ଏଟି ମୁଖ୍ୟ ପ୍ରଦୀପ ସେଠୀଙ୍କ ପୁଣି ଆତ୍ମହତ୍ୟା ଉଦ୍ୟମ, ପୂର୍ବରୁ ୫ଥର ହୋଇଛନ୍ତି ବିଫଳ

Published By : Prameya-News7 Bureau | April 27, 2021 IST

ଭୁବନେଶ୍ୱର ୨୭।୦୪ : ଜେଲ୍‌ରେ ପୁଣି ଆତ୍ମହତ୍ୟା ନାଟକ । ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମୁଖ୍ୟ ପ୍ରଦୀପ ସେଠାଙ୍କ ଆତ୍ମହତ୍ୟା ଉଦ୍ୟମ । ଝାରପଡ଼ା ଜେଲ୍‌ରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପ୍ରଦୀପ ସେଠୀ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଅବସ୍ଥା ଭଲ ଥିବା ଜଣାପଡିଛି ।

ଖବର ଅନୁଯାୟୀ, କୋଟି କୋଟି ଟଙ୍କାର ଠକେଇ ମାମଲାରେ ଝାରପଡ଼ା ଜେଲ୍‌ରେ ଅଛନ୍ତି ଅର୍ଥତତ୍ତ୍ୱ (ଏଟି) ଚିଟ୍‌ଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀ । କିନ୍ତୁ ସୋମବାର ଦିନ ପୁଣି ଥରେ ପ୍ରଦୀପ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏହାକୁ ମିଶାଇ ସେ ୫ ଥର ଏମିତି ଆତ୍ମହତ୍ୟା ଉଦ୍ୟମ କରିସାରିଲେଣି । ଏହା ପୂର୍ବରୁ ୨୦୨୦ରେ ଜେଲ୍‌ର ୱେଲ୍‌ ଫେୟାର ରୁମ୍‌ର ବାଥ୍‌ରୁମ୍‌ରେ ଥିବା ଇନ୍‌ଭଟର ତାରକୁ ବେକରେ ଗୁଡାଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପ୍ରଦୀପଙ୍କ ମାନସିକ ସ୍ଥିତ ଖରାପ ଥିବାରୁ ସେ ଏମିତି କରୁଥାଇ ପାରନ୍ତି ବୋଲି ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଚିଟଫଣ୍ଡ ଠକେଇ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇ ସଜ୍ଜା କାଟୁଛନ୍ତି ପ୍ରଦୀପ । ଦୋଷୀ ସାବ୍ୟସ୍ତ ହେବା ପରେ ସେ ମାନସିକ ଭାବେ ଭାଙ୍ଗିପଡିଛନ୍ତି । ବେଶ କିଛିଦିନ ହେଲା ସେ ଚିନ୍ତାରେ ରହୁଥିଲେ । ଏଟି ଚିଟଫଣ୍ଡ ଠକେଇ ମାମଲାରେ୨୦୧୩ରୁ ଗିରଫ ହୋଇ ଝାରପଡା ଜେଲରେ ଅଛନ୍ତି ପ୍ରଦୀପ ସେଠୀ । ହଜାର ହଜାର ଜମାକାରୀଙ୍କୁ ଠାରୁ ଶହ ଶହ କୋଟି ଟଙ୍କା ଠକି ପ୍ରଦୀପ ସେଠୀ ଜେଲରେ ଜେଲରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.