ଆଜି ୨ ଭାବି ସମୁଦିଙ୍କ ଜାମିନ ଶୁଣାଣି : ହାଇକୋର୍ଟରେ ଅଭୟକାନ୍ତ ପାଠକ, ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜରେ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନର ଶୁଣାଣି
7/12/2020 at 7:39 AM

ଭୁବନେଶ୍ୱର ୦୭।୧୨: ଆଜି ୨ ଭାବି ସମୁଦି, ପ୍ରଦୀପ ପାଣିଗ୍ରାହୀ ଓ ଅଭୟକାନ୍ତ ପାଠକଙ୍କ ଜାମିନ୍ ଆବେଦନର ଶୁଣାଣି । ଅଭୟକାନ୍ତ ପାଠକ ହାଇକୋର୍ଟରେ ଜାମିନ୍ ଆବେଦନ କରିଛନ୍ତି। ସେ ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ସେପଟେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ ନିକଟରେ ଜାମିନ୍ ଆବେଦନ କରିଛନ୍ତି। ଆଜି ଉଭୟଙ୍କ ଜାମିନ ଆବେଦନର ଶୁଣାଣି ହେବ।
ସେପଟେ ଆକାଶ ପାଠକଙ୍କ ପିଏ ଡେଭିଡ ପିଟରଙ୍କୁ ମାରାଥନ ଜେରା କରିଛି କ୍ରାଇମବ୍ରାଞ୍ଚ। ଆକାଶଙ୍କ କାରବାର ସଂପର୍କରେ ଅନେକ କିଛି ତଥ୍ୟ ପିଟର ମାନିଯାଇଥିବା ଜଣାଯାଇଛି। ଗିରଫ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ଆକାଶ ପାଠକଙ୍କୁ ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ସାମ୍ନାସାମ୍ନି ଜେରା କରିପାରେ। ଆଜି କ୍ରାଇମବ୍ରାଞ୍ଚ ସାଇବର ସେଲ ଅକାଶ ପାଠକ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ରିମାଣ୍ଡରେ ନେଇ ପାରେ । ତେବେ ଆଜି ପ୍ରଦୀପ ପାଣିଗ୍ରାହୀଙ୍କ ବେଲ ଆବେଦନର ଶୁଣାଣି ରହିଛି । ମାତ୍ର ପ୍ରଦୀପଙ୍କ ବିରୋଧରେ ଲାଗିଥିବା ସଙ୍ଗୀନ ଦଫା ତାଙ୍କ ବେଲ ପାଇଁ ଅନ୍ତରାୟ ହୋଇପାରେ ବୋଲି ଆଇନ୍ ଜୀବୀ କହିଛନ୍ତି । ସେପଟେ ଭିଜିଲାନ୍ସ, କ୍ରାଇମବ୍ରାଞ୍ଚ, ଇଡି ଓ ଆୟକର ବିଭାଗର ସ୍କାନରରେ ପାଠକ ପରିବାର ।