Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||

ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ପୁଣି ପ୍ରଜାମେଳି, ଦୁଇ ଭାଗ ହେଲେ ଆଦିବାସୀ

31/01/2020 at 2:39 PM

ମାଲକାନଗିରି ୩୧।୧: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ପୁଣି ପ୍ରଜାମେଳି । ଜନ୍ତୁରାଇ ଗାଁରେ ନକ୍ସଲଙ୍କ ସହ ସଂଘର୍ଷ ପରେ ଦୁଇ ଭାଗ ହୋଇଛନ୍ତି ବିଚ୍ଛିନ୍ନାଞ୍ଚଳର ଆଦିବାସୀ । ଗୋଟିଏ ଗୋଷ୍ଠୀ ପ୍ରଶାସନ ବିରୋଧରେ ପଣଷପୁଟ ପଞ୍ଚାୟତରେ ପ୍ରଜାମେଳି କରିଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ଜୋଡାମ୍ବ ପଞ୍ଚାୟତରେ ସରକାରଙ୍କ ସପକ୍ଷରେ ପ୍ରଜାମେଳି କରିଛନ୍ତି ।

ଗତ ୨୫ ତାରିଖ ରାତିରେ ଜନ୍ତୁରାଇ ଗାଁର ମହିଳା ମାନେ ଦୁଇ ଜଣେ ନକ୍ସଲପନ୍ଥୀଙ୍କୁ କାବୁ କରି ନେଇଥିବା ବେଳେ ଜଣଙ୍କୁ ପିଟି ପିଟି ମାରିଦେଇଥିଲେ । ଏହାର ଦିନକ ପରେ ଅର୍ଥାତ୍ ୨୬ ତାରିଖ ଦିନ ନକ୍ସଲପନ୍ଥୀଙ୍କ କଥାରେ ପଣଷପୁଟ ଓ ଅଣ୍ଡ୍ରାପାଲ୍ଲି ପଞ୍ଚାୟତର ଶତାଧିକ ଲୋକେ ଜୋଡାମ୍ବ ପଞ୍ଚାୟତରେ ବ୍ୟାପକ ପୋଡାଜଳା କରିଥିଲେ । ଏହି ରାଗରେ ଜୋଡାମ୍ବ ଲୋକେ ପଣଷପୁଟ ଓ ଅଣ୍ଡ୍ରାପାଲ୍ଲି ପଞ୍ଚାୟତକୁ ବିଦ୍ୟୁତ୍ ସଂଯୋଗକୁ କାଟି ଦେଇଥିଲେ ।

ଗତ କିଛି ଦିନ ଧରି ସ୍ବାଭିମାନ ଅଞ୍ଚଳରେ ଉତ୍ତେଜନା ଲାଗିରହିଥିବା ବେଳେ ଗତକାଲି ଆଦିବାସୀ ଲୋକ ପ୍ରଜାମେଳି କରି ନିଜ ନିଜ ଭିତରେ ସମାଧାନର ରାସ୍ତା ଖୋଜିଛନ୍ତି । ତେବେ ଜୋଡାମ୍ବ ପଞ୍ଚାୟତ ଲୋକେ ଏବେ ପଣଷପୁଟ, ଯନ୍ତ୍ରୀ ଓ ଅଣ୍ଡ୍ରାପାଲି ଲୋକଙ୍କୁ ବିରୋଧ କରୁଥିବା ବେଳେ ଜରୁରିକାଳୀନ ସେବା ଲାଗି ନିର୍ମାଣଧିନ ରାସ୍ତାରେ ଯିବାକୁ ମଧ୍ୟ ଦେଉନାହାନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ଏହାର ସମାଧାନ କରିବା ଲାଗି ଚିତ୍ରକୋଣ୍ଡା ବିଡିଓଙ୍କୁ ଏକ ଦାବିପତ୍ର ଦେଇଛନ୍ତି ।    

   Related Posts