ସାଂସଦ ପ୍ରଜ୍ଞା ଠାକୁରର ଆଉ ଏକ ବିବାଦୀୟ ବୟାନ: ସାଧୁ ସନ୍ଥଙ୍କ ଧ୍ୟାନ ଭଙ୍ଗ କରିଥାଏ ଅଜାନ

Published By : Prameya-News7 Bureau | November 10, 2021 IST

ଭୋପାଲ ୧୦/୧୧ : ଭୋପାଲ ବିଜେପି ସାଂସଦ ସାଧବୀ ପ୍ରଜ୍ଞା ଠାକୁର ପୁଣିଥରେ ବିବାଦୀୟ ବୟାନ ଦେଇ ରାଜନୈତିକ ମାହୋଲ ଗରମ କରିଦେଇଛନ୍ତି। ଏଥର ପ୍ରଜ୍ଞା ଠାକୁର ନମାଜରୁ ହେଉଥିବା ଅଜାନର ଶବ୍ଦକୁ ନେଇ ଆପତ୍ତି ଦର୍ଶାଇଛନ୍ତି। ସେ କହିଛନ୍ତି ଯେ ଏହି ଶବ୍ଦ ଯୋଗୁଁ ସାଧୁ ସନ୍ଥଙ୍କ ଧ୍ୟାନ ଭଙ୍ଗ ହେଉଛି ଏବଂ ରୋଗୀ ମଧ୍ୟ ବିରକ୍ତ ହେଉଛନ୍ତି।

ପ୍ରଜ୍ଞା ଠାକୁର ମଙ୍ଗଳବାର ରାତିରେ ରାମ ମନ୍ଦିରର ଏକ କାର୍ଯ୍ୟକ୍ରମରେ ସମ୍ବୋଧନରେ ଅଜାନର ଶବ୍ଦକୁ ନେଇ ପରୋକ୍ଷ ଭାବେ ହମଲା କରିଛନ୍ତି। ସେ କହିଛନ୍ତି ଯେ ସକାଳ ୫ଟା ପାଖାପାଖି ଜୋର ଶବ୍ଦ ଶୁଭିଥାଏ। ଏହାଦ୍ୱାରା ନାନା ରୋଗରେ ପୀଡିତ ରୋଗୀଙ୍କ ନିଦ ଭାଙ୍ଗି ଯାଇଥାଏ ଓ ସେମାନଙ୍କୁ ସମସ୍ୟା ହୋଇଥାଏ। ସକାଳେ ବ୍ରହ୍ମ ମୁହୂର୍ତ୍ତରେ ସାଧୁ ସନ୍ଥ ସାଧନା ମଧ୍ୟ କରିଥାନ୍ତି ଓ ସେହି ସମୟରେ ଆଳତୀ ମଧ୍ୟ ହୋଇଥାଏ। ଏତିକିବେଳେ ଜୋର ଶବ୍ଦ ଆସିଥାଏ।

wp:embed {"url":"https://twitter.com/i/status/1458349734406410243","type":"rich","providerNameSlug":"twitter","responsive":true}
https://twitter.com/i/status/1458349734406410243
/wp:embed

ସାଂସଦ କହିଛନ୍ତି ଭାରତ ସନାତନ ଧର୍ମର ଦେଶ। କିନ୍ତୁ ଅନ୍ୟ ଦେଶର ଜନ୍ମ ହୋଇଛି। ଆମର କେବେ ମରଣ ହେବନାହିଁ କିନ୍ତୁ ଯେଉଁ ଦେଶ ଜନ୍ମ ହୋଇଛି ତାର ଅଂଟା ନିଶ୍ଚୟ ହେବ। ସେ କହିଛନ୍ତି ଆମେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ସନ୍ତାନ। ଲାଉଡ଼ସ୍ପିକରରେ ସକାଳୁ ସକାଳୁ ଏତେ ଶବ୍ଦ ଉଚିତ ନୁହେଁ। କିନ୍ତୁ ଯେତେବେଳେ ଆମେ ଲାଉଡ଼ସ୍ପିକର ଲଗାଇ ଅଧର୍ମୀ ଆପତ୍ତି କରିଥାନ୍ତି। ଇସ୍ଲାମରେ ଅନ୍ୟ ଧର୍ମର ଆବାଜ ଶୁଣିବାକୁ ଯଥାର୍ଥ କୁହାଯାଏ ନାହିଁ ବୋଲି ମଧ୍ୟ ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ସାଂସଦ ପ୍ରଜ୍ଞା ଠାକୁର ନିକଟରେ ନିଜ ବୟାନକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ଏହା ପୂର୍ବରୁ ସେ କେନ୍ଦ୍ରୀୟ ବିଦ୍ୟାଳୟ କ୍ରମାଙ୍କ ୨ରେ ନମାଜ ପଢାକୁ ନେଇ ଆପତ୍ତି ଦର୍ଶାଇଥିଲେ ଓ ଏହାସହ ସେ ସ୍କୁଲ ପ୍ରବନ୍ଧନ ଓ ପୋଲିସ ପ୍ରଶାସନକୁ ମଧ୍ୟ ଟାର୍ଗେଟ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.