Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା: ୪ କୋଟି ମହିଳାଙ୍କୁ ମିଳିଲା ୫୦୦-୫୦୦ ଟଙ୍କା, ପର୍ଯ୍ୟାୟ କ୍ରମେ ୨୦ କୋଟି ଖାତାଧାରୀଙ୍କୁ ମିଳିବ ଏହି ରାଶି

4/04/2020 at 8:28 PM

ମୁମ୍ଵାଇ ୦୪।୦୪: ପ୍ରଧାନମନ୍ତ୍ରୀ  ଗରିବ କଲ୍ୟାଣ  ଯୋଜନା ଆଧାରରେ ମାସିକ ୫୦୦ ଟଙ୍କାର ପ୍ରଥମ କିସ୍ତି ଆଜି ସମଗ୍ର ଦେଶରେ ୪  କୋଟିରୁ ଅଧିକ ମହିଳାଙ୍କୁ ମିଳିଛି। କରୋନା ଭାଇରସ୍ କାରଣରୁ ଲକଡାଉନ୍ ସମୟରେ ଆଶ୍ଵସ୍ତି ପାଇଁ ପ୍ରଧାନମନ୍ତ୍ରୀ ଏହି ଆର୍ଥିକ ପ୍ରୋତ୍ସାହନ ରାଶି ଘୋଷଣା କରିଥିଲେ, ତାରି ଆଧାରରେ ଆଜି ପ୍ରଥମ କିସ୍ତି ମିଳିଛି।

ଆଗାମୀ କିଛି ଦିନରେ ଦେଶରେ ୨୦ କୋଟି ମହିଳାଙ୍କୁ ଏହି ପରି କିସ୍ତି  ମିଳିବ। ଏହି ରାଶି ସେମାନଙ୍କର ଜନଧନ ଖାତାରେ ଟ୍ରାନ୍ସଫର କରାଯିବ। ସାମାଜିକ ଦୂରତା ବଜାୟ ରଖି  ଏବଂ ପର୍ଯ୍ୟାୟ କ୍ରମେ ଟଙ୍କା କାଢିବା ପାଇଁ ସମ ବିଷମ ନମ୍ବର ଆଧାରରେ ଏହି ଅର୍ଥକୁ ମହିଳାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଉଛି।

ଏବେ କରୋନା ଭାଇରସ୍‌ ସଂକ୍ରମଣକୁ ଦେଖି ସତର୍କତାମୂଳକ ପଦକ୍ଷେପ ସ୍ଵରୂପ ବ୍ୟାଙ୍କ ସାମାଜିକ ଦୂରତ୍ଵ ଉପରେ ଫୋକସ୍ କରିଛନ୍ତି।  ବ୍ୟାଙ୍କ ଖାତାଧାରୀଙ୍କୁ ସେମାନଙ୍କର ଆକାଉଣ୍ଟ ନମ୍ବର ଆଧାରରେ ଏକ ଟାଇମ୍ ଟେବଲ ଜାରି କରିଛନ୍ତି। ଏହି ଆଧାରରେ ଲାଭାର୍ଥୀ  ନିଜର ଆକାଉଣ୍ଟରୁ ଏହି ଅର୍ଥ କାଢି ପାରିବେ। ବ୍ୟାଙ୍କ ଏହି ଟାଇମ୍ ଟେବଲକୁ ନେଇ କହିଛି ଯେ, ଏହା କେବଳ ଏହି ମାସ ପାଇଁ ଲାଗୁ ହେବ।

କଣ ଏହି ଟାଇମ୍ ଟେବଲ

ଜନଧନ ଲାଭାର୍ଥୀ ମହିଳାଙ୍କୁ ସେମାନଙ୍କର ଆକାଉଣ୍ଟ ନମ୍ବର ଆଧାରରେ ଅର୍ଥ କାଢିବାକୁ ଅନୁମତି ଦେଇଛି। ବ୍ୟାଙ୍କ ଦ୍ଵାରା ଦିଆଯାଇଥିବା ସୂଚନା ଅନୁଯାୟୀ ଯେଉଁ ଖାତାଧାରୀଙ୍କ ଆକାଉଣ୍ଟ ନମ୍ବରର ଶେଷ ଅଙ୍କ ୦ କିମ୍ବା ୧ ରହିଛି ସେମାନେ ଏପ୍ରିଲ ୩ରେ ନିଜ ଖାତାରୁ ଏହି ଅର୍ଥ କାଢି ପାରିବେ। ଏହା ବ୍ୟତୀତ ଅନ୍ୟ କୌଣସି ନମ୍ବରର ଖାତାଧାରୀଙ୍କୁ ଏହି ଦିନ ଟଙ୍କା ଉଠାଇବାର ଅନୁମତି ଦିଆଯିବ ନାହିଁ।

ଏହି ପରି ଯେଉଁ ଖାତାଧାରୀଙ୍କ ଆକାଉଣ୍ଟ ନମ୍ବରର ଶେଷ ଅଙ୍କ ୨ କିମ୍ବା ୩ରେ ଶେଷ ହେଉଛି ସେମାନେ ଏପ୍ରିଲ ୪ରେ ଉକ୍ତ ଅର୍ଥ କାଢି ପାରିବେ। ଏପ୍ରିଲ ୫ ଓ ୬ରେ ବ୍ୟାଙ୍କ ବନ୍ଦ ରହିବ। ଏହା ପରେ ଯାହାଙ୍କ ଆକାଉଣ୍ଟ ନମ୍ବର ଶେଷ ଅଙ୍କ ୪ ଓ ୫ ରହିଛି ସେମାନେ ଏହି ଅର୍ଥ ଏପ୍ରିଲ ୭ରେ କାଢି ପାରିବେ। ଏହି ପ୍ରକାର ୬ ଓ ୭ରେ  ଶେଷ ହେଉଥିବା ଆକାଉଣ୍ଟ ନମ୍ବର ନିଜ ଖାତାରୁ ଏପ୍ରିଲ ୮ରେ ଟଙ୍କା କାଢି ପାରିବେ।

ଏପ୍ରିଲ ୯ ପରେ କେଉଁ ଦିନ ବି ଟଙ୍କା କାଢି ପାରିବେ

ଯେଉଁ ଖାତାଧାରୀଙ୍କ ଆକାଉଣ୍ଟ ନମ୍ବରର ଶେଷ ଅଙ୍କ ୮ ଓ ୯ ରହିଛି ସେମାନେ ଏପ୍ରିଲ ୯ରେ ଏହି ରାଶି କାଢି ପାରିବେ। ବ୍ୟାଙ୍କ କହିଛି ଯେ, ଏପ୍ରିଲ ୯ ପରେ କେହି ବି ଗ୍ରାହକ କୌଣସି ଦିନ ଏହି ଅର୍ଥ କାଢି ପାରିବେ। ବ୍ୟାଙ୍କ ସମସ୍ତ ଗ୍ରାହକଙ୍କୁ ଅନୁରୋଧ କରିଛି ଯେ, ନିଜର ସୁରକ୍ଷା ଏବଂ ଅନ୍ୟ ଲୋକଙ୍କ ସୁବିଧାକୁ ଧ୍ୟାନରେ ରଖି ସାହାଯ୍ୟ କରନ୍ତୁ।

   Related Posts