Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ମହଙ୍ଗା ପଡିଲା ପ୍ରେମ ନିବେଦନ, ଥାନା ପରିସରରେ ପ୍ରଜାକୋର୍ଟ ; ସମାଧାନ ବେଳେ ବୃଦ୍ଧ ଓ ଯୁବକଙ୍କୁ ୨ ମହିଳାଙ୍କ ନିସ୍ତୁକ ମାଡ଼

18/10/2021 at 9:15 AM

ସୋର ୧୮।୧୦: ମହଙ୍ଗା ପଡିଲା ମହିଳାଙ୍କୁ ପ୍ରେମ ନିବେଦନ । ଥାନା ପରିସରରେ ବସିଲା ପ୍ରଜାକୋର୍ଟ । ଘଟଣାର ସମାଧାନ ବେଳେ ବୃଦ୍ଧ ଓ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ୨ଜଣ ମହିଳା । ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଘଟିଛି ଏପରି ଘଟଣା ।

ଖବର ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ସୋର ଥାନା କେଦାରପୁର ଅଞ୍ଚଳର ୨ଜଣ ମହିଳାଙ୍କୁ କୋଦଣ୍ଡପୁରର ଜଣେ ଯୁବକ ବାରମ୍ବାର ଫୋନ୍‌ କରି ପ୍ରେମ ନିବେଦନ କରୁଥିଲେ । ଏପରିକି ଫୋନ୍‌ରେ ଅଶ୍ଲୀଳ ଭାଷା ସହ ଗାଳି ଗୁଲଜ ମଧ୍ୟ କରୁଥିଲେ ।  ଏନେଇ ସୋର ଥାନାରେ ପୂର୍ବରୁ ଲିଖିତ ଭାବେ ଅଭିଯୋଗ ହୋଇଥିଲେ । ଗତରାତିରେ ଥାନା ପରିସରରେ ଥିବା ମଣି ମନ୍ଦିରରେ ଘଟଣାର ସମାଧାନ ହେଉଥିଲେ ।

ତେବେ ଫୋନ୍‌ କରି ହଇରାଣ କରୁଥିବା ଯୁବକ ଓ ବୃଦ୍ଧଙ୍କ ମହିଳାମାନେ ନିସ୍ତୁକ ମାଡ଼ ମାରିଥିଲେ । ବୃଦ୍ଧ ଜଣକ ମହିଳାଙ୍କ ଗୋଡ ଧରି ଭୁଲ ମାଗୁଥିବା ସମୟରେ ମହିଳା ନିସ୍ତୁକ ମାଡ ମାରି ଚାଲିଥିଲେ । ଥାନା ସମୁଖରେ ପ୍ରଜା କୋର୍ଟ ସହ ଏଭଳି ମାଡ ଘଟଣାକୁ ସାଧାରଣରେ ନିନ୍ଦା କରାଯାଉଛି ।  ପୋଲିସର କାର୍ଯ୍ୟକଳାପକୁ ନେଇ ସାଧାରଣରେ  ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

   Related Posts