Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ମାଲେଗାଓଁ ବିସ୍ଫୋରଣ ମାମଲାରେ : ଆଜି ମୁମ୍ବାଇର ସ୍ବତନ୍ତ୍ର କୋର୍ଟରେ ହାଜର ହେବେ ବିଜେପି ସାଂସଦ ପ୍ରଜ୍ଞା ଠାକୁର

7/06/2019 at 9:08 AM

ମୁମ୍ବାଇ ୭|୬: ୨୦୦୮ମାଲେଗାଓଁ ବିସ୍ଫୋରଣ ମାମଲାରେ ଆଜି ମୁମ୍ବାଇର ସ୍ବତନ୍ତ୍ର ଅଦାଲତରେ ହାଜର ହେବେ ଭୋପାଲରୁ ନବ ନିର୍ବାଚିତ ବିଜେପି ସାଂସଦ ପ୍ରଜ୍ଞା ଠାକୁର । ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ସେ ଜଣେ ଅଭିଯୁକ୍ତ।  ଅଦାଲତରେ ହାଜର ପାଇଁ ପ୍ରଜ୍ଞାଙ୍କୁ ଯେଉଁ ସମୟସୀମା ଦିଆଯାଇଥିଲା ସେଥିରେ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି। ତେଣୁ ପ୍ରଜ୍ଞାଙ୍କୁ ଆଜି ଅଦାଲତରେ ହାଜର ହେବାକୁ ପଡିବ। ନଚେତ ପ୍ରଜ୍ଞାଙ୍କୁ ଏହାର ପରିଣାମ ଭୋଗିବାକୁ ପଡିପାରେ। ପୂର୍ବରୁ  ଚଳିତ ସପ୍ତାହରେ ଅଦାଲତରେ ହାଜର ହେବାରୁ ଅବ୍ୟାହତି ଦେବାପାଇଁ  ପ୍ରଜ୍ଞା ଆବେଦନ କରିଥିଲେ। ଅଦାଲତ ଆବେଦନକୁ ଖାରଜ କରିଦେଇଥିଲେ। ଏହା ସତ୍ତ୍ବେ ଗତକାଲି କୋର୍ଟରେ ହାଜର ହୋଇନଥିଲେ ପ୍ରଜ୍ଞା। ପରେ ହାଜର ହେବାରୁ ଅବ୍ୟାହତି ପାଇଁ ପ୍ରଜ୍ଞା ଆଉ ଥରେ ଆବେଦନ କରିଥିଲେ।  କୋର୍ଟ ଏହାକୁ ଗ୍ରହଣ କରି ଆଉ ଗୋଟିଏ ଦିନର ମହଲତ ଦେଇଥିଲ। ଜୁନ୭ ସୁଦ୍ଧା  କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାଲେଗାଓଁ  ବିସ୍ଫୋରଣରେ ୬ ଜଣ ପ୍ରାଣ ହରାଇଥିଲେ ୧୦୦ରୁ ଅଧିକ ଆହତ ହୋଇଥିଲେ।

   Related Posts