'ଅନ୍ତିମ: ଦ ଫାଇନାଲ୍ ଟ୍ରୁଥ୍' ରେ ସଲମାନଙ୍କ ଲେଡିଲଭ୍ ହେବେ ପ୍ରଜ୍ଞା ଜାୟସ୍ବାଲ, ଫିଲ୍ମର ସୁଟିଂ ଆରମ୍ଭ

Published By : Prameya-News7 Bureau | January 24, 2021 IST

ମୁମ୍ବାଇ ୨୪/୦୧ : ବଲିଉଡ୍ ସୁପରଷ୍ଟାର ସଲମାନ ଖାନ ଏବଂ ଆୟୁଷ ଶର୍ମାଙ୍କ ଫିଲ୍ମ 'ଅନ୍ତିମ: ଦ ଫାଇନାଲ୍ ଟ୍ରୁଥ୍‌' ବର୍ତ୍ତମାନ ବେଶ ଚର୍ଚ୍ଚାରେ ରହିଛି । କିଛି ଦିନ ପୂର୍ବରୁ ଫିଲ୍ମର ଟିଜର ରିଲିଜ୍ କରାଯାଇଥିଲା ଯାହାକୁ ଲୋକମାନେ ବେଶ ଭଲ ପାଇବା ଦେଇଛନ୍ତି । ଏହି ଫିଲ୍ମ ରେ ସଲମାନ ଶିଖ ପୋଲିସ ଅଧିକାରୀ ଏବଂ ଆୟୁଷ ଗ୍ୟାଙ୍ଗଷ୍ଟର୍ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ପାଇଁ ହିରୋଇନ୍ ମଧ୍ୟ ବଛା ସରିଛି । 

wp:gallery {"ids":[397637],"linkTo":"none"} /wp:gallery

ସାଉଥ୍ ଅଭିନେତ୍ରୀ ପ୍ରଜ୍ଞା ଜାୟସଓ୍ବାଲ, ସଲମାନଙ୍କ ସହ ନଜର ଆସିବେ । ପ୍ରଜ୍ଞା ଫିଲ୍ମର ସୁଟିଂ ଆରମ୍ଭ କରିଦେଇଛନ୍ତି । ବର୍ତ୍ତମାନ ମହାବଳେଶ୍ୱରରେ ଫିଲ୍ମର ସୁଟିଂ ଜାରି ରହିଛି । ସଲମାନ ଏବଂ ପ୍ରଜ୍ଞା ପରସ୍ପର ରୋମାଣ୍ଟିକ ଗୀତ ମଧ୍ୟ ସୁଟିଂ କରିଛନ୍ତି । ନିକଟରେ ସଲମାନ ଏବଂ ପ୍ରଜ୍ଞାଙ୍କୁ ସୁଟିଂ ପରେ ସ୍ପଟ କରାଯାଇଥିଲା କିନ୍ତୁ ଦୁଇଜଣ ଅଲଗା ଅଲଗା ଗାଡ଼ିରେ ନଜର ଆସିଥିଲେ ।

wp:gallery {"ids":[397639],"linkTo":"none"} /wp:gallery

ପ୍ରଜ୍ଞା ହିନ୍ଦୀ ଫିଲ୍ମରେ ଅଧିକ ପରିଚିତ ନୁହଁନ୍ତି କିନ୍ତୁ ସାଉଥ୍ ଫିଲ୍ମ ରେ ସେ ବେଶ ଲୋକପ୍ରିୟ ହୋଇପାରିଛନ୍ତି । ପ୍ରଜ୍ଞା ୨୦୧୪ ରେ 'ବିରାଟ୍ଟୁ ଆଇ ଡେଗା' ଫିଲ୍ମ ଜରିଆରେ ଡେବ୍ୟୁ କରିଥିଲେ । ଏହାପରେ ଅଭିନେତ୍ରୀ ଅନେକ ତେଲୁଗୁ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି । ଫିଲ୍ମ କାଞ୍ଚେ ପାଇଁ ତାଙ୍କୁ ‘ଫିଲ୍ମଫେୟାର ଆୱାର୍ଡ ଫର୍ ବେଷ୍ଟ ଫିମେଲ୍-ସାଉଥ୍ର’ ଆୱାର୍ଡ ମିଳିଥିଲା । ପ୍ରଜ୍ଞା ସୋସିଆଲ ମିଡିଆରେ ଫେମସ୍ ଥିବାବେଳେ ତାଙ୍କର ୧୭ ଲକ୍ଷରୁ ଅଧିକ ଫଲୋଅର୍ସ ମଧ୍ୟ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.