ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପି-ବିଜେଡି ଭିତରେ ଆରୋପ ପ୍ରତ୍ୟାରୋପ

Published By : Prameya-News7 Bureau | October 13, 2019 IST

ଭୁବନେଶ୍ୱର -ବଢୁଛି ଆବାସ କଳି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପି-ବିଜେଡି ଭିତରେ ଚାଲିଥିବା ଆରୋପ ପ୍ରତ୍ୟାରୋପ ଭିନ୍ନ ମୋଡ଼ ନେଇଛି। ରାଜ ଭବନ ଆଗରେ ଧାରଣା ଦେବା ପରେ ଆଜି ଦୁର୍ନୀତି ପ୍ରମାଣ ଦେଇ ସରକାରଙ୍କୁ ବିଜେପି ଘେରିଛି । ପଞ୍ଚାୟତରାଜ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ବଡ଼ବଡ଼ିଆଙ୍କୁ ଘର ମିଳିଥିବାବେଳେ ପ୍ରକୃତ ହିତାଧିକାରୀଙ୍କୁ ମିଳୁନଥିବା ଦର୍ଶାଇଛି ଦଳ। ଏହାର ଜବାବ ରଖିଛନ୍ତି ମନ୍ତ୍ରୀ।

{"id":169689}

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହଡ଼ପ ପ୍ରସଙ୍ଗରେ ବିଜେପିର ରାଜଭବନ ଆଗରେ ପ୍ରତିବାଦ ପରେ ଏହା ଥିଲା ବିଭାଗୀୟ ମନ୍ତ୍ରୀଙ୍କ ପ୍ରତିକ୍ରିୟା। ତେବେ ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ପୁଣି ସରକାରଙ୍କୁ ଘେରିଛି ବିଜେପି ।

{"id":169690}

 ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗର ତଥ୍ୟ ରଖିଛି ବିଜେପି। ଖୋଦ୍‌ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବିଜେଡି କର୍ମୀ ଓ ଥିଲା ବାଲାଙ୍କୁ ଘର ମିଳିଥିବା କଥା ବିଜେପି କହିଛି। ଗୋଟିଏ ପରିବାର ବାପ ପୁଅ ଦୁଇ ଜଣ ଘର ହାତେଇଛନ୍ତି। ବିଜେଡି ଜିଲ୍ଲା ସାଧାରଣ ସଂପାଦକ ତ୍ରିଲୋଚନ ସ୍ବାଇଁଙ୍କ ସହ କେତେକ କର୍ମୀ ପ୍ରଧାନମନ୍ତ୍ରୀ  ଆବାସ ହାତେଇଥିବା ଅଭିଯୋଗ ହୋଇଛି ।

{"id":169691}

ପଞ୍ଚାୟତିରାଜ ମନ୍ତ୍ରୀ ମାନିଛନ୍ତି ଯେ ରାଜ୍ୟରେ ଏବେ ବି ପ୍ରାୟ ୩୦ ଲକ୍ଷ ଲୋକଙ୍କର ଘର ନାହିଁ ।ଚଳିତ ବର୍ଷ ସାଢେ ଆଠ ଲକ୍ଷ ଲୋକଙ୍କୁ ଘର ଯୋଗାଇ ଦେବେ ସରକାର। କିନ୍ତୁ ଆବାସ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ଘର ହାତେଇଛନ୍ତି କି ନା ତାହା ଜାଣିବାକୁ ସରକାରଙ୍କ ପାଖରେ କିଛି ବ୍ୟବସ୍ଥା ନାହିଁ ।

{"id":169692}

କେବଳ ଅଭିଯୋଗ ଆସିଲେ ସରକାର ତଦନ୍ତ କରିବେ। ବିଜେପିର ଆରୋପ ଅଭ୍ୟାସଗତ ଅଭିଯୋଗ ବୋଲି ମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେଡି-ବିଜେପି କଳି ବଢୁଥିବା ବେଳେ ଆଗକୁ ଏହା କେଉଁ ରୂପ ନେଉଛି ତାହା ଉପରେ ନଜର  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.