Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଘର ବିକି ପୁଅକୁ ପଢାଇଥିଲେ, ପୁଅ ଆଇଏଏସ ପାଇବା ପରେ ଭୁଲିଗଲେ ଦୁଃଖ

4/08/2020 at 3:40 PM

ଇନ୍ଦୋର, ୦୪|୦୮: ମଙ୍ଗଳବାର ୟୁପିଏସସି ରେଜଲ୍ଟ ପ୍ରକାଶ ପାଇଛି । ଏଥିରେ ପ୍ରଦୀପ ସିଂ ସାରା ଦେଶରେ ଟପ୍ପର ହୋଇଛନ୍ତି । ସେହିପରି ୨୬ତମ ରାଙ୍କରେ ମଧ୍ୟ ପ୍ରଦୀପ ସିଂ ନାମରେ ଆଉଜଣେ ରହିଛନ୍ତି । ସେ ଆଇଆରଏସ ଭାବେ କାର୍ଯ୍ୟ କରୁଥିବା ବେଳେ ଏବେ ୨୬ତମ ରାଙ୍କ୍ ପାଇ ନିଜ ପରିବାର ଓ ବାପାଙ୍କ ପାଇଁ ଗୌରବ ଆଣିଛନ୍ତି । ଆସନ୍ତୁ ଜାଣିବା ପ୍ରଦୀପ ସିଂଙ୍କ ସଫଳତା ଓ ସଙ୍ଘର୍ଷର କାହାଣୀ  ।

୨୬ ତମ ରାଙ୍କରେ ଥିବା ପ୍ରଦୀପ ସିଏସଇ ୨୦୧୮ରେ ଅଲ୍ ଇଣ୍ଡିଆ ରାଙ୍କ୍ ୯୩ ହାସଲ କରିଥିଲେ । ପାସ୍ କରିବା ପରେ ସେ ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ଯେତେ ପରିମାଣରେ ସଙ୍ଘର୍ଷ କରିଛନ୍ତି ତାଙ୍କ ପିତାମାତା ମଧ୍ୟ ସେପରି ସଙ୍ଘର୍ଷ କରିଛନ୍ତି ।

ପ୍ରଦୀପଙ୍କ ପିତା ପେଟ୍ରୋଲ ପମ୍ପରେ କାମ କରୁଥିଲେ । ପ୍ରଦୀପଙ୍କ ସ୍ୱପ୍ନ ବଡ ଥିଲା । ଏହାମଧ୍ୟରେ ସେ ଦିଲ୍ଲୀ ଆସିବାକୁ ଚାହୁଁଥିଲେ । ୨୦୧୭ ଜୁନରେ ସେ ଦିଲ୍ଲୀ ଆସି ସିଭିଲ ସର୍ଭିସ୍  ପାଇଁ କୋଚିଂ ନେବା ଆରମ୍ଭ କରିଥିଲେ  ।

ପ୍ରଦୀପଙ୍କ କହିବାନୁସାରେ, ସେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ । କିନ୍ତୁ ତାଙ୍କ ମାତା ଓ ପିତା ଏହି ସମସ୍ୟାକୁ ପାଠପଡା ମଧ୍ୟରେ ଆସିବାକୁ ଦେଇନଥିଲେ । ପ୍ରଦୀପଙ୍କ ପରିବାରରେ ଅର୍ଥର ଘୋର୍ ଅଭାବ ରହିଥିଲା । ପ୍ରଦୀପଙ୍କ ପିତା କହିଛନ୍ତି ଯେ, ସେ ଇନ୍ଦୋରରେ ଏକ ପେଟ୍ରୋଲ ପମ୍ପରେ କାମ କରୁଥିଲେ । ସେ ତାଙ୍କ ସନ୍ତାନମାନଙ୍କୁ ସର୍ବଦା ଶିକ୍ଷିତ କରିବାକୁ ଚାହୁଁଥିଲେ । ପ୍ରଦୀପ ତାଙ୍କୁ ୟୁପିଏସସି କୋଚିଂ ନେବେ ବୋଲି କହିଥିଲ । ଏହାପରେ ସେ ପୁଅର ପାଠପଢା ଯେପରି ବ୍ୟାହତ ନୁହେଁ ସେଥିପାଇଁ ଘର ବିକ୍ରି କରିଦେଇଥିଲେ । ଏବେ ପୁଅ ସଫଳତା ପାଇଛି ।

ଏକ ସାକ୍ଷାତାକରରେ ପ୍ରଦୀପ କହିଛନ୍ତି ଯେ, ସେ କୋଚିଂ ଫି ବାବଦରେ ୧.୫ ଲକ୍ଷ ଟଙ୍କା ଦେଇଥିଲେ । ଏହାସହ ଅନ୍ୟ ଖର୍ଚ୍ଚ ଅଲଗା ଥିଲା । ତାଙ୍କ ପାଠପଢାରେ ଯେପରି କୌଣସି ସମସ୍ୟା ନଉପୁଜେ ତେଣୁ ସେ ଘର ବିକ୍ରି କରିଦେଇଥିଲେ । ପିତାଙ୍କର କେବଳ ଘର ହିଁ ଏକମାତ୍ର ସମ୍ପତି ଥିଲା । ପିତାଙ୍କର ଏହି ତ୍ୟାଗ ତାଙ୍କୁ ସଫଳତା ପ୍ରଦାନ କରିଥିଲା । ସେ ୟୁପିଏସସି ପରୀକ୍ଷାରେ ଯେପରି ହେଲେ ସଫଳ ହେବେ ବୋଲି ପ୍ରତିଜ୍ଞା କରିଥିଲେ  ।

   Related Posts