ଅଗ୍ନିଶମ ବାହିନୀର ପ୍ରଶଂସନୀୟ କାମ- ଜୀବନକୁ ବାଜି ଲଗାଇ ଭଙ୍ଗା ଛାତ ତଳୁ ଜୀବନ୍ତ ଉଦ୍ଧାର କଲେ

Published By : Prameya-News7 Bureau | November 22, 2019 IST

ଜୟପୁର ୨୨।୧୧ - ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ଦୁଇ ଦୁଇଟି ପ୍ରଶଂସନୀୟ କାମ କରାଯାଇଛି । ବାଣୀ ବିହାର ପରିଜା ପାଠାଗାର ଉପରୁ ଆତ୍ମହତ୍ୟା ଧମକ ଦେଉଥିବା ଯୁବକଙ୍କୁ ଜୀବନ୍ତ ଉଦ୍ଧାରକରିଥିଲେ । ଏହାପରେ ଜୟପୁରରେ ଭୁଶୁଡି ପଡିଥିବା ଘର ମଧ୍ୟରୁ ଜୀବନ୍ତ ଭାବେ ୨ ଜଣ ମହିଳାଙ୍କୁ ସୁରକ୍ଷିତ ଭାବେ ବାହର କରିଛନ୍ତି । ଏହାପରେ ଫସି ରହିଥିବା ଶିଶୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି।

{"id":188395,"sizeSlug":"large"}

କୋରାପୁଟ ଜିଲ୍ଲା ଜୟପୁର ନିକଟ ବାରଣୀପୁଟରେ ଥିବା ରାଜ୍ୟ ଜଳ ସମ୍ପଦ ବିଭାଗର ଏକ ପରିତ୍ୟକ୍ତ କ୍ୱାର୍ଟର ଶୁକ୍ରବାର ସନ୍ଧ୍ୟାରେ ଭୂଷୁଡି ପଡିଥିଲା । ଫଳରେ ଘର ଭିତରକୁ ଯାଇଥିବା କିଛି ଛୋଟପିଲା, ମହିଳା ଘରର ଛାତ ତଳେ ଦବି ରହିଥିଲେ । ସୂଚନା ପାଇ ଜୟପୁର ଟାଉନ ଥାନା ପୋଲିସ ଓ ଦମକଳ ବିଭାଗ ପହଞ୍ଚିଥିଲେ। ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଥିଲା । ଫଶିଥିବା ଘରେ ଅଲଗା ଅଲଗା ସ୍ଥାନରେ ଥିଲେ । ଦୁଇ ମହଲା ଘରଟି ବିପଦ୍ଜନକ ଅବସ୍ଥାରେ ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.