Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

କଂଗ୍ରେସରୁ ଇସ୍ତଫା ଦେଲେ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା, ବିଜେଡିରେ ଦେବେ ଯୋଗ

9/04/2019 at 12:46 PM

ଭୁବନେଶ୍ବର ୩|୪ : କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି ମହିଳା କଂଗ୍ରେସ ସଭାନେତ୍ରୀ  ସୁମିତ୍ରା ଜେନା । ସେ ମହିଳା କଂଗ୍ରେସ ସଭାନେତ୍ରୀ ସମେତ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଏହି ସୂଚନା ଦେଇଛନ୍ତି ।

ଟିକେଟ୍ ବଣ୍ଟନ ନେଇ ସେ ଅସନ୍ତୁଷ୍ଟ ଥିଲେ । ସେ ଭଦ୍ରକ ବିଧାନସଭା ଆସନରୁ ଟିକେଟ୍ ପାଇଁ ଆଶାୟୀ ଥିଲେ । ମାତ୍ର ଦଳ ତାଙ୍କୁ ଟିକେଟ୍ ଦେଇନାହିଁ । ସେଠାରେ ଦଳ ନଳିନୀକାନ୍ତ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ମହିଳା କଂଗ୍ରେସର ୫୨ଜଣଙ୍କୁ ଟିକେଟ୍ ଦେବାପାଇଁ ସୁମିତ୍ରା ସୁପାରିଶ କରିଥିଲେ ମଧ୍ୟ କାହାକୁ ଟିକେଟ୍ ଦିଆଯାଇନଥିବାରୁ ସେ ଅସନ୍ତୋଷ ପ୍ରକାଶ କରି ରାତିସାରା କଂଗ୍ରେସ ଭବନ ସମ୍ମୁଖରେ ଅନଶନରେ ବସିଥିଲେ । ଏପରିକି ବାହାରର କିଛି ମହିଳାଙ୍କ ଦ୍ବାରା ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଗତକାଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅଙ୍କୁ ସୁମିତ୍ରା ସକୁନିର ଆଖ୍ୟା ଦେଇଥିଲେ । ମହିଳାଙ୍କ ଲୁହରେ ସେ ଭାସିଯିବେ ବୋଲି କହିଥିଲେ ।

ପୂର୍ବରୁ ମଧ୍ୟ ସେ ଏ ପ୍ରସଙ୍ଗ ଉଠାଇଥିଲେ । ଦଳରେ ଜଣେ ଡମି ସଭାନେତ୍ରୀ ହୋଇ ରହିବାକୁ ଚାହୁଁନଥିବା ସେ କହିଥିଲେ । ତାଙ୍କୁ କୌଣସି ବୈଠକରେ ଖୋଜା ଯାଉନାହିଁ । କଂଗ୍ରେସରେ ମହିଳାମାନେ ସୁରକ୍ଷିତ ନୁହନ୍ତି ବୋଲି ସୁମିତ୍ରା ଗତକାଲି କହିବା ସହ ମେ ୨୩ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଲେ ନିରଞ୍ଜନ ସବୁ ଉତ୍ତର ପାଇଯିବେ ବୋଲି କହିଥିଲେ । ମଦ ବ୍ୟବସାୟୀ ଓ ଖଣି ବ୍ୟବସାୟୀଙ୍କୁ କେବଳ ଟିକେଟ୍ ଦିଆଯାଉଥିବା ସେ ଅଭିଯୋଗ କରିଥିଲେ । ଇସ୍ତଫା ଦେବା ପରେ ସନ୍ଧ୍ୟାରେ ସେ ବିଜେଡିରେ ଯୋଗଦେଇପାରନ୍ତି ବୋଲି କୁହାଯାଉଛୁ ।

ଦୀର୍ଘ ୧୦ବର୍ଷ ଧରି ସେ କଂଗ୍ରେସ ସହିତ ଜଡିତ ଥିଲେ । ଗତ ଦୁଇ ବର୍ଷ ମଧ୍ୟରେ ବହୁ କାର୍ଯ୍ୟକ୍ରମ ହାତକୁ ନେଇ ସେ ସଫଳ ହୋଇଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଦଳ ଛାଡିବା ସଂପର୍କରେ ସୂଚନା ଦେଲାବେଳେ ସୁମିତ୍ରା କାନ୍ଦି ପକାଇଥିବା ଦେଖିବାକୁ ମିଳିଥିଲା ।

   Related Posts