ସୋନିଆ ଓ ରାହୁଲଙ୍କ ଉପରେ ବୟାନ ଦେଇ ଅଡୁଆରେ ପ୍ରଦୀପ ମାଝି: ଦଳରୁ ଜୋର ଧରିଲା ବହିଷ୍କାର ଦାବି, ପାର୍ଟି ଛାଡି ଏମିତି ବୟାନ ଦିଅନ୍ତୁ

Published By : Prameya-News7 Bureau | July 17, 2020 IST

ଭୁବନେଶ୍ଵର ୧୭।୦୭:  କଂଗ୍ରେସରେ ନେତୃତ୍ଵକୁ ବିରୋଧ କରି ଦିଲ୍ଲୀରୁ ରାଜସ୍ଥାନ ଯାଏଁ ରାଜନୀତି ସରଗରମ ରହିଥିବା ବେଳେ ଏବେ ଦଳର ନେତ୍ଵତ୍ବକୁ ନେଇ ବୟାନ ଦେଇ ଅଡୁଆରେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି । ଗଣମାଧ୍ୟମରେ ଆଲୋଚନା ପ୍ରସଙ୍ଗରେ ନିଜର ମନ୍ତବ୍ୟକୁ ସିନା ପ୍ରଦୀପ ରଖିଦେଲେ, ହେଲେ ସେହି ମନ୍ତବ୍ୟ ପାଇଁ ତାଙ୍କୁ ଦଳରୁ ବାହିଷ୍କାର ଦାବି ଉଠିଲାଣି ।  ଗୋଟିଏ ପଟେ ରାଜ୍ୟ ପିସିସି ପରିବର୍ତ୍ତନ ନେଇ ଚର୍ଚ୍ଚାରେ ଚାଲିଥିବା ବେଳେ ଏହାର ଏକ ପ୍ରମୁଖ ଦାବିଦାର ପ୍ରଦୀପଙ୍କୁ ନେଇ ଦଳରେ ବିବାଦ କଂଗ୍ରେସ ରାଜନିତିକୁ ଆହୁରି ରୋଚକ କରିଛି।  

{"id":301840,"sizeSlug":"large"}

ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝିଙ୍କ ପାଇଁ ବଢୁଛି ଅଡୁଆ । କଂଗ୍ରେସରେ ନେତୃତ୍ବକୁ ନେଇ ପ୍ରଦୀପ ଦେଇଥିବା ବୟାନକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଦଳ ଭିତର ନେତାଏ।   ବରିଷ୍ଠ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ଓ ବିଧାୟକ ତାରା ପ୍ରସାଦ ବାହିନୀ ପତି ପ୍ରଦୀପଙ୍କ ବୟାନ ବୟାନ ନକରାତ୍ମକ ବୋଲି କହିଛନ୍ତି।  ସେ ଦଳ ଛାଡ଼ି ଦେଇ ଏଭଳି ମନ୍ତବ୍ୟ ଦେଇଥିଲେ ଠିକ ହେଇଥାନ୍ତା ବୋଲି କହିଛନ୍ତି ଦେବାଶିଷ। ତେଣୁ ପ୍ରଦୀପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଦେବାଶିଷ। ଦଳର  ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହୀନ ପତି କହିଛନ୍ତି ହାଇକମାଣ୍ଡଙ୍କ ବିରୋଧରେ ମନ୍ତବ୍ୟ ଦେଉଥିବା ନେତାଙ୍କୁ ଦଳରୁ ବହିଷ୍କାର କରିବା ଉଚିତ୍।

{"id":301841,"sizeSlug":"large"}

ପୂର୍ବରୁ ପ୍ରଦୀପ ମାଝି ଦଳ ଛାଡ଼ିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏବେ ସେ ଦଳର ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇବା କଂଗ୍ରେସ ଆଭ୍ୟନ୍ତରୀଣ ରାଜନୀତିକୁ ସରଗରମ କରିଛି । ବିଧାୟକ ସୁର ରାଉତରାୟ ପ୍ରଦୀପଙ୍କ ବୟାନକୁ ସମାଲୋଚନା କରିଥିଲେ ସୁଦ୍ଧା, ଯୁବସୁଲଭ ଜୋଶରେ ପ୍ରଦୀପ ଏଭଳି କିହିଥିବା ମତ ରଖିଛନ୍ତି। ପ୍ରଦୀପ ନେହେରୁ ପରିବାରକୁ ସମ୍ମାନ ଦିଅନ୍ତି ଓ ସେ ଦଳ ଛାଡ଼ି ବେ ନାହିଁ ବୋଲି ସୁର କହିଛନ୍ତି। ଅନ୍ୟ ପକ୍ଷରେ ଖୋଦ ପ୍ରଦୀପ ତାଙ୍କ ବୟାନକୁ ଭିନ୍ନ ରଙ୍ଗ ଦିଆଯାଉଥିବା କହିଛନ୍ତି। ସେ ନେତୃତ୍ବ ବିରୋଧରେ କୌଣସି ମନ୍ତବ୍ୟ ଦେଇନାହାନ୍ତି ବୋଲି କହିଛନ୍ତି। ସେ ଦଳର ଶୃଙ୍ଖଳିତ କର୍ମୀ ଓ ଦଳ ଛାଡ଼ିବନା ନାହିଁ ବୋଲି ପ୍ରଦୀପ ସ୍ପଷ୍ଠ କରିଛନ୍ତି।

{"id":301842,"sizeSlug":"large"}

ଆଗକୁ ପିସିସି ସଭାପତି ପରିବର୍ତ୍ତନ ନେଇ କଳ୍ପନାକଳ୍ପନା ଚାଲିଥିବା ବେଳେ ପ୍ରଦୀପ ଏହି ରେସ୍‌ରେ ଆଗରେ ଥିବା ଚର୍ଚ୍ଚା ହେଉଛି। ତେଣୁ ବୟାନବାଜି ଓ ମନ୍ତବ୍ୟକୁ ନେଇ କଂଗ୍ରେସ ରାଜନୀତି ସରଗରମ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.