Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ବିଜେଡିରୁ ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ

29/11/2020 at 10:36 AM

ଭୁବନେଶ୍ୱର,୨୯/୧୧:    ବିଜୁ ଜନତା ଦଳର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଏକ ପ୍ରେସ ବାର୍ତ୍ତା ଯୋଗେ ଦଳ ତରଫରୁ ଏହି ସୂଚନା ଦିଆଯାଇଛି ।

ପ୍ରଦୀପ ପାଣିଗ୍ରାହୀ ହେଉଛନ୍ତି ଗୋପାଳପୁରର ଦୁଇ ଥରର ବିଧାୟକ । ସେ ପୂର୍ବତନ ମନ୍ତ୍ରୀ ମଧ୍ୟ । ଦଳ ପକ୍ଷରୁ ରବିବାର ଏକ ପ୍ରେସ ବିଜ୍ଞପ୍ତିରେ ପ୍ରଦୀପଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଥିବା ସୂଚନା ଦିଆଯାଇଛି । ବିଭିନ୍ନ ଲୋକ ବିରୋଧୀ କାର୍ଯ୍ୟକଳାପ ପାଇଁ ଦଳ ଏହି ନିଷ୍ପତ୍ତି ନେଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଆଇଏଫଏସ ଅଭୟ ପାଠକଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିଲେ ପ୍ରଦୀପ । କାରଣ ପ୍ରଦୀପଙ୍କ ଝିଅ ଅଭୟଙ୍କ ପୁଅ ଆକାଶଙ୍କୁ ବିବାହ କରିଥାନ୍ତେ । ଏବେ ଉଭୟ ଅଭୟ ଓ ଆକାଶ ବେଆଇନ ଭାବେ ସମ୍ପତ୍ତି ଠୁଳ ମାମଲାରେ ଜେଲରେ ଅଛନ୍ତି ।ଏତତ୍ ବ୍ୟତୀତ ଅନେକ ଜନ ବିରୋଧୀ କାର୍ଯ୍ୟକଳାପରେ ତାଙ୍କର ସଂପୃକ୍ତି ଥିବା ଅଭିଯୋଗ ଆସିଥିଲା ।

ସୂଚନାଯୋଗ୍ୟ, ଆଇଏଫ୍‌ଏସ୍ ଅଭୟକାନ୍ତ ଏବଂ ପୁଅ ଆକାଶ ଏବେ ଚାରି କାନ୍ଥ ଭିତରେ ଦିନ କାଟୁଛନ୍ତି। ମୂଳରୁ ଚେର ଯାଏଁ ଖୋଳତାଡ଼ ଆରମ୍ଭ କରୁଛି ଭିଜିଲାନ୍ସ। ଏହି ଘଟଣାରେ ଅଭୟଙ୍କ ସହ ଯେଉଁମାନଙ୍କ ଲିଙ୍କ୍‌ ରହିଛି, ସେମାନଙ୍କୁ ନୋଟିସ୍‌ ଯିବ। ବ୍ୟାଙ୍କ କର୍ମଚାରୀ, ବନ ବିଭାଗର କର୍ମଚାରୀ ଏବଂ ସଂପର୍କୀୟଙ୍କୁ ନୋଟିସ୍ ଦିଆଯିବ। ଯେଉଁମାନେ ଅଭୟଙ୍କ ସହ ଲିଙ୍କ୍‌ ରଖିଛନ୍ତି ବା ତାଙ୍କ କଳା ସାମ୍ରାଜ୍ୟ ବଢ଼ାଇବାରେ ସହଯୋଗ କରିଛନ୍ତି, ସମସ୍ତଙ୍କୁ ନୋଟିସ୍ କରିବ କ୍ରାଇମବ୍ରାଞ୍ଚ।

ତେବେ ଜନ ବିରୋଧି କାର୍ଯ୍ୟ ଅଭିଯୋଗରେ ପ୍ରଦୀପଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି ବିଜେଡି ସୁପ୍ରିିମୋ । ଏହା ଇତିହାସରେ ପ୍ରଥମ । ଏହାକୁ ବିଜେଡି ତରଫରୁ ବିରଳ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି । ପ୍ରଥମ ଥର ପାଇଁ ଜଣେ ସିଟିଂ ଏମଏଲଏଙ୍କୁ ଜନ ବିରୋଧି କାର୍ଯ୍ୟ ପାଇଁ ଦଳରୁ ବହିଷ୍କୃତ କରାଯାଇଛି ।

   Related Posts