ବରିଷ୍ଠ ନାଗରିକଙ୍କୁ ମିଳିବ ୧୦ ହଜାର ଟଙ୍କା ପେନ୍‌ସନ୍, କେନ୍ଦ୍ର ସରକାରଙ୍କ ଏହି ଯୋଜନାର ଲାଭ ଉଠାନ୍ତୁ

Published By : Prameya-News7 Bureau | July 24, 2020 IST

ନୂଆଦିଲ୍ଲୀ ୨୪/୦୭ : ଆପଣ ଯଦି ନିଜ ମାତା-ପିତାଙ୍କ ପାଇଁ କିଛି ସଞ୍ଚୟ କରିବାକୁ ଚାହୁଁଛନ୍ତି ତାହେଲେ ମାସିକ ୧୦ ହଜାର ଟଙ୍କା ପେନସନ ବ୍ୟବସ୍ଥା କରିପାରିବେ | ଏଥିପାଇଁ ଆପଣ କେନ୍ଦ୍ର ସରକାରଙ୍କ ତରଫରୁ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ବ୍ୟୟ ବନ୍ଦନା ଯୋଜନାରେ ନିବେଶ କରିପାରିବେ | କେନ୍ଦ୍ର ସରକାର ଏହି ଯୋଜନାର ଡେଡଲାଇନ ୨୦୨୩ ମସିହା ୩୧ ମାର୍ଚ୍ଚ ଯାଏଁ ବଢ଼ାଇଛନ୍ତି |

{"id":304830,"width":573,"height":344,"sizeSlug":"large"}

ଏହି ଯୋଜନା ପାଇଁ ପ୍ରଧାନମନ୍ତ୍ରୀ ବ୍ୟୟ ବନ୍ଦନା ଯୋଜନା ୱେବସାଇଟ ଓ ଭାରତୀୟ ଜୀବନବିମା ନିଗମକୁ ଯାଇ ଆବେଦନ କରିପାରିବେ | ଏଥିପାଇଁ ଆପଣଙ୍କୁ ଏକ ଆବେଦନ ଫର୍ମ ଭରିବାକୁ ପଡିବ | ଏହି ଫର୍ମରେ ଆପଣଙ୍କୁ ସମସ୍ତ ତଥ୍ୟ ଦେବାକୁ ହେବ | ଆବେଦନ ପତ୍ର ସହ କିଛି ପ୍ରମାଣପତ୍ର ମଧ୍ୟ ଜମା କରାଇବାକୁ ପଡିବ | ବରିଷ୍ଠ ନାଗରିକ ଏହି ଯୋଜନାରେ ଆବେଦନ କରିପାରିବେ | ଆବେଦନକାରୀଙ୍କ ପାନ କାର୍ଡ କପି, ଘର ଠିକଣା ଦେଖାଇବା ଆଧାର କାର୍ଡ କିମ୍ବା ପାସପୋର୍ଟ କପି, ପାସବୁକର ପ୍ରଥମ ପୃଷ୍ଠାର କପି ଆଦି ଆବଶ୍ୟକ |

{"id":304831,"sizeSlug":"large"}

ଏହି ଯୋଜନାର କଣ କଣ ଲାଭ ରହିଛି ଜାଣନ୍ତୁ :

wp:list
  • ବରିଷ୍ଠ ନାଗରିକଙ୍କୁ ୧୦ ବର୍ଷ ପାଇଁ ଲଗାତାର ପେନସନ ମିଳିବ | ଏହି ପେନସନ ଗୋତିଏଠାରେ ମିଳିବ ଏବଂ ଗ୍ୟାରେଣ୍ଟି ସହିତ ମିଳିବ
/wp:list wp:list
  • ଏହି ଯୋଜନାରେ ଆପଣ ମାସିକ, ତ୍ର୍ୟମାସିକ, ୬ ମାସିଆ କିମ୍ବା ବାର୍ଷିକ ଆଧାରରେ ପେନସନ ନେଇପାରିବେ | ଏହି ଯୋଜନାର ଟର୍ମ ସାଧାରଣତଃ ୧୦ ବର୍ଷ ପାଇଁ ରହିଛି
/wp:list wp:list
  • ୧୦ ବର୍ଷ ପରେ ପେନସନର ଅନ୍ତିମ ଜମା ସହିତ ଜମା ରାଶି ଫେରାଇ ଦିଆଯାଇଥାଏ
/wp:list {"id":304832,"sizeSlug":"large"}
wp:list
  • ଏହି ଯୋଜନାରେ ଟ୍ୟାକ୍ସ ଛୁଟ ମିଳିନଥାଏ
/wp:list wp:list
  • ଏହି ଯୋଜନାରେ ୧୫ ଲକ୍ଷ ଟଙ୍କା ନିବେଶ କରିପାରିବେ, ଏହାଛଡା ୬୦ ବର୍ଷ କିମ୍ବା ତାଠାରୁ ଅଧିକ ବରିଷ୍ଠ ନାଗରିକ ମଧ୍ୟ ଏହି ଯୋଜନାରେ ନିବେଶ କରିପାରିବେ
/wp:list wp:list
  • ସର୍ବନିମ୍ନ ପେନସନ ହଜାରେ ଟଙ୍କା ଓ ସର୍ବାଧିକ ପେନସନ ୧୦ ହଜାର ଟଙ୍କା
/wp:list wp:list
  • ଯୋଜନା ଅନୁସାରେ ଡେଥ ବେନିଫିଟ ମଧ୍ୟ ମିଳିଥାଏ | ଏହି ଯୋଜନା ଅନୁଯାୟୀ, ନାମିନୀଙ୍କୁ ରାଶି ଫେରାଇ ଦିଆଯାଇଥାଏ ଏବଂ ଜମା ରାଶି ଉପରେ ୮ ପ୍ରତିଶତ ରିଟର୍ନ ମିଳିଥାଏ
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.