ପ୍ରଦୀପ ପାଣିଗ୍ରାହୀଙ୍କୁ ୨ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ, ଅନୁମତି ଦେଲେ ଭୁବନେଶ୍ବର SDJM କୋର୍ଟ
15/12/2020 at 10:55 AM

ଭୁବନେଶ୍ୱର ୧୫।୧୨: ପୁଣି ଅଡୁଆରେ ପ୍ରଦୀପ ପାଣିଗ୍ରାହୀ । ରିମାଣ୍ଡରେ ଯିବେ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ରିମାଣ୍ଡରେ ନେବାକୁ ଭୁବନେଶ୍ବର SDJM କୋର୍ଟ ଅନୁମତି ଦେଇଛନ୍ତି ।
ଅଭୟକାନ୍ତ ପାଠକଙ୍କ ଲିଙ୍କ୍ ଥିବା ନେଇ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ସେବେଠାରୁ ସେ କ୍ରାଇମବ୍ରାଞ୍ଚ ହେପାଜତରେ ଅଛନ୍ତି । ତେବେ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜିଠୁ ଆଜିଠୁ ଦୁଇ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । କେଇ ମାମଲାରେ ଅଧିକ ଖୋଳତାଡ କରିବ କ୍ରାଇମବ୍ରାଞ୍ଚ । ପ୍ରଦୀପ ଓ ଆକାଶଙ୍କୁ ସାମ୍ନାସାମ୍ନି ଜେରା କରିପାରେ କ୍ରାଇମବ୍ରାଞ୍ଚ । ସେପଟେ ଆସନ୍ତାକାଲି ସରୁଛି ଆକାଶ ପାଠକଙ୍କ ରିମାଣ୍ଡ ଅବଧି । ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ
Related Posts
୨୫ ହଜାର ପ୍ୟାକେଟ୍ ନକଲି ସର୍ଫ ଜବତ ମାମଲା, ୨ ବ୍ୟବସାୟୀ ଗିରଫ
17 January 2021