ଦାମ୍ପତ୍ୟ ଜୀବନରେ ସୁଖ-ଶାନ୍ତି ଆଣିବା ସହ ବିବାହ ବାଧା ଦୂର କରିଥାଏ ପ୍ରଦୋଷ ବ୍ରତ: ଜାଣନ୍ତୁ ଶୁଭ ମୁହୂର୍ତ୍ତ

Published By : Prameya-News7 Bureau | April 08, 2021 IST

ଭୁବନେଶ୍ୱର ୦୬/୦୪ : ଏପ୍ରିଲ ୯ ତାରିଖ ଶୁକ୍ରବାର ଦିନ ପ୍ରଦୋଷ ବ୍ରତ ଅଛି। ଚୈତ୍ର ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ପ୍ରଦୋଷ ବ୍ରତ ପାଳନ କରାଯାଏ। ପ୍ରଦୋଷ ବ୍ରତରେ ଭଗବାନ ଶିବଙ୍କୁ ପୂଜା କଲେ ବିଶେଷ ପୁଣ୍ୟ ପ୍ରାପ୍ତ ହୋଇଥାଏ। ଭଗବାନ ଶିବଙ୍କ ଆଶୀର୍ବାଦ ପ୍ରାପ୍ତ କରିବାକୁ ପ୍ରଦୋଷ ବ୍ରତ ଉତ୍ତମ ବୋଲି କୁହାଯାଇଛି। ଶିବ ଭକ୍ତ ବହୁତ ଶ୍ରଦ୍ଧା ଓ ଭକ୍ତିର ସହ ଏହି ବ୍ରତ ପାଳନ କରିଥାନ୍ତି। ବିଧି ପୂର୍ବକ ପ୍ରଦୋଷ ବ୍ରତ ପାଳନ କଲେ ଜୀବନର ଅନେକ ସମସ୍ୟା ଦୂର ହୋଇଥାଏ ବୋଲି କୁହାଯାଏ।

ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ଆସିଥାଏ - ପ୍ରଦୋଷ ବ୍ରତ ସେମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଯେଉଁମାନଙ୍କ ଦାମ୍ପତ୍ୟ ଜୀବନରେ ସମସ୍ୟା ଲାଗି ରହିଥାଏ। ଦାମ୍ପତ୍ୟ ଜୀବନରେ କଳହ ଓ ଉତ୍ତେଜନା ସ୍ଥିତି ଦୂର କରିବାକୁ ପ୍ରଦୋଷ ବ୍ରତ ପ୍ରଭାବଶାଳୀ ପ୍ରମାଣିତ ହୋଇଥାଏ। ଉଭୟ ମହିଳା ଓ ପୁରୁଷ ଏହି ବ୍ରତ ପାଳନ କରିପାରିବେ। ପ୍ରଦୋଷ ବ୍ରତରେ ଭଗବାନ ଶିବଙ୍କ ଅଭିଷେକ କରିବା ଉଚିତ। ଏହାସହ ଭଗବାନ ଶିବଙ୍କ ପ୍ରିୟ ଜିନିଷ ଭୋଗ କରିବା ଉଚିତ। ଶୁଭ ମୁହୂର୍ତ୍ତରେ ଶିବଙ୍କ ଆଳତୀ ଓ ଶିବ ମନ୍ତ୍ର ଜପ କରିବା ଉଚିତ।

{"id":435025,"sizeSlug":"large","linkDestination":"none"}

ବିବାହ ବାଧା ଦୂର ହୋଇଥାଏ - ବିବାହରେ ବିଳମ୍ବ ହେଉଥିଲେ କିମ୍ବା କୌଣସି ସମସ୍ୟା ହେଉଥିଲେ ପ୍ରଦୋଷ ବ୍ରତ ଶୁଭ ଫଳଦାୟୀ ହୋଇଥାଏ। ପ୍ରଦୋଷ ବ୍ରତରେ ଶିବ ଓ ମାତା ପାର୍ବତୀଙ୍କ ବିଶେଷ ପୂଜା କରାଯାଇଥାଏ। ଏହି ଦିନ ବ୍ରତର ନିୟମ ପାଳନ କରିବା ଉଚିତ। ପ୍ରଦୋଷ ବ୍ରତରେ ସକାଳେ ଓ ସନ୍ଧ୍ୟାରେ ପୂଜା କରିବା ଉଚିତ। 

ବ୍ରତର ଶୁଭ ମୁହୂର୍ତ୍ତ - ଏପ୍ରିଲ ୯ ତାରିଖ ଶୁକ୍ରବାର ଚୈତ୍ର ମାସ କୃଷ୍ଣ ତ୍ରୟୋଦଶୀ ତିଥି ପ୍ରାତଃ ୩ଟା ୧୫ ମିନିଟରୁ ଶୁଭ ମୁହୂର୍ତ୍ତ ଆରମ୍ଭ ହେବ ଏବଂ ଏପ୍ରିଲ ୧୦ ତାରିଖ ଶନିବାର ପ୍ରାତଃ ୪ଟା ୨୭ ମିନିଟରେ ସମାପନ ହେବ। ଶୁକ୍ରବାର ୫ଟା ୫୫ ମିନିଟରୁ ୮ଟା ୧୨ ମିନିଟ ଯାଏଁ ପୂଜା ସମୟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.