ବିଜେପୁର ଉପନିର୍ବାଚନ : ବିଜେପିରୁ ପ୍ରାର୍ଥୀ ହେବେ ପ୍ରଦୀପ ପୁରୋହିତ !

Published By : Prameya-News7 Bureau | June 09, 2019 IST

ଭୁବନେଶ୍ବର ୯|୬: ବିଜେପୁର ଉପନିର୍ବାଚନରେ କାହାକୁ ପ୍ରାର୍ଥୀ କରାଯିବ ସେନେଇ ରାଜ୍ୟ ବିଜେପି କୋର କମିଟି ବୈଠକରେ ଆଲୋଚନା ହୋଇଛି । ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଏଥର ପଦ୍ମପୁରରୁ ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢି ପ୍ରଦୀପ ପୁରୋହିତ ହାରିଛନ୍ତି । ବିଜେପୁର ଉପନିର୍ବାଚନରେ ପ୍ରାର୍ଥୀ ହେବା ନେଇ  ପ୍ରଦୀପ କହିଛନ୍ତି ମୋ ଘର ଗାଇସିଲେଟ । କର୍ମୀ ଚାହୁଁଛନ୍ତି ମୁଁ ପ୍ରାର୍ଥୀ ହୁଏ । ତେବେ ଦଳ ଯାହା ଚାହିଁବ ତାହା ହିଁ ହେବ ବୋଲି ପ୍ରଦୀପ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.