କାମାକ୍ଷାନଗରରୁ ପ୍ରଫୁଲ୍ଲ ମଲ୍ଲିକ, ଡାବୁଗାଁରୁ ମନୋହର ରନ୍ଧାରୀ ଓ ତଳସରାରୁ ଭବାନୀ ଭୋଇ ବିଜୟୀ

Published By : Prameya-News7 Bureau | May 23, 2019 IST

ଭୁବନେଶ୍ବର ୨୩|୫: କାମାନଗର ବିଧାନସଭା ଆସନରୁ ମନ୍ତ୍ରୀ ତଥା ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ମଲ୍ଲିକ ବିଜୟୀ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ମନୋହର ରନ୍ଧାରୀ ବିଜୟୀ ହୋଇଛନ୍ତି । ଅପରପକ୍ଷରେ ତଳସରା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଭବାନୀ ଭୋଇ ବିଜୟୀ ହୋଇଛନ୍ତି ।

କାମାକ୍ଷାନଗର ଆସନରେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ମଲ୍ଲିକ ତାଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ବିଜେପିର ଶତ୍ରୁଘ୍ନ ଜେନାଙ୍କୁ ୧୫ହଜାରରୁ ଅଧିକ ଭୋଟ୍ ରେ ପରାସ୍ତ କରିଛନ୍ତି । ସେହିଭଳି ଡାବୁଗାଁରେ ବିଜେପି ପ୍ରାର୍ଥୀ  ପଦ୍ମନ ନାୟକଙ୍କୁ ପରାସ୍ତ କରିଛନ୍ତି ମନୋହର ରନ୍ଧାରୀ । ଏଠାରେ କଂଗ୍ରେସ ପ୍ରାର୍ଥୀ ଥିଲେ ଭୂଜବଳ ମାଝୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.