ନବୀନଙ୍କୁ ସବୁଠି ପ୍ରଶଂସା: କରୋନା ମୁକାବିଲାରେ ଓଡ଼ିଶାର ସରକାରଙ୍କ ୪ଟି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ

Published By : Prameya-News7 Bureau | April 17, 2020 IST

ଭୁବନେଶ୍ବର୧୭/୪: ପ୍ରିଭେନସନ୍‌ ଇଜ୍ ବେଟର୍‌ ଦ୍ୟାନ୍‌ କ୍ୟୁର । ଅର୍ଥାତ୍ ସୁସ୍ଥ ହେବା ଠାରୁ ସତର୍କ ରହିବା ଶ୍ରେୟସ୍କର । ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଏହି ମଡେଲକୁ ଏବେ ସବୁଠି ପ୍ରଶଂସା । ପ୍ରାକୃତିକ ବିପର୍ଯ୍ୟୟ ହେଉ ବା କରୋନା ସଂକ୍ରମଣ ଭୟ । ବିପଦ ଆଗରୁ ଓଡ଼ିଶା ସରକାରଙ୍କ ସତର୍କତାମୂଳକ ପଦକ୍ଷେପରୁ ମିଳିଛି ଫାଇଦା । ତେବେ କରୋନା ମୁକାବିଲା ପାଇଁ ନବୀନ ସରକାର ଯେଉଁ ସବୁ ପଦକ୍ଷେପ ନେଇଛନ୍ତି ତାହା କେବଳ ଦେଶ ନୁହେଁ, ଦେଶ ବାହାରେ ବି ପ୍ରଶଂସା ସାଉଣ୍ଟିବାରେ ସମର୍ଥ ହୋଇଛି

{"id":255860,"sizeSlug":"large"}

କରୋନା ଚେକ୍‌-ମେଟ୍‌ ପାଇଁ ପୂରା ଦମ୍‌ରେ ଲାଗିଛି ଦେଶ । ହେଲେ ଏହାରି ଭିତରେ ସବୁଠୁ ଆଗରେ ରହିଛି ନବୀନ ମଡେଲ୍‌ ବା ଓଡ଼ିଶା ମଡେଲ୍‌ । ରାଜ୍ୟ ସରକାରଙ୍କ ଠିକ୍‌ ସମୟରେ ଠିକଣା ନିଷ୍ପତ୍ତି ପାଇଁ ଏବେ ଓଡ଼ିଶାରେ କରୋନାର ପ୍ରଭାବ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ଶିକ୍ଷାନୁଷ୍ଠାନ ବନ୍ଦ ନିଷ୍ପତ୍ତି ହେଉ କିମ୍ବା ବିଧାନସଭା ଅଧିବେଶନ ବାତିଲ । ଆଗୁଆ ଲକଡାଉନ୍‌ ପଦକ୍ଷେପ ହେଉ ବା ୪୮ଘଣ୍ଟା ସଟ୍‌ ଡାଉନ୍‌ ନିଷ୍ପତ୍ତି ।  ବିପଦ ଆଗରୁ ସତର୍କତାମୂଳକ ନୀତି ପାଇଁ ଓଡ଼ିଶାରେ କରୋନାର କାୟା ବିସ୍ତାରରେ ରୋକ୍‌ ଲାଗିପାରିଛି ।  ଓଡ଼ିଶାରେ ସଂକ୍ରମଣ ହାର ମାତ୍ର ୦.୭୯ ପ୍ରତିଶତ ରହିଛି । ଏମିତିକି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ମଧ୍ୟ ଓଡ଼ିଶା ମଡେଲକୁ ପ୍ରଶଂସା କରିବାକୁ ପଛାଇନାହାନ୍ତି ।

{"id":255863,"sizeSlug":"large"}

କରୋନାକୁ ନିୟନ୍ତ୍ରଣ କରିବାରେ ଓଡ଼ିଶାର ମଡେଲକୁ ଏବେ ଦେଶ କାହିଁକି ଦେଶ ବାହାରେ ମଧ୍ୟ ପ୍ରଶଂସା କରାଯାଉଛି। ଓଡ଼ିଶା ସରକାରଙ୍କ ଆଗୁଆ ପଦକ୍ଷେପ କରୋନାକୁ କାବୁ କରିବାରେ ସହାୟକ ହୋଇଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ଏପରିକି କେନ୍ଦ୍ର ସରକାର ମଧ୍ୟ ନବୀନ ମଡେଲ୍‌କୁ ବାରମ୍ବାର ପ୍ରଶଂସା କରିଛନ୍ତି । ତେବେ ଏଥିପାଇଁ ନବୀନ ସରକାରଙ୍କ ୪ଟି ସମୟୋପଯୋଗୀ ପଦକ୍ଷେପକୁ ଗ୍ରହଣ କରାଯାଇଛି ।

{"id":255864,"sizeSlug":"large"}

୧. ନିଜସ୍ବ ପଞ୍ଜୀକରଣ

୧୨  ମାର୍ଚ୍ଚରେ ଓଡ଼ିଶା ସରକାର ଆରମ୍ଭ କରିଥିଲେ ଏକ ସେଲଫ୍‌ ରେଜିଷ୍ଟ୍ରେସନ ପୋର୍ଟାଲ୍ । ମାର୍ଚ୍ଚ ୪ ପରେ ଯେଉଁମାନେ ବିଦେଶରୁ ଫେରିଛନ୍ତି ସେମାନେ ଏହି ପୋର୍ଟାଲରେ ରେଜିଷ୍ଟ୍ରେସନ କରିବାକୁ କୁହାଯାଇଥିଲା । ଏପରିକି ବିଦେଶରୁ ଫେରିଥିବା ନବୀନଙ୍କ ଭଉଣୀ ଗୀତା ମେହେଟ୍ଟା ମଧ୍ୟ ଏହି ପୋର୍ଟାଲରେ ରେଜିଷ୍ଟ୍ରେସନ କରି କ୍ବାରେଣ୍ଟାଇନରେ ରହିଥିଲେ । ପୋର୍ଟାଲ୍‌ରେ ପଞ୍ଜୀକରଣ ପରେ ୧୪ ଦିନିଆ କ୍ବାରେଣ୍ଟାଇନରେ ରହୁଥିବା ବ୍ୟକ୍ତିଙ୍କୁ ରାଜ୍ୟ ସରକାର ୧୫ ହଜାର ଟଙ୍କାର ସହାୟତା ରାଶି ଦେବା ପାଇଁ ଘୋଷଣା କରିଥିଲେ । ଫଳରେ ପୋର୍ଟାଲରେ ରେଜିଷ୍ଟ୍ରସନ  ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ବଢ଼ିଥିଲା । ଏପରି କରିବାରେ ଓଡ଼ିଶା ଥିଲା ସାରା ଭାରତରେ ପ୍ରଥମ ରାଜ୍ୟ । 

୨.କଲ୍‌ ସେଣ୍ଟର

ଖାଲି ପୋର୍ଟାଲ ନୁହେଁ, କ୍ବାରେଣ୍ଟାଇନରେ ରହୁଥିବା ଲୋକଙ୍କୁ ଅପଡେଟ୍ କରିବା ପାଇଂ ଓଡ଼ିଶା ସରକାର ଏକ କଲ୍‌ ସେଣ୍ଟରର ମଧ୍ୟ ଶୁଭାରମ୍ଭ କରିଛନ୍ତି । କିଛି ରାଜ୍ୟରେ କ୍ବାରେଣ୍ଟାଇନରେ ରହୁଥିବା ଲୋକ ବାହାରେ ବୁଲୁଥିବାର ନଜିର ମଧ୍ୟ ସାମ୍ନାକୁ ଆସିଥିଲା । ମାତ୍ର ଓଡ଼ିଶାରେ ସେ ସବୁକୁ ଏଡାଇବା ପାଇଁ କଲ୍‌ ସେଣ୍ଟର ମାଧ୍ୟମରେ କ୍ବାରେଣ୍ଟାଇନରେ ରହୁଥିବା ଲୋକଙ୍କ ପରିବାରବର୍ଗ ସହ ମଧ୍ୟ ନିୟମିତ ଆଲୋଚନା ହେଉଥିଲା ।

{"id":255862,"sizeSlug":"large"}

୩. ଲକ୍‌ଡାଉନ୍‌

୪୦ ପ୍ରତିଶତ ଅଞ୍ଚଳକୁ ଲକ୍‌ଡାଉନ୍‌ ଘୋଷଣା କରିବାରେ ଦେଶର ପ୍ରଥମ ରାଜ୍ୟ ଥିଲା ଓଡ଼ିଶା। ସେହିପରି ଏପ୍ରିଲ ୩୦ ପର୍ଯ୍ୟନ୍ତ ପ୍ରଥମ ରାଜ୍ୟ ଭାବେ ଲକଡାଉନ ଅବଧି ବଢ଼ାଇଛନ୍ତି ନବୀନ ସରକାର । ଏପରିକି ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ କଟକ, ଭୁବନେଶ୍ବର ଓ ଭଦ୍ରକରେ ପ୍ରଥମେ ରାଜ୍ୟ ସରକାର ସଟ୍‌ ଡାଉନ୍‌ ଘୋଷଣା କରିଥିଲେ ।

{"id":255865,"sizeSlug":"large"}

୪.କୋଭିଡ୍‌ ସ୍ପେଶାଲ୍ ହସ୍ପିଟାଲ

୧ ହଜାର ବିଶିଷ୍ଟ କୋଭିଡ ସ୍ପେସାଲ ହସ୍ପିଟାଲ ମାତ୍ର ୭ ଦିନରେ ଠିଆ କରାଇବାରେ ମଧ୍ୟ ଓଡିଶା ଥିଲା ପ୍ରଥମ ରାଜ୍ୟ । ଏପରିକି ଏହାକୁ ଏବେ ଓଡ଼ିଶା ୬ ହଜାର ବେଡ୍‌କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୧ ଜିଲ୍ଲାର ୨୪ଟି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଆଗକୁ କୋଭିଡ୍‌ ସ୍ପେସାଲ ହସ୍ପିଟାଲ୍ ସଂଖ୍ୟା ୩୫କୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଓଡ଼ିଶା  ମଧ୍ୟ ପ୍ରଥମ ରାଜ୍ୟ ଯେଉଁଠି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

ଓଡ଼ିଶା ପ୍ରଥମ ରାଜ୍ୟ ଯାହାକି ସ୍ବାସ୍ଥ୍ୟକର୍ମୀଙ୍କୁ  ୪ ମାସର ଆଗୁଆ ଦରମା ଦେଇଛି। ସେହିପରି ବୟସ୍କ ଏବଂ ଭିନ୍ନ କ୍ଷମଙ୍କୁ ମଧ୍ୟ ୪ ମାସର ପେନସନ, ୩ ମାସର ପିଡିଏସ ଚାଉଳ ଦଏବାରେ ଓଡ଼ିଶା ମଧ୍ୟ ପ୍ରଥମ । ସରକାରଙ୍କ ଠିକଣା ବେଳର ପଦକ୍ଷେପ ପାଇଁ କରୋନା ପଜିଟିଭ୍ ଆସିଥିବା ରୋଗୀଙ୍କ ମଧ୍ୟରୁ ଏକ ତୃତୀୟାଂଶ ବର୍ତ୍ତମାନ ସୁଦ୍ଧା ଭଲ ହୋଇସାରିଲେଣି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.