Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ପାଠକଙ୍କ କଳା ସାମ୍ରାଜ୍ୟର ରକ୍ଷକ ଥିଲେ ପ୍ରଦୀପ ପାଣିଗ୍ରାହୀ ! ଆକାଶଙ୍କ ସହ ଚାର୍ଟର ଫ୍ଲାଇଟ୍‌ରେ ଉଡୁଥିଲେ, ନିଜ ଅଞ୍ଚଳର ଲୋକଙ୍କୁ ଲୁଟିବାକୁ ପଛେଇଲେ ନାହିଁ

29/11/2020 at 10:22 PM

ଭୁବନେଶ୍ଵର ୨୯।୧୧: ବହୁ କୋଟି ଟଙ୍କାର ଆୟବର୍ହିଭୂତ ସଂପତ୍ତି ଠୂଳ ଅଭିଯୋଗରେ ଗିରଫ ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁତ୍ର ଆକାଶ ପାଠକ ବର୍ତ୍ତମାନ ଜେଲ୍‌ରେ ଅଛନ୍ତି। ପାଠକ ଚେର ଏବେ ଗଞ୍ଜାମ ପର୍ଯ୍ୟନ୍ତ ଲମ୍ବିଛି। ଆଉ ଏହି ଚେର ଟାଟା ମୋଟର୍ସ ଲିଙ୍କ୍ ସହ ଜଡିତ। ଏହି ଘଟଣାରେ ଏବେ ହରଡଘଣାରେ ପଡିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଆକାଶ ପାଠକ ସହ ତାଙ୍କର ସଂପର୍କ ନେଇ ସଙ୍ଗୀନ ଅଭିଯୋଗ ଆସିବା ପରେ ବିଜେଡିରୁ ସେ ବହିଷ୍କୃତ ହୋଇଛନ୍ତି। ଏପରିକି ଟାଟା ମୋଟର୍ସ ଲିଙ୍କ୍‌ ଘଟଣାରେ ଆକାଶ ପାଠକଙ୍କ ସହ ମିଶି ନିଜ ସେ ଅଞ୍ଚଳର ଲୋକଙ୍କୁ ଲୁଟିଥିବା ଅଭିଯୋଗ ହୋଇଛି। ଗୋଟିଏ ଅର୍ଥରେ କହିବାକୁ ଗଲେ ପାଣିଗ୍ରାହୀ ଆକାଶ ପାଠକର କଳା କାରନାମାର ରକ୍ଷକ ଥିଲେ।

ଅଭୟକାନ୍ତଙ୍କ ପୁଅ ଆକାଶ ପାଠକ ନିଜକୁ ଟାଟ ମୋଟର୍ସ ଲିମିଟେଡ୍‌ର ଏମଡି ଭାବେ ପରିଚୟ ଦେଇ ବହୁ ଲୋକଙ୍କୁ ଠକିଥିବା ଜଣା ପଡିଛି। ଟାଟା ମୋଟର୍ସ ନିଜର ଅଭିଯୋଗରେ ସ୍ପଷ୍ଟ ଭାବେ କହିଛି ଯେ, ଆକାଶ ନିଜକୁ ଟାଟା ମୋଟର୍ସର ଏମଡି ଭାବେ ପ୍ରସ୍ତୁତ କରିଥିଲେ। ହେଲେ ସେ ଟାଟା ମୋଟର୍ସର କୌଣସି କର୍ମଚାରୀ ନୁହନ୍ତି। ଏଥିରେ ସ୍ପଷ୍ଟ ଭାବେ ଜାଲିଆତି ହୋଇଛି। ଆଉ  ଆକାଶ ପାଠକଙ୍କ ଅପରାଧକୁ ଲୁଚାଇବାକୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଚେଷ୍ଟା କରିଛନ୍ତି ବୋଲି ଟାଟା ମୋଟର୍ସ ଅଭିଯୋଗ କରିଛି। ଏହା ମଧ୍ୟରେ ପ୍ରଦୀପ ପାଣିଗ୍ରାହୀ ଓ ଆକାଶ ପାଠକକୁ ନେଇ ଅନେକ ଖୁଲାସା ହୋଇଛି।

ଭିଜିଲାନ୍ସର ତଦନ୍ତ ବେଳେ ପାଠକର ବ୍ୟାଙ୍କ ଆକାଉଣ୍ଟରେ ୯ କୋଟିରୁ ଅଧିକ ବେଆଇନ ଟଙ୍କା ଜମା ଥିବା  ଜଣା ପଡିଛି। କିନ୍ତୁ ଏହାର କୌଣସି ପ୍ରମାଣ ନାହିଁ ଯେ ଦରମା ଭାବେ ପାଠକଙ୍କୁ ଏହି ଅର୍ଥ ମିଳିଛି। ଏତେ ଅର୍ଥ ଆସିଲା କୁଆଡୁ ତାହା ତଦନ୍ତ ସାକ୍ଷେପ। କିନ୍ତୁ ପ୍ରଦୀପ ପାଣିଗ୍ରାହୀ ନିଜର ସାମ୍ବାଦିକ ସମ୍ମିଳନୀରେ ଆକାଶ ପାଠକଙ୍କ ଅପରାଧିକ କାର୍ଯ୍ୟକଳାପକୁ ଲୁଚାଇବାକୁ ଚେଷ୍ଟା କରିଛନ୍ତି ବୋଲି କୁହାଯାଉଛି।

ଆକାଶ ପାଠକ ହେଉଛନ୍ତି ପ୍ରଦୀପ ପାଣିଗ୍ରାହୀଙ୍କ ଭାବି ଜ୍ଵାଇଁ। ତାଙ୍କ ଝିଅ  ସହ ଅଭୟକାନ୍ତ ପାଠକଙ୍କ ପୁତ୍ର ଆକାଶ ପାଠକଙ୍କ ବିବାହ ସ୍ଥିରିକୃତ ହୋଇଥିଲ। ବିବାହ ନେଇ ମଧ୍ୟ କାର୍ଡ ଛପା ସରିବା ସହିତ ହୋଟେଲ୍ ବୁକିଂ ମଧ୍ୟ ହୋଇଥିଲା। ହେଲେ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ଦୁର୍ନୀତିର ପେଡି ଖୋଲିବା ପରେ ଗୋଟିଏ ପରେ ଗୋଟିଏ ନୂତନ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ପାଠକ ନିଜକୁ ଟାଟା ମୋଟର୍ସର ଏମଡିର ପରିଚୟ ଦେଇ ବ୍ରହ୍ମପୁରର ପାଖାପାଖି ୧୦୦  ବେକାର ଯୁବକ ଯୁବତୀଙ୍କୁ ଠକି ଥିବା ଜଣା ପଡିଛି। ଏଥିରୁ ଅନେକ ଲୋକ ତାଙ୍କ ବିରୋଧରେ ଥାନାରେ କେସ୍ ମଧ୍ୟ ରୁଜୁ କରିଛନ୍ତି। ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ, ଏହି ରାକେଟ୍‌ରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ସକ୍ରିୟ ଭାବେ ଆକାଶ ପାଠକ ସହ  ଜଡିତ ଅଛନ୍ତି।

ତଦନ୍ତରୁ ଏହା ମଧ୍ୟ ଜଣା ପଡିଛି ଯେ, ପ୍ରଦୀପ ପାଣିଗ୍ରାହୀ ଗତ ୧୦ ମାସରେ ପାଞ୍ଚ ଥର ଚାର୍ଟର ବିମାନରେ ଆକାଶ ପାଠକ ସହ ଯାତ୍ରା କରିଛନ୍ତି। ପଞ୍ଚତାରକା ହୋଟେଲ୍‌ରେ ରହିଛନ୍ତି। ଏଥିରୁ ପୁଣି ସ୍ପଷ୍ଟ ହେଉଛି ଯେ ଏହି ବେଆଇନ ଅର୍ଥ କାରବାର, ଠକେଇ ଘଟଣାରେ ପ୍ରଦୀପ ପାଣିଗ୍ରାହୀ ଆକାଶ ସହ ଜଡିତ ଅଛନ୍ତି।

ପାଣିଗ୍ରାହୀଙ୍କ ବିରୋଧରେ ଏହି ସଙ୍ଗୀନ ଅଭିଯୋଗ ଆସିବା ପରେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ବିଜେଡି ଦଳ ବ୍ୟତୀତ ବିରୋଧୀ ବିଜେପି ଓ କଂଗ୍ରେସ ଏହି କାର୍ଯ୍ୟାନୁଷ୍ଠାନକୁ ସ୍ଵାଗତ କରିବା ସହିତ ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଏଥିସହ ବିଧାୟକଙ୍କ ଏପରି ହୀନ କାର୍ଯ୍ୟକୁ ଦୃଢ ନିନ୍ଦା କରିଛନ୍ତି।

ବେଆଇନ ଅର୍ଥ କାରବାର ଓ ଠକେଇ ଘଟଣାରେ ପ୍ରଦୀପ ପାଣିଗ୍ରାହୀ ଆକାଶ ପାଠକଙ୍କ ସହ ମିଶି ଜନ ବିରୋଧୀ କାର୍ଯ୍ୟ କରିଛନ୍ତି। ଅର୍ଥ ଲାଳସାରେ ସେ ନିଜ ଅଞ୍ଚଳର ଲୋକଙ୍କୁ ମଧ୍ୟ ଛାଡି ନାହାନ୍ତି, ଯେଉଁମାନେ ତାଙ୍କୁ ଭୋଟ୍ ଦେଇ ବିଧାୟକ କରିଛନ୍ତି। ତାଙ୍କର ଏହି ଅପରାଧିକ କାର୍ଯ୍ୟକଳାପ ଜଘନ୍ୟ ବୋଲି ଜନସାଧାରଣତରେ ମତ ପ୍ରକାଶ ପାଇଛି।

   Related Posts