"id":173549}

ଏହି ସବୁ ଗାଁରୁ ନାକାମାମୁଡି ପଞ୍ଚାୟତକୁ ଯିବା ଲାଗି ବାଲିମେଳା ଜଳ ଭଣ୍ଡାରରେ ୩୦ ରୁ ୪୦ କିଲୋମିଟର ପାଣିରେ ଯିବାକୁ ପଡୁଛି । ତେଣୁ ଲୋକଙ୍କ ପାଖରେ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ କିଭଳି ସହଜରେ ପହଞ୍ଚି ପାରିବ ସେଥିପାଇଁ ନୂତନ ପଞ୍ଚାୟତ ଗଠନ ପାଇଁ ଦାବି କରିଛନ୍ତି ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.