Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ବିଧାୟକ ପ୍ରଦୀପ୍ତ ନାୟକ ହେଲେ ବିଜେପି ବିଧାୟକ ଦଳ ନେତା

25/06/2019 at 9:19 AM

ଭୁବନେଶ୍ବର ୨୫|୬: ପ୍ରଦୀପ୍ତ ନାୟକ ହେବେ ବିଜେପି ବିଧାୟକ ଦଳ ନେତା । ଏଥି ସହିତ ସେ ମଧ୍ୟ ହେବେ ବିରୋଧୀ ଦଳ ନେତା।  ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରୁ ଏ ବାବଦରେ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜେପି ରାଜ୍ୟ ପ୍ରଭାରୀ ତଥା ଜାତୀୟ ସାଧାରଣ ସଂପାଦକ  ଏନେଇ ସୂଚନା ଦେଇଛନ୍ତି।  ପୂର୍ବରୁ ବିରୋଧୀ ଦଳ ନେତା ଚୟନ ନେଇ ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ତେବେ ନେତା କିଏ ହେବ କେନ୍ଦ୍ରୀୟ କମିଟି ଘୋଷଣା କରିବା ନେଇ ବୈଠକ ପରେ ସୂଚନା ଦିଆଯାଇଥିଲା।  ଗତକାଲି ପ୍ରଦୀପ୍ତଙ୍କୁ  ବିଜେପି ବିଧାୟକ ଦଳ ନେତା  ନିଯୁକ୍ତି ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା  ମୋହର ମାରିଛନ୍ତି।   ଭବାନୀପାଟଣାରୁ ଚଳିତ ଥର ନିର୍ବାଚିତ ହୋଇ ଆସିଥିବା ପ୍ରଦୀପ୍ତ ନାୟକ ଏହାକୁ ମିଶାଇ ୪ ଥର ବିଜୟୀ ହୋଇ ବିଧାନସଭାକୁ ଆସିଛନ୍ତି।  ପୂର୍ବରୁ ବିଜେଡି-ବିଜେପି  ମେଣ୍ଟ ସରକାର ସମୟରେ ମନ୍ତ୍ରୀ ମଧ୍ୟ ଥିଲେ।  ପ୍ରଥମ ଥର ବିଜେପିର ବିରୋଧୀ ଦଳ ନେତା ହୋଇଛନ୍ତି ।ସେପଟେ କଂଗ୍ରେସ ବିଧାୟକ ଦଳ ନେତା ହୋଇଛନ୍ତି ନରସିଂହ ମିଶ୍ର ।

   Related Posts