ପ୍ରଦୀପ ପାଣିଗ୍ରାହୀ ଗିରଫ: ଘରୁ ଉଠାଇ ନେଇଥିଲା କ୍ରାଇମ୍ବ୍ରାଞ୍ଚ
3/12/2020 at 8:37 PM

ଭୁବନେଶ୍ବର୩/୧୨: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ। ରାଜ୍ୟ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛି। ସାଇବର ଥାନାରେ ଜେରା ପରେ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ପ୍ରଦୀପଙ୍କ ବିରୋଧରେ ୪୧୯, ୪୨୦, ୪୬୭, ୪୬୮, ୪୬୯ ଏବଂ ୪୭୧ ଦଫା ଭଳି ସଂଗୀନ ଦଫା ଲାଗିଛି। କେସ ନଂ ୨୬/୨୦୨୦ରେ ମାମଲା ରୁଜୁ ହୋଇଛି। ସାଇବର ଆଇନ୍ ୬୬ସି/୬୬ ଡି ଧାରାରେ ମାମଲା ରୁଜୁ ହୋଇଛି। ଅଭୟକାନ୍ତ ପାଠକଙ୍କ ଲିଙ୍କ୍ ଥିବା ନେଇ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିଲା।